ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସଂସଦ ସୁଚାରୁ ରୂପେ ଚଲାଇବା କାହା ଦାୟିତ୍ୱ ? କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ…

20/12/2021 at 2:37 PM

ନୂଆଦିଲ୍ଲୀ ୨୦/୧୨ : ସଂସଦର ଶୀତକାଳୀନ ଅଧିବେଶନରେ ଲଗାତାର ହଙ୍ଗାମା ହେଉଛି ଯେଉଁଥିପାଇଁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳ ବ୍ୟାଘାତ ହେଉଛି। ଏଥିପାଇଁ କେନ୍ଦ୍ର ସରକାର ବିରୋଧୀଙ୍କୁ ଦାୟୀ କରିଛନ୍ତି। ଏପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ସଂସଦ ଚଲାଇବା ବିରୋଧୀଙ୍କ ନୁହେଁ ସରକାରଙ୍କ ଦାୟିତ୍ୱ ।

ସରକାରଙ୍କ ଆରୋପକୁ ନେଇ ରାହୁଲ ଗାନ୍ଧୀ ପ୍ରତ୍ୟାରୋପ କରି କହିଛନ୍ତି ଯେ ଆମକୁ ସଂସଦରେ ପ୍ରସଙ୍ଗ ଉଠେଇବାକୁ ଦିଆଯାଉନାହିଁ। ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥା ହୋଇ ରାହୁଲ କହିଛନ୍ତି ଯେ ଆମେ ଚାହୁଁଛୁ ସରକାର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ହଟାଇ ଦିଅନ୍ତୁ ଏବଂ ଲଖିମପୁର ଖେରୀ ମାମଲାରେ ଚର୍ଚ୍ଚା କରନ୍ତୁ କିନ୍ତୁ ସରକାର ସେ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଦେଉନାହାନ୍ତି।

ଆଗକୁ ସେ କହିଛନ୍ତି, ଆମେ ଲଦାଖ ମାମଲା ଉଠାଇବାକୁ ଚାହୁଁଛୁ କିନ୍ତୁ ସରକାର ସେ ପ୍ରସଙ୍ଗ ମଧ୍ୟ ଉଠେଇବାକୁ ଦେଉନାହାନ୍ତି। ସରକାର କୃଷକଙ୍କ ପ୍ରସଙ୍ଗରେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନକୁ ନେଇ ଆଲୋଚନା କରିବାକୁ ଦେଉନାହାନ୍ତି। ଏପଟେ ଆମ ଉପରେ ଆରୋପ ଲଗାଉଛନ୍ତି ଯେ ଆମେ ସଂସଦ ଚାଲିବାକୁ ଦେଉନାହୁଁ। ସଂସଦ ଠିକ ଭାବେ ଚଲାଇବା ସହ ସଠିକ ଭାବେ ଆଲୋଚନା କରିବାକୁ ଦେବା ସରକାରଙ୍କ ଦାୟିତ୍ୱ।

ଫୋନ ଟ୍ୟାପିଂ ମାମଲାରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, ପେଗାସସ ମାମଲାରେ ମଧ୍ୟ ସରକାର ସଂସଦରେ ଆଲୋଚନା କରିବାକୁ ଦେଲେନାହିଁ। ସେ ଆରୋପ ଲଗାଇଛନ୍ତି ଯେ ଲୋକତନ୍ତ୍ର ଉପରେ ଲଗାତାର ହମଲା ହେଉଛି ଯାହା ବିରୋଧରେ ସେ ଲଢ଼ୁଛନ୍ତି।

ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସଂସଦ ଚଲାଇବା ଯଦି ସରକାରଙ୍କ ଦାୟିତ୍ୱ ତାହେଲେ ବିରୋଧୀଙ୍କୁ ମଧ୍ୟ ସହଯୋଗ କରିବା ଉଚିତ। ସେ କହିଛନ୍ତି ଯଦି ବିରୋଧୀ ସେତେ ଦାୟିତ୍ୱବାନ ତାହେଲେ ସଂସଦ ଚଲାଇ ପାରିବେ। ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସାଂସଦ ହଙ୍ଗାମା କରିବେ, ସଂସଦ ଓ ସଭାପତିଙ୍କ ଗାରିମାକୁ ଆଘାତ କରିବେ ଓ କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ ନ ହେବା ବିରୋଧୀଙ୍କ ଦାୟିତ୍ବହୀନତା ଦର୍ଶାଉଛି।

   Related Posts