ରାହୁଲ ଗାନ୍ଧିଙ୍କୁ କାହିଁକି ଲାଗୁନି ଥଣ୍ଡା? ଭୀଷଣ ଶୀତରେ ବି ପିନ୍ଧୁଛନ୍ତି ଖାଲି ଟି-ସାର୍ଟ!

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ ୨୭।୧୨:  କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟି-ସାର୍ଟ ଏବେ ଦେଶର ହଟ୍ ଟପିକ୍। ତାଙ୍କ ଟି-ସାର୍ଟକୁ ନେଇ ବିଜେପି ପ୍ରାୟତଃ ତାଙ୍କୁ ଟାର୍ଗେଟ୍ କରୁଛି, ହେଲେ ରାହୁଲ ଟି-ସାର୍ଟରେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଲେଣି।ରାହୁଲ ଡିସେମ୍ବର ୨୬ ତାରିଖ ଦିନ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମାଧିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଯାଇଥିଲେ। ଦିଲ୍ଲୀରେ ଏତେ ଥଣ୍ଡା ସତ୍ତ୍ୱେ ରାଜଘାଟରେ ରାହୁଲଙ୍କୁ କେବଳ ପ୍ୟାଣ୍ଟ ଉପରେ ସାଦା ଟି-ସାର୍ଟ ପିନ୍ଧି ପୁଷ୍ପାଞ୍ଜଳି ଦେଉଥିବା ଦେଖାଯାଇଛି।

wp:html /wp:html

ଆଜିକାଲି ଦିଲ୍ଲୀରେ ପ୍ରବଳ ଥଣ୍ଡା ପଡିଛି। ରାଜ୍ୟର ପାରା ୪ ଡିଗ୍ରି ସେଲସିୟସ୍‌କୁ ଖସି ଆସିଛି। ଏପରି ଥଣ୍ଡାରେ ବି ରାହୁଲଙ୍କୁ ଟି-ସାର୍ଟରେ ଦେଖାଯାଉଛି। ଏଣୁ ରାହୁଲଙ୍କୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ,ତେବେ ଟ୍ୱିଟରରେ ନେଟିଜେନ ଏ ନେଇ ଏବେ ମଜାଦାର କମେଣ୍ଟସ୍ କରୁଥିବା ଦେଖାଯାଉଛି। ଏଥିରେ ଜଣେ ୟୁଜର ରାହୁଲଙ୍କୁ ତାଙ୍କ ଏନେର୍ଜୀ ଓ ଫିଟନେସ୍‌ର ସିକ୍ରେଟ୍‌ କଣ ବୋଲି ପଚାରି ବସିଛନ୍ତି।

wp:html /wp:html

ତେବେ ରାହୁଲଙ୍କ ଲାଗି ଏପରି ପ୍ରଶ୍ନ କିଛି ନୂଆ କଥା ନୁହେଁ। ଭାରତ ଯୋଡୋ ଯାତ୍ରାରେ ମଧ୍ୟ ତାଙ୍କୁ ଅନେକବାର ଏହି ପ୍ରଶ୍ନ କରାଯାଇଛି। ଯାହାର ଜବାବରେ ସେ ଓଲଟି ପ୍ରଶ୍ନରେ ପଚାରିଥିଲେ, ସେ କହିଥିଲେ ଯେ ଦେଶରେ ଗରିବ, କୃଷକ, ଛାତ୍ର ଓ ଶ୍ରମିକଙ୍କୁ କେହି କେବେ ପଚାରିଛ କି ତୁମକୁ ଥଣ୍ଡା କାହିଁ ଲାଗୁନି? ଦେଶରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ମଧ୍ୟ ରାହୁଲଙ୍କୁ କେବଳ ଟି-ସାର୍ଟ ପିନ୍ଧି ଚାଲୁଥିବାର ଦେଖାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.