ରେଳ ମନ୍ତ୍ରାଳୟକୁ ଟାର୍ଗେଟ୍ କଲେ ରାହୁଲ, କହିଲେ - ଶ୍ରମିକଙ୍କ ଠାରୁ ଭଡା ଆଦାୟ କରି ପିଏମ୍ କେୟାର୍ ଫଣ୍ଡରେ ୧୫୧ କୋଟି ଟଙ୍କା ଚାନ୍ଦା ଦେଉଛି ମନ୍ତ୍ରାଳୟ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪/୦୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପିଏମ କେୟାର ଫଣ୍ଡକୁ ନେଇ ଟାର୍ଗେଟ କରିଛନ୍ତି | ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ରେଳବାଇ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଠାରୁ ଭଡା ଟଙ୍କା ଆଦାୟ କରୁଛି | ଅନ୍ୟପଟେ ରେଳ ମନ୍ତ୍ରାଳୟ ପିଏମ କେୟାର ଫଣ୍ଡରେ ୧୫୧ କୋଟି ଟଙ୍କା ଚାନ୍ଦା ଦେଉଛନ୍ତି |

ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଫଷରହିଥିବା ପ୍ରବାସୀ ଶ୍ରମିକଙ୍କ ଠାରୁ ରେଳବାଇ ଆଦାୟ କରିଥିବା ଟଙ୍କାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିଥିଲେ | ସେ କହିଥିଲେ ଯେ, ପ୍ରବାସୀ ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଉଚିତ | ସେ ପ୍ରଶ୍ନ କରିଥିଲେ ଯେ, ଯଦି ରେଳ ମନ୍ତ୍ରାଳୟ ପିଏମ କେୟାର ଫଣ୍ଡରେ ୧୫୧ କୋଟି ଟଙ୍କା ଯୋଗଦାନ କରିପାରୁଛନ୍ତି ତାହେଲେ ଶ୍ରମିକଙ୍କ ଠାରୁ ଭଡା ଆଦାୟ ନକରି ତାଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବା ବ୍ୟବସ୍ଥା କାହିଁକି କରିପାରିବେ ନାହିଁ ?

ସୋନିଆ ଏକ ବୟାନରେ କହିଛନ୍ତି ଯେ, ଶ୍ରମିକମାନେ ଦେଶର ମେରୁଦଣ୍ଡ ସଦୃଶ୍ୟ | ସେମାନଙ୍କ ପରିଶ୍ରମ ଦ୍ୱାରା ହିଁ ରାଷ୍ଟ୍ରର ମୂଳଦୁଆ ପଡିଥାଏ | ମାତ୍ର ୪ ଘଣ୍ଟାରେ ନୋଟିସ ଜାରି କରି ଲକଡାଉନ କରିଥିବା ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ନିଜ ଘରକୁ ଫେରି ପାରିନଥିଲେ | ତାଙ୍କ କହିବାନୁଯାୟୀ, ୧୯୪୭ ମସିହାରେ ଦେଶ ବିଭାଜନ ପରେ ପ୍ରଥମଥର ପାଇଁ ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା | ଅଭାବୀ ଶ୍ରମିକ ଯାହା ଯାହା କିଲୋମିଟର ଚାଲିଚାଲି ନିଜ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହୋଇଯାଇଥିଲେ |

ଏହା ପୂର୍ବରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆରୋଗ୍ୟ ସେତୁ ଆପକୁ ନେଇ ମଧ୍ୟ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ | ସେ ଟ୍ୱିଟ କରି କହିଥିଲେ ଯେ, ଆରୋଗ୍ୟ ସେତୁ ଆପ ଏକ ପରିସ୍କୃତ ମନିଟରିଙ୍ଗ ପ୍ରଣାଳୀ ଯାହା ଏକ ପ୍ରାଇଭେଟ ଅପରେଟର ଦ୍ୱାରା ପରିଚାଳିତ | ଏହି ଆପ ମାଧ୍ୟମରେ ଅନେକ ସଂସ୍ଥାଗତ ନିରୀକ୍ଷଣ କରାଯାଉନାହିଁ | ଆପକୁ ନେଇ ଗମ୍ଭୀର ଡାଟା ସୁରକ୍ଷା ଏବଂ ଗୋପନୀୟତା ସମ୍ବନ୍ଧୀୟ ଚିନ୍ତା କରିଛି | ପ୍ରଦ୍ୟୋଗିକ ଲୋକଙ୍କୁ ସୁରକ୍ଷିତ ରହିବାରେ ସାହାଯ୍ୟ କରିପାରନ୍ତି କିନ୍ତୁ ୟୁଜରଙ୍କ ବିନା ଅନୁମତିରେ ନାଗରିକଙ୍କୁ ଟ୍ରାକ କରିବା ଉଚିତ ନୁହେଁ | ଭୟ ନାଁରେ ଲାଭ ଉଠାଇବା ଭୁଲ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.