ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଭାରତର ସଂଘ ଓ ରାଜ୍ୟମାନଙ୍କ ଉପରେ ଏକ ଆକ୍ରମଣ: ରାହୁଲ ଗାନ୍ଧୀ

Published By : Prameya-News7 Bureau | September 03, 2023 IST

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଆଇନ୍‌କୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହା ଦେଶର ସଂଘୀୟ ବ୍ୟବସ୍ଥା ଓ ସମସ୍ତ ରାଜ୍ୟ ଉପରେ ଏକ ଆକ୍ରମଣ ବୋଲି ରାହୁଲ ଏକ୍ସ ପୋଷ୍ଟରେ କହିଛନ୍ତି।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ଇଣ୍ଡିଆ ବା ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂଘ ଓ ଏହାର ରାଜ୍ୟମାନଙ୍କ ଉପରେ ଆକ୍ରମଣ।”

ଗତକାଲି କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଏକ କମିଟି ଗଠନ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଅଧ୍ୟକ୍ଷ ରହିଛନ୍ତି। ଏଥିରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ସଦସ୍ୟ ଭାବେ ବଛାଯାଇଥିଲା। ହେଲେ  ଶନିବାର ସେ ଏଥିରେ ସଦସ୍ୟ ହେବାକୁ ମନା କରି ଦେଇଛନ୍ତି।

ଏଥିସହ ରାଜ୍ୟସଭା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି କମିଟିରୁ ବାଦ ଦିଆଯିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ଖଡ଼ଗେଙ୍କ ବଦଳରେ ସେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଏହି କମିଟିରେ ସାମିଲ୍ କରାଯାଇଛି।

ଗତକାଲି ଏହି କିମିଟେର ୮ ଜଣିଆ ସଦସ୍ୟ ରହିବେ ବୋଲି ଘୋଷଣା ହୋଇଥିଲେ। ସେମାନେ ହେଲେ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ସୁଭାଷ ସିଂ କାଶ୍ୟପ, ହରିଶ ସାଲଭେ ଓ ସଞ୍ଜୟ କଠୋରୀ।

କମିଟର ନାମ ମଧ୍ୟ ରଖାଯାଇଥିଲା। ଏହାକୁ ଉଚ୍ଚ ସ୍ତରୀୟ କମିଟି କୁହାଯିବ। ଇଂରାଜୀ ଏହାକୁ HLC କୁହାଯିବ। ସଚିବ, ଆଇନ ଏବଂ ନ୍ୟାୟ ବିଭାଗର ସଚିବନ ନିତେନ ଚନ୍ଦ୍ର କମିଟର ଅଂଶ ରହିବେ। ନିତେନ ଚନ୍ଦ୍ର ମଧ୍ୟ ଏଚ୍‌ଏଲ୍‌ସିର ସଚିବ ହେବେ।

କମିଟି ଲୋକସଭା, ବିଧାନସଭା ସଭା, ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନ ଏକା ସାଙ୍ଗରେ କରାଇବାର ସମ୍ଭାବନା ଉପରେ ବିଚାର କରିବା ସହ ସୁପାରିଶ କରିବ। ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟଗୁଡ଼ିକର ଅନୁମୋଦନ ଆବଶ୍ୟକ ହେବ କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିବ। କମିଟି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବ ଏବଂ ଯଥାଶୀଘ୍ର ସୁପାରିଶ କରିବ।  

ପଢନ୍ତୁ-ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ, କହିଲେ- ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଆବଶ୍ୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.