ରାହୁଲଙ୍କୁ ପି. ଚିଦାମ୍ବରମଙ୍କଠାରେ ଟ୍ୟୁସନ୍ ହେବା ଉଚିତ୍, ରାଇଟ୍ ଅଫର ଅର୍ଥ ଋଣ ଛାଡ ନୁହେଁ: ବିଜେପି

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି ବିଜେପି ବୁଧବାର କହିଛି ପୂର୍ବତନ ସଭାପତିଙ୍କୁ ଋଣକୁ ‘ଛାଡ ଖାତାରେ ପକାଇବା’ ଏବଂ ‘ଛାଡ’ କରିବା ମଧ୍ୟରେ ଫରକ ଜାଣିବା ପାଇଁ ପୂର୍ବତନ  ଅର୍ଥମନ୍ତ୍ରୀ ତଥା ନିଜ ପାର୍ଟିର ହସଯୋଗୀ ପି ଚିଦାମ୍ବରମଙ୍କଠୁ ଟ୍ୟୁସନ୍ ନେବା ଉଚିତ୍। ବିଜେପି ଜୋର୍ ଦେଇ କହିଛି ଯେ, ମୋଦୀ ସରକାର କାହାରି ଋଣ ଛାଡ କରି ନାହାନ୍ତି।

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, ରାହୁଲ ଗାନ୍ଧୀ ଋଣ ‘ଛାଡ ଖାତାରେ ପକାଇବା’ ଏବଂ ‘ଛାଡ କରିବା’ ମଧ୍ୟରେ ଫରକ କଣ ବୁଝିବା ପାଇଁ ପି ଚିଦାମ୍ଵରମଙ୍କଠାରେ ଟ୍ୟୁସନ୍ ହେବା ଉଚିତ୍। ସେ ଟୁଇଟ୍ କରିଛନ୍ତି, ଋଣକୁ ଛାଡ ଖାତାରେ ପକାଇବା ଆକାଉଣ୍ଟିଂର ଏକ ସ୍ଵାଭାବିକ ପ୍ରକ୍ରିୟା ଏବଂ ଏଥିରେ ଋଣ ଖିଲାପକାରୀଙ୍କଠୁ ଅର୍ଥ ଆଦାୟ କିମ୍ବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲାଗ ନାହିଁ। ସେ ଜୋର୍‌ ଦେଇ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର କାହାରି ବି ଋଣ ଛାଡ କରି ନାହାନ୍ତି। ରାହୁଲ ଗାନ୍ଧୀ ବୁଝି ନିଅନ୍ତୁ ଯେ, ରାଇଟ୍ ଅଫର ଅର୍ଥ କ୍ଷମା ନୁହେଁ।

wp:core-embed/twitter {"url":"https://twitter.com/PrakashJavdekar/status/1255380139283808256","type":"rich","providerNameSlug":"twitter","className":""}
https://twitter.com/PrakashJavdekar/status/1255380139283808256
/wp:core-embed/twitter

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଆରଟିଆଇ ଆଧାରରେ ମିଳିଥିବା ଏକ ଜବାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକା  ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ସେ ସଂସଦରେ ଏକ ପ୍ରଶ୍ନରେ ସରକାରଙ୍କୁ ଦେଶରେ କେତେ ଋଣଖିଲାପକାରୀ ଅଛନ୍ତି ପଚାରିଥିଲେ, ମାତ୍ର କିଛି ଉତ୍ତର ମିଳିନଥିଲା।

ଉଲ୍ଲେଖଯୋଗ୍ୟ , ମାର୍ଚ୍ଚ ବଜେଟ୍ ଅଧିବେଶନ ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କ ଧୋଖାଧାଡି ପ୍ରସଙ୍ଗ ଉଠାଇଥିଲେ। ସେ ସରକାରଙ୍କଠୁ ଦେଶର ୫୦ ବଡ ଋଣ ଖିଲାଫକାରୀଙ୍କ ତଥ୍ୟ ମାଗିଥିଲେ। ପ୍ରଶ୍ନକାଳ ସମୟରେ କଂଗ୍ରେସ ସାଂସଦ ରାହୁଲ  ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ମୁଁ ସରକାରଙ୍କୁ ବଡ ସହଜ ପ୍ରଶ୍ନ କଲି ଯେ, ଦେଶର ୫୦ ବଡ ଋଣ ଖିଲାପକାରୀ କିଏ। ମୋତେ କୌଣସି ଉତ୍ତର ମିଳିଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯେଉଁ ଲୋକ ଭାରତର ବ୍ୟାଙ୍କରୁ ଚୋରି କରିଛନ୍ତି ସେମାନଙ୍କୁ ଧରି ଦେଶକୁ ଆଣିବି। ତେଣୁ ସରକାରଙ୍କୁ ମୁଁ ସେମାନଙ୍କର ନାମ ପଚାରିଲି, କିନ୍ତୁ ଉତ୍ତର ମିଳିଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.