LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଆଣ୍ଡାମାନ ଜେଲରେ ରହି ଦେଖାନ୍ତୁ ରାହୁଲ’, ସାବରକରଙ୍କ ଉପରେ ବୟାନକୁ ନେଇ ବର୍ଷିଲେ ଏକନାଥ ସିନ୍ଦେ

27/03/2023 at 6:57 PM

ନୂଆଦିଲ୍ଲୀ: ବୀର ସାବରକରଙ୍କ ଉପରେ ରାହୁଲ ଗାନ୍ଧୀ କରିଥିବା ଟିପ୍ପଣୀକୁ ନେଇ ମହାରାଷ୍ଟ୍ରରେ ବିରୋଧ ତେଜିବାରେ ଲାଗିଛି । ଗୋଟିଏ ପଟେ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଥିବା ଉଦ୍ଧବ ଠାକରେ ହିଁ ରାହୁଲଙ୍କ ବୟାନ ଉପରେ ଅସନ୍ତୋଷ ଅଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ବଡ଼ ରାହୁଲକୁ ସମାଲୋଚନା କରିଛନ୍ତି । ଏକନାଥ ସିନ୍ଦେ ‘ଆମ ସମସ୍ତେ ସାବରକର’ ନାରା ଦେଇ ମହାରାଷ୍ଟ୍ରରେ ସାବରକର ଗୌରବ ଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶନିବାର ରାହୁଲ କହିଥିଲେ, ‘ମୁଁ ସାବରକର ନୁହେଁ ଯେ କ୍ଷମା ମାଗିବି । ମୁଁ ଗାନ୍ଧୀ ଏବଂ ଗାନ୍ଧୀ କ୍ଷମା ମାଗନ୍ତି ନାହିଁ’ ।

ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ ସବୁଆଡୁ ତାଙ୍କୁ ସମାଲୋଚନା କରାଯାଉଛି । ସରକାରୀ ଦଳର ଟାର୍ଗେଟରେ ଥିବା ରାହୁଲ ଏବେ ନିଜ ସହଯୋଗୀ ଦଳର ଅସନ୍ତୋଷର ଶିକାର ହେଉଛନ୍ତି । ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେ କହିଛନ୍ତି ଯେ ସେ ବୀର ସାବରକରଙ୍କୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବାୟନକୁ ନିନ୍ଦା କରୁଛି । ସିଏମ୍ ସିନ୍ଦେ କହିଛନ୍ତି, ‘ସାବରକର ଦେଶର ସ୍ୱାଧୀନତାରେ ବଡ଼ ଯୋଦଗାନ ଦେଇଥିଲେ । ଏପରି ହିରୋଙ୍କ ଯୋଗଦାନରୁ ହିଁ ଦେଶକୁ ସ୍ୱାଧୀନତା ମିଳିଥିଲା । ସାବରକରଙ୍କ ବଳିଦାନ ବାବଦରେ ଜଣାଇବା ପାଇଁ ଆମେ ସାବରକର ଗୌରବ ଯାତ୍ରା ଆୟୋଜନ କରିବୁ । ଯଦି ପାରିବେ ରାହୁଲ ଗାନ୍ଧୀ ଦିନେ ଯାଇ ଆଣ୍ଡାମାନ ଜେଲରେ ରହି ଦେଖାନ୍ତୁ’ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସୋମବାର ବିରୋଧୀ ଦଳ ନେତାଙ୍କୁ ନେଇ କଂଗ୍ରେସ ଏକ ବୈଠକ ଡାକିଥିଲା । ତେବେ ଏଥିରେ ଯୋଗ ଦେବାକୁ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ମନା କରିଦେଇଛି ।

ସଞ୍ଜୟ ରାଉତ କହିଥିଲେ, ‘ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ହେବାକୁ ଥିବା ବୈଠକରେ ଆମେ ଯୋଗ ଦେବୁ ନାହିଁ । କାରଣ ରାହୁଲ ଗାନ୍ଧୀ କହିଛନ୍ତି ମୁଁ ସାଭରକର ନୁହେଁ, ମୁଁ ଗାନ୍ଧୀ । ଏହା ପୂର୍ବରୁ ସାଭରକରଙ୍କ ଉପରେ ଲଗାତାର ଟିପ୍ପଣୀ କରୁଥିବା ରାହୁଲ ଗାନ୍ଧୀଙ୍କୁ ସତର୍କ କରାଇଥିଲେ ଉଦ୍ଧର ଠାକରେ । ସେ କହିଥିଲେ ଯେ ଆମେ ହିନ୍ଦୁତ୍ୱ ବିଚାରଧାରା ବୀର ସାଭରକରଙ୍କ ଅପମାନ ଗ୍ରହଣ କରିବୁ ନାହିଁ ।

   Related Posts