ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ କହିଲେ ରାହୁଲ, ଝାଡ଼ଖଣ୍ଡ ଓ ୱାୟନଡ଼କୁ ଧନ୍ୟବାଦ

Published By : Prameya-News7 Bureau | November 23, 2024 IST

indiatoday

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ବିରୋଧୀ ଦଳକୁ ଆଶ୍ଚର୍ଯ୍ୟ କରିଛି। କାରଣ ଲୋକସଭା ନିର୍ବାଚନରେ ଯେଉଁ ମେଣ୍ଟ ବିଜେପକୁ ଚମ୍‌କା ଦେଇଥିଲେ, ୪ଟା ମାସ ଭିତରେ ସବୁ ଦଳି ଗଲା କେମିତି। ଏତେ ଭୋଟ ବ୍ୟବଧାନରେ ବିଜେପି ଓ ଏନ୍‌ଡିଏ ଜିତିଲେ କେମିତି। ଏକଥା ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ମହା ବିକାଶ ଅଘାଡ଼ି ମେଣ୍ଟର ନେତା। ବିଜେପିର ବିଜୟ ନେଇ ଶିବସେନା ନେତା ଉଦ୍ଧବ ଠାକ୍‌ରେ ପ୍ରଶ୍ନ ଉଠାଇଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
 ଏକ୍ସରେ ପୋଷ୍ଟ କରି ରାହୁଲ କହିଛନ୍ତି “ ମହାରାଷ୍ଟ୍ରର ନିର୍ବାଚନ ଅପ୍ରତ୍ୟାଶିତ। ଆମେ ଏହାକୁ ଗଭୀର ଭାବେ ବିଶ୍ଳେଷଣ କରିବୁ। ତେବେ ସମର୍ଥନ ପାଇଁ ରାଜ୍ୟର ସମସ୍ତ ଭାଇ ଭଉଣୀମାନଙ୍କୁ ଓ କଠିନ୍ନ ପରିଶ୍ରମ କରିଥିବା କର୍ମୀମାନଙ୍କୁ ଧନ୍ୟବାଦ।” ତେବେ ଝାଡ଼ଖଣ୍ଡ  ନିର୍ବାଚନ ଫଳାଫଳକୁ ନେଇ ଖୁସୀ ବ୍ୟକ୍ତି କରିଛନ୍ତି ରାହୁଲ। ଏଠାରେ ଜଏମ୍‌ଏମ୍ ଏକାକୀ ୩୪ଟି ଆସନ ଜିତିବାର ସମ୍ଭାବନା ରହିଛି। ଖବର ଲେଖାଯିବା ସୁଦ୍ଧା ଦଳ ୨୯ ଟି ଆସନ ଜିତିଥିବା ବେଳେ ୫ଟି ଆସନରେ ଅଗ୍ରଣୀ ରହିଛି। ଏହି ବିଜୟ ସମ୍ବିଧାନ ସହିତ ଜଳ, ଜମି ଓ ଜଙ୍ଗଲର ବିଜୟ ବୋଲି ରାହୁଲ କହିଛନ୍ତି। 
ସେହିପରି ୱାୟନଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ରାହୁଲ। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ମୋ ୱାୟନଡ଼ ପରିବାର ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ମୁଁ ବହୁତ ଗର୍ବିତ। ମୁଁ ଜାଣେ ସେ ସାହସ, କରୁଣା ଏବଂ ଅଦମ୍ୟ ଉତ୍ସର୍ଗିକୃତ ଭାବନା ସହିତ ସହିତ ଆମ ପ୍ରିୟ ୱାୟନଡକୁ ପ୍ରଗତି ଏବଂ ସମୃଦ୍ଧିର ପ୍ରତୀକ ବନାଇବେ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.