ହିନ୍ଦୀଭାଷୀ ରାଜ୍ୟରେ ଭାରତ ଯୋଡ଼ ଯାତ୍ରାକୁ ମିଳିଛି ଭଲ ସମର୍ଥନ,ଏଥର ସରକାର ଗଠନ କରିବ କଂଗ୍ରେସ: ରାହୁଲ ଗାନ୍ଧୀ
8/01/2023 at 5:16 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଲୋକମାନଙ୍କ ଦ୍ୱାରା ଆଦ୍ରୁତ ହେଉଛି ବୋଲି ଦାବି କରି ରାହୁଲ କହିଛନ୍ତି ହିନ୍ଦୀଭାଷୀ ରାଜ୍ୟମାନଙ୍କରେ ଏଥର କଂଗ୍ରେସ ସରକାର ଗଠନ କରିବ। ଦକ୍ଷିଣୀ ରାଜ୍ୟଗୁଡ଼ିକ ଅପେକ୍ଷା ଉତ୍ତର ଭାରତରେ ଭାରତ ଯୋଡ଼ ଯାତ୍ରାକୁ ଲୋକେ ଅଧିକ ପାଇଛନ୍ତି। ବୋଲି ରାହୁଲ କହିଛନ୍ତି।
କୁରୁକ୍ଷେତ୍ରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସୁବ ସ୍ଥାନରେ ଭାରତ ଯୋଡ଼ ଯାତ୍ରାକୁ ଲୋକ ଭଲପାଇଛନ୍ତି। ଏହି ଯାତ୍ରା ଘୃଣା, ଭୟ, ମହଙ୍ଗା, ବେକାରୀ ସମସ୍ୟା ବିରୋଧରେ ହେଉଛି। ସେ କହିଛନ୍ତି “ କିଛି ଲୋକ କହୁଥିଲେ ବିଜେପି ଶାସିତ ରାଜ୍ୟ ଓ ହିନ୍ଦୀ ବେଲ୍ଟରେ ଭାରତ ଯୋଡ଼ ଯାତ୍ରା ଜନ ଆଦ୍ରୁତ ହେବ ନାହିଁ କିନ୍ତୁ ଏହାର ବିପରିତ ହେଲା। ଆମେ ଏହିସବୁ ରାଜ୍ୟଗୁଡ଼ିକରେ ଭଲ ଆଦର ପାଇଲୁ। ଏଥିରେ ସୁଧାର ଆସୁଛି।”
ସେ କହିଛନ୍ତି “ଲୋକେ କହୁଥିଲେ ଆମେ କେରଳରେ ସଫଳ ହେବୁ ହେଲେ ବିଜେପି ଶାସିତ କର୍ଣ୍ଣାଟକରେ ହେବୁ ନାହିଁ। କିନ୍ତୁ ଆମେ ସେଠାରୁ ବରଂ ଖୁବ ଭଲ ଆଦର ପାଇଲୁ। ଏହାପରେ ସେମାନେ କହିଲୁ ଆମେ କେବଳ ଦକ୍ଷିଣ ଭାରତରେ ଭଲ ଆଦର ପାଇବୁ। ହଲେ ମହାରାଷ୍ଟ୍ରରେ ପହଞ୍ଚିଲେ ଆମକୁ ଲୋକଙ୍କ ଆଦର ମିଳିବନି। କିନ୍ତୁ ଯେତେବେଳେ ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିଲା ସେତେବେଳେ ଆମେ ଦକ୍ଷିଣୀ ରାଜ୍ୟ ଅପେକ୍ଷା ଆହୁରି ଭଲ ଉତ୍ତର ପାଇଲୁ। ପୁଣି କହିଲେ, ହିନ୍ଦୀବାଷୀ ରାଜ୍ୟଗୁଡ଼ିକରେ ଆମକୁ ଆଦର ମିଳିବ ନାହିଁ।” ହେଲେ ସେହିସବୁ ରାଜ୍ୟଗୁଡ଼ିକରେ ଆମକୁ ଅଧିକ ଆଦର ମିଳିଲା। ଏହା ଧୀରେ ଧୀରେ ବଢ଼ୁଛି ବୋଲି ରାହୁଲ କହିଛନ୍ତି।
ଦକ୍ଷିଣ ତୁଳନାରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣାରେ ଅଧିକ ଭଲ ଆଦର ମିଳିଲା। ତେଣୁ କୃଷକ ଓ ଗରିବ ଲୋକଙ୍କ ସମର୍ଥନରେ ଆମେ ଏଠି ସରକାର ଗଠନ କରିବୁ ବୋଲି ରାହୁଲ କହିଛନ୍ତି। ବିଜେପି ମନ ଭିତରେ ରାହୁଲ ଅଛି। ହେଲେ ମୋ ମାଇଣ୍ଡରେ ନାହିଁ। ମୋ ଛବି ସେମାନେ କେମିତି ଚିତ୍ରଣ କରୁଛନ୍ତି ମୋତେ ଫରକ ପଡ଼ୁନି ବୋଲି ରାହୁଲ କହିଛନ୍ତି। ଏହି ସମୟରେ ସେ ଗୀତାରେ ଉଦାହରଣ ଦେଇ କହିଥିଲେ ଯେ କାମ କର ହେଲେ ଫଳ ଆଶା ରଖନି।
ଶୁଣନ୍ତୁ କଣ କହୁଛନ୍ତି ରାହୁଲ-