ଜ୍ୟୋତିରାଦିତ୍ୟଙ୍କ କଂଗ୍ରେସ ଛାଡିବା ନେଇ ରାହୁଲଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୩:  ମଧ୍ୟପ୍ରଦେଶର ଦିଗ୍ଗଜ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶେଷରେ ବିଜେପିରେ ଯୋଗଦେଇଛନ୍ତି। ଶୀର୍ଷ କଂଗ୍ରେସ ନେତାଙ୍କ ପ୍ରତି ଥିବା ଅସନ୍ତୋଷ ଲାଗି ସେ ଦଳ ଛାଡିବାକୁ ବାଧ୍ୟ ହେଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଜ୍ୟୋତିରାଦିତ୍ୟଙ୍କ ପଦକ୍ଷେପକୁ ନେଇ ଏଆଇସିସି ଶିର୍ଷ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ଥିଲେ ଅନ୍ୟତମ ।

{"id":236683,"sizeSlug":"large"}

କୁହାଯାଉଛି ଜ୍ୟୋତିରାଦିତ୍ୟ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାକୁ ଚାହୁଁଥିଲେ, ହେଲେ ଏଥିଲାଗି ସେମାନେ ସମୟ ଦେଉନଥଲେ। ତେବେ ରାହୁଲ କହିଛନ୍ତ ସେ ଜଣେ ଏପରି ବ୍ୟକ୍ତିତ୍ୱ ଯାହାଙ୍କ ଲାଗି ତାଙ୍କ ଦ୍ୱାର ସବୁବେଳେ ଖୋଲାଥିଲା। କେବଳ ରାଜନୀତି ନୁହେଁ ସେ ପାଠ ପଢା ବେଳର ବି ସାଙ୍ଗ ଥିଲେ ବୋଲି କହିଛନ୍ତି ରାହୁଲ। ଏଥିଯୋଗୁ ଜ୍ୟୋତିରାଦିତ୍ୟ ଯେତେବେଳେ ଚାହୁଁଥିଲେ ଆସି ମୋ ସହ ମିସି ପାରୁଥିଲେ। ପ୍ରିୟଙ୍କାଙ୍କ ସହ ମଧ୍ୟ ଜ୍ୟୋତିରାଦିତ୍ୟଙ୍କ ସମ୍ପର୍କ ବେଶ ଭଲ।

{"id":236684,"width":580,"height":435,"sizeSlug":"large"}

ରାହୁଲ ଓ ଜ୍ୟୋତିରାଦିତ୍ୟଙ୍କ ଅନ୍ତରଙ୍ଗତା ପାର୍ଲ୍ୟାମେଣ୍ଟ ଭିତରେ ଓ ବାହାରେ ବି ସମାନ।  ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ପ୍ରଚାର ରାଲି ସବୁଠି ରାହୁଲଙ୍କ ଦେହକୁ ଲାଗି ରହିଥାନ୍ତି ଜ୍ୟୋତିରାଦିତ୍ୟ। ହେଲେ ଏବେ ରାଜନୀତି ସେମାନଙ୍କୁ ପୃଥକ କରିଦେଇଛି। ଜ୍ୟୋତିରାଦିତ୍ୟଙ୍କ ସହ ସମ୍ପର୍କର ଏକ ଫଟୋ ବି ରାହୁଲ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ସେମାନଙ୍କ ସହ କମଲନାଥ ବି ଦେଖାଯାଇଛନ୍ତି। ଏଥିରେ ରାହୁଲ ଜ୍ୟୋତିରାଦିତ୍ୟ ଓ କମଲନାଥଙ୍କୁ ଦୁଇ ଗୁରୁତ୍ୱପୂର୍ଣ୍ଣ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି।

wp:html /wp:html

ଦେଶର ରାଜନୈତିକ ଦୃଶ୍ୟପଟରେ ଜ୍ୟୋତିରାଦିତ୍ୟ କଂଗ୍ରେସର ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନେତା ଭାବେ ଜଣାସୁଣା ଥିଲେ। ତେବେ ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପରଠାରୁ ଜ୍ୟୋତିରାଦିତ୍ୟ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଥିବା ବେଳେ ମଝିରେ ମଝିରେ ନିଜର ଅସନ୍ତୋଷ ପ୍ରକଟ ବି କରୁଥିଲେ।

{"id":236685,"sizeSlug":"large"}

ସେପଟେ ବିଜେପିରେ ଯୋଗଦେବା ପରେ ଜ୍ୟୋତିରାଦିତ୍ୟ ଜେ.ପି.ନଡ୍ଡାଙ୍କ ସହ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ଆଉ ଆଗଭଳି ନଥିବା କହିଛନ୍ତି। ଏବେ ବାସ୍ତବିକତାକୁ କଂଗ୍ରେସ ସ୍ୱୀକାର କରିପାରୁନି। ନୂଆ ନେତୃତ୍ୱ ନୂଆ ବିଚାରକୁ ଗ୍ରହଣ କରୁନାହିଁ। ଏଥିଯୋଗୁ ଜାତୀୟ ପରିଦୃଶ୍ୟରେ କଂଗ୍ରେସର ଯାହା ପରିସ୍ଥିତି ହୋଇଛି ଏବେ ମଧ୍ୟପ୍ରଦେଶରେ ବି ସେଇଆ ହେଉଥିବା କହିଛନ୍ତି ଜ୍ୟୋତିରାଦିତ୍ୟ।  

{"id":236686,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.