ୱାଇନାଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧି, ଜାଣନ୍ତୁ ମଣିପୁରକୁ ନେଇ କହିଲେ କ’ଣ?

Published By : Prameya-News7 Bureau | August 12, 2023 IST

ୱାଇନାଡ ୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କର ଲୋକସଭା ସଦସ୍ୟତା କାୟମ ହେବା ପରେ ଶନିବାର ପ୍ରଥମ ଥର ତାଙ୍କ ନିର୍ବାଚନମଣ୍ଡଳି ୱାଇନାଡ ଗସ୍ତ କରିଛନ୍ତି। ଏହି ଅବସରରେ ରାହୁଲ କଲପେଟ୍ଟାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ରାହୁଲ ତାଙ୍କ ଭାଷଣ ଆରମ୍ଭ କରିବା ପୂର୍ବରୁ ବିଳମ୍ବରେ ପହଞ୍ଚିଥିବାରୁ ଜନତାଙ୍କୁ କ୍ଷମା ଯାଚନା କରିଥିଲେ। କହିଥିଲେ କିଛି ସମୟ ପୂର୍ବରୁ ମୁଁ ମଣିପୁର ଯାଇଥିଲି। ଯାହା ସେଠାରେ ଦେଖିଛି ତାହା ଆଉ କେଉଁଠି ଦେଖିନି। ଦେଶରେ ବନ୍ୟା,ବାତ୍ୟା ହିଂସା କାଳରେ ମୁଁ ରହିଛି। ହେଲେ ଯାହା ମଣିପୁରରେ ଦେଖିଛି ତାହା ମୁଁ ଅନ୍ୟ କେଉଁଠି ଦେଖିନି।

ଲୋକସଭାରୁ ସସପେଣ୍ଡ ପରେ ଅଧୀର ରଞ୍ଜନଙ୍କ ପାଲଟା ଆକ୍ରମଣ, କହିଲେ ଆବଶ୍ୟକ ପଡ଼ିଲେ…

ରାହୁଲ ୱାଇନାଡବାସୀଙ୍କୁ ତାଙ୍କ ପରିବାର ବୋଲି କହିଛନ୍ତି। ଏଣୁ ଏଠାରେ ଏହା କହିବା ଗୁରୁତ୍ୱପୂର୍ଣ୍ଣ ମଣିପୁରରେ ମୁଁ କଣ ଦେଖିଛି। ସେଠାରେ ଯେଉଁମାନଙ୍କ ସହ କଥା ହୋଇଛି ସମସ୍ତଙ୍କ ସମ୍ପର୍କରେ କହି ପାରିବିନି। ହେଲେ ଆପଣମାନଙ୍କୁ ୨ଟି ଘଟଣା ସମ୍ପର୍କରେ କହିବି। ଏହା ଏପରି ଘଟଣା ଯାହା ମୋ ମନକୁ ବିଚଳିତ କରିଦେଉଛି।  ମଣିପୁରରେ ଗୋଟିଏ ଘରେ ପରିବାରର ସବୁ ସଦସ୍ୟ ଥିଲେ, ହେଲେ ଜଣେ ମହିଳା ଏକାକୀ ଥିବା ଦେଖିଲି। ପଚାରିଲି ପରିବାର କାହାନ୍ତି, ମହିଳା କହିଲେ ମୋ ପରିବାରରେ କହି ବଞ୍ଚି ନାହାନ୍ତି। ଗାଁରେ ସେ ତାଙ୍କ ଘରେ ଥିବା ବେଳେ ତାଙ୍କ ପୁଅକୁ ତାଙ୍କ ଆଖି ସାମ୍ନାରେ ଗୁଳି ମାରି ଦିଆଯାଇଥିଲା। ସାରା ରାତି ସେ ପୁଅର ଶବ ନିକଟରେ ବସି ରହିଥିଲେ। ସେ କହିଲେ ସେ ଭାବିପାରୁନଥିଲେ ପୁଅ ସହିତ ରହିବେ କି ନିଜ ଜୀବନ ବଞ୍ଚାଇବାକୁ କେଉଁ ଆଡେ ପଳାଇବେ। କିଛି ସମୟ ପରେ ଭାବିଲେ ପୁଅ ଆଉ ଫେରିଆସିବନି ଏଣୁ ସେ ସେଠାରୁ ପଳାଇବାକୁ ନିଷ୍ପତ୍ତି ନେଲେ।

wp:html /wp:html

ରାହୁଲ କହିଲେ ଏହା ଥିଲା ଜଣେ ମହିଳାଙ୍କ ଘଟଣା, ଯାହାଙ୍କ ଆଖି ସାମ୍ନାରେ ତାଙ୍କ ପୁଅକୁ ହତ୍ୟା କରିଦିଆଗଲା। କେବଳ ତାଙ୍କ ପୁଅକୁ ହତ୍ୟା କରାଯାଇନଥିଲା ତାଙ୍କ ଘରକୁ ବି ପୋଡି ଦିଆଯାଇଥିଲା। ସେ ସର୍ବସ୍ୱ ହରାଇଥିଲେ। ଏହିପରି ଆଉଜଣେ ମହିଳାଙ୍କୁ ଭେଟିଥିଲେ ରାହୁଲ ପଚାରିଥିଲେ କଣ ହେଲା? ହେଲେ ମହିଳା କିଛି କହିପାରିନଥିଲେ ବେହୋସ ହୋଇଯାଇଥିଲେ। ମଣିପୁରରେ ଯେଉଁଠି ଘରପରେ ଘର ଗାଁ ପରେ ଗାଁ ଜଳାଇ ଦିଆଯାଇଛି ସେଠି ଲୋକେ ଆଉ କହିବେ କ’ଣ?  କେବଳ ବିନାଶର ଚିତ୍ର ମନେପକାଇ ବେହୋସ ହେଲେ ବୋଲି ରାହୁଲ କହିଥିଲେ।

ସର୍ଜିକାଲ ଷ୍ଟ୍ରାଇକ୍‌ରେ ହିଁ ଦୂର ହେବ ମଣିପୁର ସମସ୍ୟା: ବିଜେପି ସହଯୋଗୀ ଦଳର କେନ୍ଦ୍ରକୁ ଦାବି

ସେ ମଣିପୁର ଗସ୍ତକାଳରେ ମୈତେଇ ଅଞ୍ଚଳକୁ ଯାଇଥିଲେ। ମୈତେଇ ଅଞ୍ଚଳରେ ଲୋକେ ସାଙ୍ଗରେ କୁକି ସୁରକ୍ଷା କର୍ମୀ ଥିଲେ ମାରିଦେବେ ବୋଲି କହିଲେ। ସେହିପରି କୁକି ଅଞ୍ଚଳକୁ ଯିବା ବେଳେ ମୈତେଇ ସୁରକ୍ଷା କର୍ମୀଙ୍କୁ ମାରିଦେବାକୁ କହିଲେ। ଏଣୁ ସେ ତାଙ୍କ ସୁରକ୍ଷାରେ ଥିବା କର୍ମୀଙ୍କୁ ହଟାଇ ଦେଇଥିଲେ ବୋଲି ରାହୁଲ କହିଛନ୍ତି। ମଣିପୁରରେ ଘଟିଥିବା ଘଟଣା ଓ ଆଖିରେ ଦେଖିଥିବା ହାଲ ପରେ ସଂସଦରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବି ଶୁଣିଲି। ସେ ହସୁଥିଲେ, ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ବି ମଣିପୁର କାଣ୍ଡରେ ହସୁଥିଲେ, ପରିହାସ କରୁଥିଲେ।

{"id":830082,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ସଂସଦରେ ପ୍ରସଙ୍ଗରେ ୨ଘଣ୍ଟା ୧୩ ମିନିଟ୍ ପର୍ଯ୍ୟନ୍ତ ବକ୍ତବ୍ୟ ରଖିଥିଲେ। ସେ କଂଗ୍ରେସ୍, ମୋ ସମ୍ପର୍କରେ, ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଓ ବିଜେପି ସମ୍ପର୍କରେ କହିଥିଲେ। ହେଲେ ମଣିପୁର ପାଇଁ ମାତ୍ର ୨ ମିନିଟ୍ କହିଥିଲେ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ଯେ ଭାରତର ବିଚାର ଶାନ୍ତିର ପ୍ରତିନିଧିତ୍ୱ କରେ। ଯଦି ହିଂସା. ବଳତ୍କାର ଓ ହତ୍ୟା ହେଉଛି ତେବେ ତାହା ଭାରତ ପ୍ରତିନିଧିତ୍ୱ କରେନି। ଯଦି କୌଣସି ରାଜ୍ୟରେ ଲୋକେ ଲୋକଙ୍କୁ ମାରୁଥାନ୍ତି, ବଳତ୍କାର କରୁଥାନ୍ତି ତେବେ ଏହା ଭାରତକୁ ଦର୍ଶାଏନି। ଭାରତର ଅର୍ଥ ପ୍ରେମ, ଏ କଥା ମୁଁ ସଂସଦରେ ମଧ୍ୟ କହିଥିଲି। ଏଣୁ ସେମାନେ ମଣିପୁରରେ ଭାରତର ବିଚାରକୁ ହତ୍ୟା କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.