ଆଦାନୀ ଗ୍ରୁପ୍‌ ପ୍ରସଙ୍ଗରେ ପୁଣି ମୋଦୀଙ୍କୁ ​‌ଘେରିଲେ ରାହୁଲ, ଦାବି କଲେ ଜେପିସି ଯାଞ୍ଚ

Published By : Prameya-News7 Bureau | August 31, 2023 IST

ନୂଆଦିଲ୍ଲୀ, ୩୧/୦୮: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୌତମ ଆଦାନୀ ପ୍ରସଙ୍ଗରେ ପୁଣି ମୋଦୀ ସରକାରଙ୍କୁ ଘେରିଛନ୍ତି। ଓସିସିଆରପି ଦ୍ବାରା ଆଦାନୀ ଗ୍ରୁପ୍‌ ଉପରେ ଲଗାଯାଇଥିବା ସଦ୍ୟ ଅଭିଯୋଗକୁ ନେଇ ପୁଣି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଗୁରୁବାର, ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ, ରାହୁଲ ଦାବି କରିଛନ୍ତି ମୋଦୀ ଏହା ସ୍ପଷ୍ଟ କରନ୍ତୁ ଯେ, ଓସିସିଆରପିର ଅଭିଯୋଗରେ ତାଙ୍କ ନାଁ କିପରି ରହିଛି ?

ପ୍ରକୃତରେ ନିକଟରେ ଓସିସିଆରପି ଆଦାନୀ ଗ୍ରୁପ୍‌ ଉପରେ ଏକ ନୂଆ ରିପୋର୍ଟ ଜାରି କରିଥିଲା। ଯେଉଁଥରେ ଅନେକ ଗୁୁରୁତର ଅଭିଯୋଗ ଲଗାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଆାଦନୀ ପରିବାରର ଭାଗୀଦାରୀମାନେ ଶେୟାରରେ ନିବେଶ କରିବା ପାଇଁ ‘ଅପାରଦର୍ଶୀ’ ଫଣ୍ଡ୍‌ର ବ୍ୟବହାର କରିଛନ୍ତି। ଏହି ଫଣ୍ଡ୍‌ ମାଧ୍ୟମରେ ଆଦାନୀ ପରିବାର ନିଜ ଶେୟାରରେ ଲକ୍ଷ ଲକ୍ଷ ଡଲାର ନିବେଶ କରିଛନ୍ତି । ଆଉ ଏହି ଅପାରଦର୍ଶୀ ଫଣ୍ଡ୍‌ର ବ୍ୟବହାର କରି ଭାଗୀଦାରୀଙ୍କ ତଥ୍ୟ ଲୁଚାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଦାନୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, ଭୟରେ ଡକା ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ

ତେବେ ଏହି ପ୍ରସଙ୍ଗକୁ ନେଇ ଗୁରୁବାର ରାହୁଲ ଗାନ୍ଧୀ ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ଆଉ, ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପୂର୍ବରୁ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରନ୍ତୁ। ସେ କହିଛନ୍ତି ‘‘ଜି୨୦ ସମ୍ମିଳନୀ ଦେଶ ପାଇଁ ମହତ୍ବପୂର୍ଣ୍ଣ କିନ୍ତୁ ଦେଶରେ ପାରଦର୍ଶିତା ହେବା ଜରୁରୀ। ଅଦାନୀ ଉପରେ ଆଜି କିଛି ଖୁଲାସା ହୋଇଛି, ଯାହାର ପ୍ରଭାବ ଦେଶର ଛବି ଉପରେ ପଡ଼ୁଛି। ଦେଶର ଅର୍ଥ ବାହାରକୁ ଯାଉଛି। ଏହା କାହାର ଅର୍ଥ? ମୋଦୀ କାହିଁକି ଚୁପ୍‌ ଅଛନ୍ତି। ଏହା ଉପରେ ତଦନ୍ତ କରାଯିବା ଦରକାର। ’’

ସମ୍ବାଦପତ୍ରମାନେ ଆଦାନୀଙ୍କୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ :

ରାହୁଲ ଗାନ୍ଧୀ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି କିଛି ସମ୍ବାଦ ପତ୍ରରେ ଏନେଇ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି। ଯେଉଁଥିରେ ଏହି ନିବେଶକୁ ନେଇ ପ୍ରଶ୍ନ ଉଠାଯାଇଛି। ଯେଉଁଥିରେ କୁହାଯାଇଛି ମୋଦୀ ଲିଙ୍କ୍‌ ଆଦାନୀ ପରିବାର ନିଜ ସେୟାରରେ ଗୁପ୍ତ ଭାବରେ ବେନାମୀ ଭାବରେ ନିବେଶ କରିଛନ୍ତି । ରାହୁଲ କହିଛନ୍ତି ଏହି ସମ୍ବାଦପତ୍ରମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଏହା କାହାର ଟଙ୍କା ? ଆଦାନୀଙ୍କର ନା’ ଆଉ କାହାର ? ଏହା ପଛରେ ମାଷ୍ଟରମାଇଣ୍ଡ କିଏ ? ରାହୁଲ ଗାନ୍ଧୀ ସେହି ସବୁ ସମ୍ବାଦ ପତ୍ର ମଧ୍ୟ ଗଣମାଧ୍ୟମ ସାମ୍ନାରେ ଦେଖାଇଛନ୍ତି। ରାହୁଲ କହିଛନ୍ତି ’’ଏହି ସମ୍ବାଦପତ୍ରମାନେବି କହୁଛନ୍ତି ଆଦାନୀ- ମୋଦୀଙ୍କ ସମ୍ପର୍କ ରହିଛି। ତାହେଲେ ପ୍ରଶ୍ନ ଉଠୁଛି କ’ଣ ସମ୍ପର୍କ ରହିଛି ?’’

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏବେବି ଅଛନ୍ତି ୮୦% ଭାରତୀୟ, ବିଦେଶୀ ସର୍ଭେରେ ରାହୁଲ ଗାନ୍ଧିଙ୍କ ପାଇଁ ରହିଛି ଗୁଡ୍ ନ୍ୟୁଜ୍

ଚାଙ୍ଗ୍‌ ଚୁଙ୍ଗ୍‌ ଲିଙ୍ଗ୍‌ କିଏ ?

ରାହୁଲ କହିଛନ୍ତି ଏହି ଗୁପ୍ତ ନିବେଶ ଦ୍ବାରା ୧ ବିଲିୟନ ଡଲାର ଭାରତରୁ ଆଦାନୀର ନେଟଓ୍ବର୍କରୁ ବାହାର ଯାଇଛି ଆଉ ପୁଣି ଫେରିଛି।  ଫଳରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ବୃଦ୍ଧି ଘଟିଛି । ଆଉ ଏହି ଟଙ୍କା ବନ୍ଦର ଏବଂ ବିମାନବନ୍ଦର ଭଳି ଭାରତୀୟ ସଂପତ୍ତି କିଣିବାରେ ଖର୍ଚ୍ଚ ହୋଇଛି ।’। ସେ ପ୍ରଶ୍ନ କରିଛନ୍ତି ’’ଏଥିରେ ମାଷ୍ଟର ମାଇଣ୍ଡ କିଏ ? ଏଥିରେ ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ଏବଂ ଦୁଇ ବିଦେଶୀ ନାଗରିକ ଶବ୍ବାନ ଅଲ୍ଲି ଏବଂ ଅନ୍ୟ ଜଣେ ଚାଇନିଜ୍‌ ବ୍ୟକ୍ତି ଚାଙ୍ଗ୍‌ ଚୁଙ୍ଗ୍‌ ଲିଙ୍ଗ୍‌ଙ୍କ ନାମ ରହିଛି। ଚାଙ୍ଗ୍‌ ଚୁଙ୍ଗ ଲିଙ୍ଗ୍‌ ଚୀନ୍‌ ନାଗରିକ ସେ କିଭଳି ଏଥିରେ ସଂପୃକ୍ତ। ତାଙ୍କର କ’ଣ ଭୂମିକା ରହିଛି ତାହା ସାମ୍ନାକୁ ଆସିବା ଦରକାର। ତେବେ ଏଠାରେ ଦ୍ବିତୀୟ ପ୍ରଶ୍ନ ହେଉଛି ଏହି ବିଦେଶୀ ନାଗରିକ ମାନେ କିପରି ଜଡ଼ିତ ଥିଲେ ? ଏମାନେ କିଏ ? ଆଉ କାହିଁକି ସେମାନେ ‌ଏଥିରେ ସଂପୃକ୍ତି ରହିଥିଲେ ? ଏଥିରେ ଆଦାନୀଙ୍କ ଭାଇଙ୍କର କ’ଣ ଭୂମିକା ରହିଥିଲା।

ଆହୁରି ପଢ଼ନ୍ତୁ: ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ; ‘ଇଣ୍ଡିଆ’ ମେଣ୍ଟର ମୁମ୍ବାଇ ମିଟିଂ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ଜେପିସି ପାଇଁ ରାହୁଲଙ୍କ ଦାବି:

କଂଗ୍ରେସ ନେତା କହିଛନ୍ତି ଆମେ ଦୁନିଆକୁ କହିବାକୁ ଚାହୁଛୁ ଯେ, ଆମର ଅର୍ଥନୀତି ପାରଦର୍ଶୀ, ସମସ୍ତଙ୍କୁ ସମାନ ଅବସର ରହିଛି। ତାହାଲେ ପିଏମ ମୋଦୀ ଏମିତି କାହିଁକି ? ପିଏମ ମୋଦୀ ଜେପିସି ଦାବି କାହିଁକି ମାନୁନାହାଁନ୍ତି, ଯାଞ୍ଚରୁ କାହିଁକି ଦୂରେଉଛନ୍ତି ? ପିଏମଙ୍କ ଘନିଷ୍ଠ ଆଦାନୀଙ୍କୁ ଆମ ଅର୍ଥନୀତିରେ ଫାଇଦା କାହିଁକି ଦିଆଯାଉଛି। ରାହୁଲ କହିଛନ୍ତି ଏହାକୁ ନେଇ ପିଏମ ମୋଦୀ କାହିଁକି ଚୁପ୍‌ ? ସେ କାହିଁକି କିଛି କରୁନାହାଁନ୍ତି। ସିବିଆଇ ଏବଂ ଇଡି ଦ୍ବାରା ଯାଞ୍ଚ କାହିଁକି କରାଉନାହାଁନ୍ତି। ପିଏମ ଏହି ମାମଲାରେ ଜେପିସି ଯାଞ୍ଚ କରିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.