ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଆତ୍ମଘୋଷିତ କଂଗ୍ରେସ ରାଜକୁମାର ସୀମା ପାର୍ କରୁଛନ୍ତି, ରାହୁଲ ଦେଶ ପାଇଁ ବିପଦ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

9/03/2023 at 2:06 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଉପରେ ଶାଣିତ ଆକ୍ରମଣ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ରାହୁଲ ଭାରତ ପାଇଁ ବିପଦ। ସେ ଦେଶ ଭିତରେ ବିଭେଦ ସୃଷ୍ଟି କରିବା ପାଇଁ ଲୋକଙ୍କୁ ଉସ୍‌କାଉଛନ୍ତି ବୋଲି କିରଣ ରିଜିଜୁ କହିଛନ୍ତି। ରାହୁଲ ଗାନ୍ଧୀଙ୍କର ବ୍ରିଟେନ୍‌ର କେମ୍ବ୍ରିଜ୍ ୟୁନିଭର୍ସିଟିରେ ଦିଆଯାଇଥିବା ଏକ ଭାଷଣକୁ ଟ୍ୱିଟ୍ କରି ଏପରି ଆଟାକ୍ କରିଛନ୍ତି ରିଜିଜୁ।

ଆତ୍ମଘୋଷିତ କଂଗ୍ରେସ ରାଜକୁମାର ସବୁ ସୀମା ପାର୍ କରୁଛନ୍ତି ବୋଲି ରିଜିଜୁ କହିଛନ୍ତି। ସେ କହିଛନ୍ତି “ଭାରତୀୟ ଏକତା ପାଇଁ ଏହି ଲୋକ ଅତି ଭୟଙ୍କର। ବର୍ତ୍ତମାନ ସେ ଭାରତକୁ ଅଲଗା କରିଦେବା ପାଇଁ ଲୋକଙ୍କୁ ମତାଉଛନ୍ତି। ତେବେ ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟିଏ ମନ୍ତ୍ର ରହିଛି ଏକ ଭାରତ ଶ୍ରେଷ୍ଠ ଭାରତ।”

କେମ୍ବ୍ରିଜ୍ ୟୁନିଭର୍ସିଟିରେ ଭାଷଣ ଦେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ମୋଦୀ ଭାରତୀୟ ଗଣତନ୍ତ୍ରର ଗଣତାନ୍ତ୍ରୀକ ସଂରଚାକୁ ଭାଙ୍କୁଛନ୍ତି ବୋଲି ରାହୁଲ ତାଙ୍କ ଭାଷଣରେ କହିଛନ୍ତି।

ସେ କହିଛନ୍ତି “ଭାରତ ମିଳିତ ରାଜ୍ୟମାନଙ୍କର ଏକ ସଂଘ। ପରସ୍ପର ମଧ୍ୟରେ ଏକ ବୁଝାମଣା । ହେଲେ ଯଦି ଆପଣ ଗୋଟିଏ ଆଇଡିଆକୁ ଗୋଟିଏ ସଂଘ ଉପରେ ଲଦିବାକୁ ଚେଷ୍ଟା କରିବେ ପ୍ରତିକ୍ରାୟା ସୃଷ୍ଟି ହେବ। ଏଠି ଜଣେ ଶିଖ୍ ଭଦ୍ରଲୋକ ବସିଛନ୍ତି। ସେ ଶିଖ ଧର୍ମରୁ ଆସୁଛନ୍ତି। ଆମ ଭାରତରେ ମୁସଲମାନ ଓ ଖ୍ରୀଷ୍ଟିଆନ ରହୁଛନ୍ତି। ଭାରତରେ ବିଭିନ୍ନ ବାଷା ରହିଛି। ସେମାନେ ସମସ୍ତେ ଭାରତୀୟ। କିନ୍ତୁ ଶ୍ରୀ ମୋଦୀ କହୁଚନ୍ତି ଯେ ସେମାନେ ନୁହଁନ୍ତି। ସେମାନେ ଦେଶର ଦ୍ୱିତୀୟ ଶ୍ରେଣୀର ନାଗରିକ। ମୁଁ ତାଙ୍କର ଏ କଥାରେ ସହମତ ନୁହେଁ।”

ରାହୁଲଙ୍କର ଏହି ମନ୍ତବ୍ୟରେ ଜବାବ ଦେଇଛନ୍ତି ରିଜିଜୁ। ସେ ଲେଖିଛନ୍ତି ଯେ ରାହୁଲଙ୍କ କଥାରେ ପ୍ରତିକ୍ରିୟା ଦେବା ଦରକାର ନାହିଁ। ତେବେ ଭାରତ ବିରୋଧୀ ଶକ୍ତିମାନେ ଭାରତ ବିରୋଧୀ ପ୍ରତିକ୍ରିୟା ଦେଇ ଦେଶର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ଲୋକମାନେ ଜାଣିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ଜଣେ ପପୁ। ହେଲେ ବିଦେଶୀ ଲୋକମାନେ ଜାଣି ନାହାନ୍ତି ଯେ ସେ ଜଣେ ସତରେ ପପୁ।

ତେବେ ବାରମ୍ବାର ସେଇ ଗୋଟିଏ କଥାକୁ ଦୋହରାଇବାର ଗୋଟି ସୀମା ଥାଏ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉକି ରାହୁଲ ଗାନ୍ଧୀ ଗତ କିଛିଦିନ ହେବା ବ୍ରେଟିନ୍ ଗସ୍ତରେ ଅଛନ୍ତି। ସେଠାରେ ସେ କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଭାଷଣ ଦେବାକୁ ଯାଇଛନ୍ତି।

   Related Posts