ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଯଦି କାଶ୍ମୀରରେ ପରିସ୍ଥିତି ସ୍ୱଭାବିକ ତେବେ, ଲାଲ ଚୌକ ପର୍ଯ୍ୟନ୍ତ କାହିଁକି ଚାଲିକି ଯାଇ ପାରୁ ନାହାନ୍ତି ଅମିତ ଶାହ? କହିଲେ ରାହୁଲ ଗାନ୍ଧି

29/01/2023 at 8:42 PM

ଶ୍ରୀନଗର ୨୯।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ତାର ଚୂଡାନ୍ତ ପର୍ଯ୍ୟାୟରେ ଶ୍ରୀନଗର ପହଞ୍ଚିଛି। ଯାତ୍ରାର ସଂଯୋଜକ ରାହୁଲ ଗାନ୍ଧି ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରର ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚାଲେଞ୍ଜ କରିଥିବାବେଳେ ଜମ୍ମୁ-କାଶ୍ମୀରରେ କିଛି ବି ସ୍ୱଭାବିକ ହୋଇ ନଥିବା କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ଓ ବ୍ଲାଷ୍ଟ ନିୟମିତ ଘଟଣାରେ ପରିଣତ ହୋଇଛି। ଯଦି ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏତେ ମଜଭୁତ ତେବେ ବିଜେପି ଲାଲ ଚୌକରୁ ଜମ୍ମୁ ପର୍ଯ୍ୟନ୍ତ ପଦଯାତ୍ରା କରୁନି କାହିଁକି, ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁରୁ କାଶ୍ମୀର ପର୍ଯ୍ୟନ୍ତ କାହିଁକି ଯାତ୍ରା କରୁନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଣୁ ଜମ୍ମୁ-କାଶ୍ମୀରରେ ସବୁ କିଛି ଠିକଠାକ୍ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଏହି ଯାତ୍ରା କାଳରେ ସେ ଅବସରପ୍ରାପ୍ତ ଜବାନ ଓ ଲଦ୍ଦାଖର ଲୋକଙ୍କୁ ଭେଟିଛନ୍ତି। ସେମାନେ ଚୀନ୍‌ ଆମର ୨୦୦୦ବର୍ଗ କିଲୋମିଟର ଜମି ନେଇଯାଇଥିବା କହିଛନ୍ତି।

ଭାରତର ଅନେକ ପାଟ୍ରୋଲିଂ କେନ୍ଦ୍ର ଏବେ ଚୀନ୍‌ ହାତରେ ରହିଛି। ଏ ସବୁ କଥାକୁ ସରକାର ଅସ୍ୱୀକାର କରିବା ବାସ୍ତବିକ ବିପଦଜନକ ଓ ଏହା ଚୀନ୍‌ର ଆତ୍ମ ବଳକୁ ବଢାଉଥିବା ରାହୁଲ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାହୁଲ ବିପକ୍ଷ ଏକତା ଉପରେ ମଧ୍ୟ ବୟାନ ରଖିଛନ୍ତି। ରାହୁଲ କହିଛନ୍ତି ଯେ ବିରୋଧୀ ରାଜନୈତିକ ପାର୍ଟିଙ୍କ ମଧ୍ୟରେ ଯେଉଁ ଏକତା ଆସେ ତାହା ଆଲୋଚନା ମାଧ୍ୟମରେ ହୋଇଥାଏ। ତେବେ ଏହା ମାନେ ନୁହେଁ ଯେ ବିରୋଧୀ ବାଣ୍ଟି ହୋଇ ରହିଛନ୍ତି ବୋଲି ଭାବିବା ଠିକ୍ ନୁହେଁ ବୋଲି କହିଛନ୍ତି। ବିରୋଧୀଙ୍କ ମଧ୍ୟରେ ମତପାର୍ଥକ୍ୟ ନିଶ୍ଚିତ ରହିଛି, ହେଲେ ସେମାନେ ଏକଜୁଟ ହୋଇ ନିର୍ବାଚନ ଲଢିବେ ବୋଲି ରାହୁଲ ଆଶାବ୍ୟକ୍ତ କରିଛନ୍ତି।

ଯାତ୍ରା ଉଦଯାପନର ପୂର୍ବ ସଂଧ୍ୟାରେ ରାହୁଲ ଏହି ଯାତ୍ରାରୁ ତାଙ୍କୁ ବହୁତ କିଛି ଶିଖିବାକୁ ମିଳିଥିବା କହିଛନ୍ତି। ଦେଶରେ ଲୋକଙ୍କୁ ଯୋଡିବା ଓ ସେମାନଙ୍କ ମଧ୍ୟରେ ଥିବା ଘୃଣା ଭାବକୁ ସମାପ୍ତ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା।  ଯାତ୍ରା ପ୍ରତି ଲୋକଙ୍କର ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ରାହୁଲ କହିଛନ୍ତି। ଏହି ଯାତ୍ରାକୁ ସେ ତାଙ୍କ ଜୀବନର ସବୁଠୁ ଗଭୀର ଓ ଭଲ ଅଭିଜ୍ଞତା ବୋଲି କହିଛନ୍ତି। ତେବେ ତାଙ୍କ ଯାତ୍ରା ଏହିଠାରେ ସମାପ୍ତ ହେଉ ନଥିବା ଓ ଏହା ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି।  

   Related Posts