LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାସ୍‌ପୋର୍ଟ ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି; କୋର୍ଟରୁ ୩ ବର୍ଷ ପାଇଁ ମିଳିଲା NOC

26/05/2023 at 3:19 PM

ନୂଆଦିଲ୍ଲୀ: ପାସପୋର୍ଟ ନବୀକରଣ ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଏହି ମାମଲାରେ କଂଗ୍ରେସ ନେତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ରାହୁଲ ଗାନ୍ଧିଙ୍କୁ କୋର୍ଟ ୩ ବର୍ଷ ପାଇଁ NOC ପ୍ରଦାନ କରିଛନ୍ତି । ଏବେ ବିଦେଶ ଯାତ୍ରା କରିପାରିବେ କଂଗ୍ରେସର ଏହି ବରିଷ୍ଠ ନେତା ।

ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଗତ ୨୪ ତାରିଖରେ ପାସପୋର୍ଟ ମାମଲାର ଶୁଣାଣି କରିଥିଲେ । ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ରାହୁଲଙ୍କ ନୂଆ ପାସପୋର୍ଟକୁ NOC ନଦେବା ସପକ୍ଷରେ ଯୁକ୍ତି ରଖିଥିଲେ । ଏହାଦ୍ବାରା ନ୍ୟାସନାଲ୍ ହେରାଲଡ୍ ମାମଲା ତଦନ୍ତ ପ୍ରଭାବିତ ହେବ ବୋଲି ଯୁକ୍ତି କରିଥିଲେ । ସେପଟେ ବିପକ୍ଷ ଓକିଲ ଏହାକୁ ଡିଫେଣ୍ଡ କରି ରାହୁଲ ଗାନ୍ଧିଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ଏବଂ ବିଦେଶ ଯାତ୍ରା କରିବା ତାଙ୍କର ମୌଳିକ ଅଧିକାର ବୋଲି ଯୁକ୍ତି ରଖି ଏନଓସି ପାଇଁ ଅନୁରୋଧ କରିଥିଲେ ।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଯିବା ପରେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟକୁ ସରେଣ୍ଡର କରିଦେଇଥିବା ବେଳେ ଏକ ସାଧାରଣ ପାସପୋର୍ଟ ପାଇଁ ଆବେଦନ କରିଛନ୍ତି । ମାତ୍ର ନ୍ୟାସନାଲ ହେରାଲ୍ଡ ମାମଲାରେ ତଦନ୍ତ ଚାଲିଥିବାରୁ ନୂଆ ପାସପୋର୍ଟ ପାଇଁ NOCର ଆବଶ୍ୟକତା ରହିଛି । ତେଣୁ NOC ପାଇଁ କୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧି  ।  

ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଜଷ୍ଟିସ୍ ବୈଭବ ମେହତା ଶୁକ୍ରବାର ସକାଳେ ଉଭୟର ପକ୍ଷର ଦସ୍ତବିଚ୍‌କୁ ତର୍ଜମା କରି ରାୟ ସଂରକ୍ଷିତ ରଖିଥିଲେ ଏବଂ ଦିନ ଗୋଟାଏରେ ମାମଲାର ରାୟ ଶୁଣାଇଛନ୍ତି । କୋର୍ଟ ରାହୁଲ ଗାନ୍ଧିଙ୍କୁ ୩ ବର୍ଷ ପାଇଁ NOC ପ୍ରଦାନ କରିଛନ୍ତି  ।     

   Related Posts