ଭାରତ ଯୋଡୋ ଯାତ୍ରାରେ ଯେତେବେଳେ ରାହୁଲଙ୍କୁ ପଚରା ଗଲା ‘କେଉଁ ସନ୍‌ସ୍କ୍ରିନ ଲଗାଉଛ’? ଜବାବରେ କହିଲେ ..

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ ୧୮।୧୦: କଂଗ୍ରେସ ସୋସିଆଲ ମିଡିଆ ଟିମ ଦ୍ୱାରା ଅପଲୋଡ ହୋଇଥିବା ଏକ ଭିଡିଓ ‘ହ୍ୱାଟସ୍‌ ଆପ ଯାତ୍ରୀ’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ପ୍ରସ୍ତୁତ ଏହି ଭିଡିଓଟି କ୍ୟାମ୍ପ ସାଇଟ୍‌ର। ଦିନ ତମାମ ଯାତ୍ରା ପରେ ପାର୍ଟି କର୍ମକର୍ତ୍ତାଙ୍କ ସହ ରାହୁଲଙ୍କ ସାନ୍ଧ୍ୟ ଆଲୋଚନା ଏଥିରେ ଦେଖା ଯାଇଛି। ଏହି ଗପସପରେ ସମସ୍ତଙ୍କ ଭଲମନ୍ଦ ପଚାରୁଛନ୍ତି ରାହୁଲ। ଜବାବରେ ସମସ୍ତେ ସୁସ୍ଥ ଥିବା କହୁଛନ୍ତି।

ସେହିପରି ରାହୁଲ ଯାତ୍ରାରେ ସମସ୍ତେ ଚାଲୁଛନ୍ତି ତ ବୋଲି ପଚାରିବାରେ କାର୍ଯ୍ୟକର୍ତ୍ତାମାନେ ଶହେ ପ୍ରତିଶତ ଚାଲୁଥିବା କହିଛନ୍ତି। ଏଥିରେ ଜଣେ ଯାତ୍ରୀ ଆପଣ ଏତେ ସମୟ ଚାଲୁଛନ୍ତି, ତ କିଛି ସମସ୍ୟା ହେଉଥିବ, ଯେମିତି କି ପାଦରେ ଫୋଟକା ପଡୁଥିବ ବୋଲି ପଚାରିଥିଲେ। ରାହୁଲ ପ୍ରତିକ୍ରିୟାରେ ଏକଥା ସମସ୍ତଙ୍କୁ ପଚାରିଥିଲେ କାହାର ଏପରି ହେଉଛି କି ? ଏଥିରେ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ବସିଥିବା ଏକାକୀ ମହିଳା କର୍ମୀ ମୋର ଫୋଟକା ହୋଇନି ବୋଲି କହିଥିବା ବେଳେ ମୋର ମଧ୍ୟ ହୋଇନି ବୋଲି ରାହୁଲ କହିଛନ୍ତି।

wp:html /wp:html

ଭାରତ ଯୋଡୋ ଯାତ୍ରାରେ ଏହି ଗପସପକୁ ସବୁଠୁ ଭଲ ସମୟ ବୋଲି କୁହାଯାଇଛି। ଏହି ଆଲୋଚନାରେ ସନସ୍କ୍ରିନ କଥା ମଧ୍ୟ ଉଠିଥିଲା। ଖରାରେ ଦୀର୍ଘ ପଥ ଯାତ୍ରା ହେଉଥିବାରୁ ରାହୁଲ କେଉଁ ସନସ୍କ୍ରିନ ଲଗାଉଛନ୍ତି ବୋଲି ଜଣେ ଭାରତ ଯାତ୍ରୀ ପଚାରିଥିଲେ। ଏଥିରେ ରାହୁଲ ମା କିଛି ଦେଇଥିଲେ କହିଛନ୍ତି, ହେଲେ ସେ ସବୁ ମୁଁ ଲଗାଉ ନାହିଁ ବୋଲି କହିଥିଲେ। ‘ଭାରତ ଯୋଡୋ’ ଯାତ୍ରାରେ ଦିନକୁ ପାଖାପାଖି ୨୦ କିଲୋମିଟର ରାହୁଲ ପାଦରେ ଚାଲୁଛନ୍ତି। ତେବେ ତାଙ୍କ ପାଦରେ ଫୋଟକା ହେଉ ନଥିବା କି ମୁହଁରେ ସେ କୌଣସି ସନସ୍କ୍ରିନ ଲଗାଉ ନଥିବା କହିଛନ୍ତି।

{"id":697363,"width":840,"height":491,"sizeSlug":"full","linkDestination":"none"}

ତେବେ ହଲ୍ଟ ଟାଇମ ସନ୍ଧ୍ୟା ସାଢେ ୭ରୁ ସକାଳ ସାଢେ ୬ଟା ପର୍ଯ୍ୟନ୍ତ ରାହୁଲ କ'ଣ କରୁଛନ୍ତି ବୋଲି ଯାତ୍ରୀ ପଚାରିବାରୁ ଏଥିରେ ରାହୁଲ କିଛି ସମୟ ବ୍ୟାୟାମ କରୁଥିବା, ପଢୁଥିବା ଓ ମାଙ୍କୁ ଫୋନ କରୁଥିବା କଥା କହିଛନ୍ତି। ଏହି କ୍ରମରେ ରାହୁଲଙ୍କୁ ସନସ୍କ୍ରିନ କଥା କେହି ପଚାରି ଦେଇଥିଲେ। ଯାହାର ରାହୁଲ ସ୍ୱଭାବ ସୁଲଭ ଢଙ୍ଗରେ ଜବାବ ଦେଇଥିଲେ। ମା କିଛି ପଠେଇଥିଲେ, ହେଲେ ସେସବୁକୁ ମୁଁ ବ୍ୟବହାର କରେନି ବୋଲି କହିଥିଲେ।

କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ୧୫୦ ଦିନରେ ୩ ହଜାର ୫୭୦ କିଲୋମିଟର ରାସ୍ତା ପାଦରେ ଚାଲି ଅତିକ୍ରମ କରାଯିବ। ଗତ ସେପ୍ଟେମ୍ବର ୭ ତାରିଖ ଦିନ ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇଥିଲା, ଯାହା ଜମ୍ମୁ-କାଶ୍ମୀରରେ ସମାପ୍ତ ହେବ। ଯାତ୍ରା ନଭେମ୍ବର ୭ ତାରିଖ ଦିନ ମହାରାଷ୍ଟ୍ରରେ ପ୍ରବେଶ କରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.