କୋଭିଡ୍ କେବଳ ବାହାନା, ପ୍ରକୃତରେ ଏମାନେ ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଚାହୁଁଛନ୍ତି: ରାହୁଲ ଗାନ୍ଧୀ
22/12/2022 at 4:17 PM

ନୂଆଦିଲ୍ଲୀ: କରୋନା ଭୟ ଦେଖି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ କୋଭିଡ୍ ନିୟମ ପାଳନ କରିବାକୁ କହିଥିଲେ। ନିୟମ ପାଳନ ନହେଲେ ଯାତ୍ରା ସ୍ଥଗିତ ରଖିବାକୁ ମଧ୍ୟ କୁହାଯାଇଥିଲା। ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି।
ଏନେଇ ରାହୁଲ କହିଛନ୍ତି ଯେ ବିଜେପି ଭାରତ ଯୋଡ଼ ଯାତ୍ରାରେ ଡରିଯାଇଛି। ତେଣୁ ସେ ମୋତେ ଚିଠି ଲେଖି ଏହା ବନ୍ଦ କରିବାକୁ କହୁଛନ୍ତି। ସେ କହିଛନ୍ତି “ଯେ ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ। ହେଲେ ଏମାନେ(କେନ୍ଦ୍ର ସରକାର) ନୂଆ ବାହାନା ବାହାର କରିଛନ୍ତି। ମୋତେ ଚିଠି ଲେଖି କହୁଛନ୍ତି କୋଭିଡ୍ ଆସୁଛି ଯାତ୍ରା ବନ୍ଦ କର। ଦେଖନ୍ତୁ ଯାତ୍ରାକୁ ରୋକିବାକୁ ପାଇଁ କେମିତି ବାହାନା କରୁଛନ୍ତି। ମାସ୍କ ପିନ୍ଧ, କୋଭିଡ୍ ବ୍ୟାପୁଛି ଏସବୁ ବାହାନ। ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟକୁ ଏମାନେ ଡରିଯାଇଛନ୍ତି।”
ରାହୁଲ କହିଛନ୍ତି ଯେ ଯାତ୍ରାରେ ଆମେ ୧୦୦ ଦିନରୁ ଅଧିକ ଦିନ ହେଲା ଚାଲିଲୁଣି। ଏଥିରେ ସବୁ ଜାତିର ଲୋକ ଭାଗ ନେଇଛନ୍ତି। ହେଲେ ଏମାନେ ଏହାକୁ ଡରି ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ରାହୁଲ କହିଛନ୍ତି।
#WATCH | …It’s their (BJP) new idea, they wrote a letter to me saying COVID is coming & stop the Yatra. All these are excuses to stop this Yatra, they are scared of India’s truth: Rahul Gandhi on Union Health min’s letter pertaining to Covid protocols in Bharat Jodo Yatra pic.twitter.com/BCzziH2n06
— ANI (@ANI) December 22, 2022
ସୂଚନା ଥାଉକି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା ବୈଠକ କରିଥିଲେ। କୋଭିଡ୍ ସ୍ଥିତି ଦର୍ଶାଇ ରାହୁଲଙ୍କୁ ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ ନିୟମକୁ କଡ଼ା କଡ଼ି ମାନିବା ସହିତ ମାସ୍କ ପିନ୍ଧିବା ଆଦିକୁ ପାଳନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରା ଅଶୋକ ଗେହେଲୋଟ ଓ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ ଯଦି କୋଭିଡ୍ ଗାଇଡ୍ଲାଇନ୍ ମାନିବା କଷ୍ଟକର ହୋଇପଡ଼ୁଛି ତେବେ ଦେଶ ହିତରେ ଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ଭାରତ ଯୋଡ଼ ଯାତ୍ରାରେ କେବଳ ଟିକା ନେଇସାରିଥିବା ବ୍ୟକ୍ତିମାନେ ହିଁ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଅନ୍ୟପଟେ ଭାରତ ଯୋଡ଼ ଯାତ୍ରା ପାଇଁ ଗୋଟିଏ ବି କୋଭିଡ୍ ମାମଲା ହୋଇ ନାହିଁ ବୋଲି ଗତକାଲି କହିଥିଲେ କଂଗ୍ରେ ନେତା ଜୟରାମ ରମେଶ।