ବୃଦ୍ଧା ମହିଳାଙ୍କ ସହ ରାହୁଲଙ୍କ ଫଟୋରେ ମହିଳାଙ୍କ ପଛପଟେ ଆଙ୍ଗୁଠି କାହାର ? ସୋସିଆଲ ମିଡ଼ିଆରେ ଟ୍ରଲ ହେଲେ ରାହୁଲ

Published By : Prameya-News7 Bureau | April 08, 2019 IST

ନୂଆଦିଲ୍ଲୀ ୮/୪ : ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଫଟୋ ଅନେକ ଖବରକାଗଜରେ ପ୍ରକାଶିତ ହୋଇଛି | ଫଟୋରେ ରାହୁଲ ଜଣେ ବୃଦ୍ଧା ମହିଳାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି | ଏହି ବିଜ୍ଞାପନ କଂଗ୍ରେସ ତରଫରୁ ଦିଆଯାଇଛି | ବିଜ୍ଞାପନରେ ରାହୁଲ ନ୍ୟାୟ ଯୋଜନାର ପ୍ରଚାର କରିଛନ୍ତି | ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋରେ ଥିବା ଏକ ରହସ୍ୟମୟ ଆଙ୍ଗୁଠି | ସେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି |

{"id":101520,"align":"center"}


ଦିଲ୍ଲୀର ବିଜେପି ପ୍ରବକ୍ତା ତେଜିନ୍ଦର ପାଲ ସିଂହ ମଧ୍ୟ ରାହୁଲ ଗାନ୍ଧୀଙ୍କ ଏହି ଫଟୋକୁ ଦେଖି ପ୍ରଶ୍ନ କରିଛନ୍ତି ଯେ, ଏହି ରହସ୍ୟମୟ ହାତ କାହାର | ଟ୍ୱିଟରରେ ତେଜିନ୍ଦର ସିଂହଙ୍କ ୫ ଲକ୍ଷ ଫଲୋୟର୍ସ ଅଛନ୍ତି | ଭଲ ପିଆର ଏଜେନ୍ସି ରଖିବା ପାଇଁ ସେ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି | ତେଜିନ୍ଦରଙ୍କ ପ୍ରଶ୍ନ ପରେ ସୋସିଆଲ ମିଡ଼ିଆରେ ଏହି ଫଟୋକୁ ନେଇ ଅନେକ ପ୍ରଶ୍ନ ଉଠିଛି | ଅନେକ ସଂଖ୍ୟକ ଶୋଷିଲା ମିଡ଼ିଆ ୟୁଜର ଫଟୋକୁ ମିଛ ବୋଲି କହିଥିଲେ | ରାହୁଲଙ୍କ ଏହି ଫଟୋ ଏଡିଟ କରାଯାଇଛି ବୋଲି ଅନେକ ୟୁଜର କହିଛନ୍ତି |

{"id":101521}


ତେବେ ଏହା ପ୍ରଥମ ମାମଲା ନୁହେଁ | ରାହୁଲ ଗାନ୍ଧୀଙ୍କ ସହ ଜଡିତ ଏହିଭଳି ଅନେକ ମାମଲାକୁ ନେଇ ଶୋଷିଲା ମିଡ଼ିଆ ୟୁଜର ପ୍ରଶ୍ନ ଉଠାଇଛନ୍ତି | ତେବେ ସତ କଣ ? ଗୁଗଲ ଇମେଜ ସର୍ଚ୍ଚରୁ ଜଣାପଡିଛି ଯେ, ଏହି ଫଟୋକୁ ଆରଇଜିନାଲ ଫର୍ମରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟରେ କିଛି ବର୍ଷ ପୂର୍ବରୁ ସେୟାର କରାଯାଇଥିଲା | ଅରିଜିନାଲ ଫଟୋରୁ ଏହା ସ୍ପଷ୍ଟ ହେଉଛି ଯେ, ଏହା ଫଟୋସୋପ କିମ୍ବା ଏଡିଟ କରାଯାଇଥିବା ଫଟୋ ନୁହେଁ | ତେବେ ଅରିଜିନାଲ ଫଟୋରୁ ଏହା ସ୍ପଷ୍ଟ ହେଇଯାଉଛି ଯେ, ରହସ୍ୟମୟ ହାତ କାହାର |

{"id":101522}


୨୦୧୫ ମସିହା ଡିସେମ୍ବର ୯ ତାରିଖରେ ଏହି ଫଟୋକୁ କଂଗ୍ରେସ ସେୟାର କରିଥିଲା | ଡିସେମ୍ବର ୮ ତାରିଖରେ ରାହୁଲ ଗାନ୍ଧୀ ତାମିଲନାଡୁ ଏବଂ ପୁଡୁଚେରୀରେ ବନ୍ୟା ପ୍ରପୀଡ଼ିତ ଅଂଚଳକୁ ଯାଇଥିବା ସମୟରେ ଏହି ଫଟୋ ଉଠାଯାଇଥିଲା | ତେବେ ବୃଦ୍ଧା ମହିଳାଙ୍କ ପିଠିରେ ଦେଖା ଯାଉଥିବା ହାତ ଜଣେ କଂଗ୍ରେସ ନେତାଙ୍କର ବୋଲି ସ୍ପଷ୍ଟ ହୋଇଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଛିଡା ହୋଇଥିଲେ ଏବଂ ମହିଳାଙ୍କୁ ସହର ଦେବା ପାଇଁ ଚେଷ୍ଟା କରୁଥିଲେ |

{"id":101523}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.