ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଇଡି ଅଫିସରେ ରାହୁଲ ଗାନ୍ଧୀ, ଏହି ସବୁ ପ୍ରଶ୍ନର ଦେଉଛନ୍ତି ଉତ୍ତର

13/06/2022 at 12:58 PM

ନୂଆଦିଲ୍ଲୀ ୧୩/୦୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି । ରାହୁଲଙ୍କ ବୟାନ ପିଏମଏଲଏ ଆକ୍ଟର ସେକ୍ସନ ୫୦ ଆଧାରରେ ରେକର୍ଡ ହେଉଛି । ତାଙ୍କୁ ଇଡିର ତିନି ଜଣ ଅଧିକାରୀ ପ୍ରଶ୍ନ କରୁଛନ୍ତି । ସେ ଜବାବ ଦେବା ପୂର୍ବରୁ ସତ କହିବେ ବୋଲି ଶପଥ ନେଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆସିଷ୍ଟାଣ୍ଟ୍ ଡାଇରେକ୍ଟର ରାଙ୍କର ଅଧିକାରୀ ରାହୁଲଙ୍କୁ ପ୍ରଶ୍ନ କରୁଛନ୍ତି । ଜଣେ ଅଧିକାରୀ ରାହୁଲଙ୍କ ଉତ୍ତରକୁ ଟାଇପ୍ କରୁଛନ୍ତି । ତୃତୀୟ ଅଧିକାରୀ ପଚରାଉଚରା ଉପରେ ନଜର ରଖିଛନ୍ତି । ତେବେ ରାହୁଲଙ୍କୁ କଣ କଣ ପ୍ରଶ୍ନ ପଚରାଯାଇଛି ସେନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ରାହୁଲଙ୍କୁ ପଚରା ଯାଇଥିବା ପ୍ରଶ୍ନ

-ଆପଣଙ୍କର ଏଜେଏଲ ସହ କଣ ସମ୍ପର୍କ ରହିଛି ?

-ଆପଣଙ୍କ ୟଙ୍ଗ୍ ଇଣ୍ଡିଆରେ କଣ ଭୂମିକା ରହିଛି ?

-ଆପଣଙ୍କ ନାଁରେ କାହିଁକି ସେୟାର ଅଛି ?

ସେୟାର ହୋଲ୍ଡରଙ୍କ ସହ ଆପଣଙ୍କର କେବେ ବୈଠକ ହୋଇଛି ନା ନାହିଁ ?

-କଂଗ୍ରେସ ୟଙ୍ଗ୍ ଇଣ୍ଡିଆକୁ କଣ ପାଇଁ ଲୋନ୍ ଦେଇଛି ?

-କାହିଁକି ନ୍ୟାଶନାଲ ହେରାଲ୍ଡକୁ ପୁଣି ଆରମ୍ଭ କରିବାକୁ କଂଗ୍ରେସ ଚାହୁଁଛି ?

-ଆପଣ କଂଗ୍ରେସ ଦେଇଥିଲା ଲୋନ୍ ଉପରେ କିଛି କହିପାରିବେ କି ?

-କଣ ଆପଣ ଏଜେଲ୍ ଓ ନ୍ୟାଶନାଲ ହେରାଲ୍ଡର ସମ୍ପତ୍ତି ବାବଦରେ ତଥ୍ୟ ଦେଇପାରିବେ ?

   Related Posts