ଆରଏସଏସ କର୍ମୀଙ୍କ ମାନହାନି ମାମଲା, ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | August 22, 2023 IST

ନୂଆଦିଲ୍ଲୀ, ୨୨/୦୮: ଆରଏସଏସ କର୍ମୀଙ୍କ ଦ୍ବାରା ରୁଜୁ ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆରଏସଏସ ବିରୋଧରେ ରାହୁଲଙ୍କ ପୁରୁଣା ବୟାନକୁ ନେଇ ଏକ ନିମ୍ନ ଅଦାଲତରେ ପୁଣି ଥରେ ଆରମ୍ଭ ହୋଇଥିବା ମାନହାନି ମାମଲା ବିରୋଧରେ ରାହୁଲ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଏହି ନୂଆ ମାମଲା ଆରଏସଏସର ଜଣେ କର୍ମୀ ଅତିରିକ୍ତ ଦସ୍ତାବିଜ୍ ଆଧାରରେ କରିଛନ୍ତି। କଂଗ୍ରେସ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନିଜର ଏହି ଯାଚିକା ବିଚାରପତି ଏସବି କୋତଓ୍ବାଲଙ୍କ ସମ୍ମୁଖରେ ଶୁଣାଣି ପାଇଁ ହାଜର ହୋଇଥିଲେ।

ରାହୁଲ ନିଜ ଯାଚିକାରେ କହିଛନ୍ତି ଯେ, ୨୦୨୧ରେ ହାଇକୋର୍ଟଙ୍କ ଅନ୍ୟ ଏକ ଖଣ୍ଡପୀଠ ଅଭିଯୋଗ କରିଥିବା ରାଜେଶ କୁଣ୍ଟେଙ୍କୁ ଏହି ମାମଲାରେ ନୂଆ ଦସ୍ତାବିଜ୍ ସାମିଲ କରିବାକୁ ଅନୁମତି ଦେଇନଥିଲେ । କିନ୍ତୁ ମହାରାଷ୍ଟ୍ର ଠାଣେର ଭିବଣ୍ଡୀର ଏକ ଜିଲ୍ଲା ଅଦାଲତ ଜୁନ୍‌ରେ କୁଣ୍ଟେଙ୍କୁ ନୂଆ ଦସ୍ତାବିଜ୍‌ ଜମା କରିବାକୁ ଅନୁମତି ଦେଇଛନ୍ତି। ଏହା ଉପରେ ବିଚାରପତି କୋତଓ୍ବାଲ କହିଛନ୍ତି ଯେହେତୁ ୨୦୨୧ରେ ହାଇକୋର୍ଟର ଏକ ସମକକ୍ଷ ବେଞ୍ଚ କୁଣ୍ଟେଙ୍କ ଯାଚିକା ଉପରେ ଶୁଣାଣି କରିଥିଲେ। ଏଥିପାଇଁ ଭଲ ହେବ ଉକ୍ତ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଯାଚିକାର ମଧ୍ୟ ଶୁଣାଣି କରୁ।

ଆହୁରି ପଢ଼ନ୍ତୁ: ଚୀନ୍‌ ଉପରେ ରାହୁଲଙ୍କ ବୟାନକୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ବିରୋଧ, ଜାଣନ୍ତୁ କହିଲେ କ’ଣ?

କୁଣ୍ଟେ ନିଜର ମାନହାନି ଅଭିଯୋଗରେ ଦାବି କରିଛନ୍ତି ଯେ, ରାହୁଲ ଗାନ୍ଧୀ ଆରଏସଏସ ବିରୋଧରେ ମିଥ୍ୟା ଏବଂ ଅପମାନଜନକ ବୟାନ ଦେଇଛନ୍ତି। କୁଣ୍ଟେ ଅଭିଯୋଗ ଆଣିଛନ୍ତି ଯେ, ରାହୁଲ ଗାନ୍ଧୀ ସଂଘକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଦାୟୀ ବୋଲି କହିଛନ୍ତି।

ସୂଚନାଥାଉକି କୁଣ୍ଟେଙ୍କ ଦ୍ବାରା ଜମା କରାଯାଇଥିବା ଦସ୍ତାବିଜ୍ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨୦୧୪ରେ ରୁଜୁ ମାମଲାର କିଛି ଅଂଶ ଯାହାକୁ ଏବେ ଭିବଣ୍ଡୀ ଅଦାଲତ ସାମିଲ୍ କରିଛନ୍ତି। ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଯାଚିକାକୁ ୨୦୧୫ରେ ଖାରଜ କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.