‘ରାଜନୀତି ପାଇଁ ଭାରତ ଯୋଡୋ ଯାତ୍ରାରେ ଶିଶୁଙ୍କୁ କରାଯାଉଛି ସାମିଲ’, ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା NCPCR

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ଅଭିଯୋଗ କରିଛି । ଆୟୋଗ କହିଛି, କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାଜନୈତିକ ହିତ ହାସଲ ପାଇଁ ଶିଶୁଙ୍କୁ ବ୍ୟବହାର କରାଯାଉଛି । ଏହି ମାମଲାରେ କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ମାମଲାର ତଦନ୍ତ କରାଯିବ ଦରକାର ବୋଲି ଆୟୋଗ କହିଛି ।

ଏନସିପିସିଆର ନିଜ ଅଭିଯୋଗରେ କହିଛି ରାହୁଲ ଗାନ୍ଧୀ ଏବଂ ଜବାହାର ଶିଶୁ ମଞ୍ଚ ରାଜନୈତିକ ଉଦ୍ଦେଶ୍ୟ ରଖି ଶିଶୁଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କୁ ରାଜନୈତିକ ଗତିବିଧିରେ ସାମିଲ କରାଉଛନ୍ତି । ଆୟୋଗ କହିଛି, 'ସୋସିଆଲ ମିଡିଆରେ ଅନେତ ବ୍ୟଥିତ କଲା ପରି ଫଟୋ ଏବଂ ଭିଡିଓ ରହିଛି, ଯେଉଁଥିରେ ଭାରତ ଯୋଡୋ, ଶିଶୁ ଯୋଡୋ ନାରା ଜରିଆରେ ପିଲାମାନଙ୍କୁ ଟାର୍ଗେଟ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସର ଅଭିଯାନରେ ଶିଶୁମାନଙ୍କୁ ସାମିଲ କରାଯାଉଛି' ।

ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏହାକୁ ନିର୍ବାଚନ ଆୟୋଗଙ୍କ ନିୟମର ଉଲ୍ଲଂଘନ ବୋଲି କହିଛି। ଏନସିପିସିଆର କହିଛି, ନିୟମ ଅନୁସାରେ କେବଳ ବୟସ୍କ ହିଁ ରାଜନୈତିକ ଦଳରେ ଅଂଶ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ଲକ୍ଷ୍ୟ ନେଇ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛି। ସେପ୍ଟେମ୍ୱର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପାଞ୍ଚ ମାସ ଭିତରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ମୋଟ ୩,୫୭୦ କିଲୋମିଟର ଯାତ୍ରା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.