Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଏମସ୍‌ରେ ଲାଲୁ ଯାଦବଙ୍କୁ ଭେଟିଲେ ରାହୁଲ ଗାନ୍ଧି, ଡାକ୍ତରଙ୍କୁ ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

8/07/2022 at 6:46 PM

ନୂଆଦିଲ୍ଲୀ ୮।୭: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଶୁକ୍ରବାର ଦିଲ୍ଲୀ ଏମସ୍‌ରେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ଏହି ଅବସରରେ ଡାକ୍ତରଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଗତ ବୁଧବାର ପାଟନାରୁ ଦିଲ୍ଲୀ ଅଣାଯାଇଥିଲା। ତାଙ୍କୁ ଏମସ୍‌ ରେ ଭର୍ତ୍ତି କରାଯାଇଛି।

ଲାଲୁ ତାଙ୍କ ଘରେ ପଡି ଯାଇଥିଲେ। ଏଣୁ କେତେକ ସ୍ଥାନରେ ଫ୍ରାକ୍ଚର ହୋଇଯାଇଥିଲା। ତାଙ୍କ କାନ୍ଧ ସମେତ ୩ଟି ସ୍ଥାନରେ ହୋଇଥିବା ଫ୍ରାକ୍ଚରର ପାଟନାରେ ପ୍ରାରମ୍ଭିକ ଚିକିତ୍ସା କରାଯାଇଛି। ଗତ ରବିବାର ରାବଡି ନିବାସରେ ହୋଇଥିବା ଏହି ଦୁର୍ଘଟଣା ପରେ ଲାଲୁଙ୍କୁ ପାଟନାରେ ଚିକିତ୍ସା କରାଯାଉଥିଲା। ୭୪ ବର୍ଷିୟ ଲାଲୁଙ୍କୁ ଡାକ୍ତର ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ। ତେବେ ସେହି ଦିନ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଥିଲା। ଏଣୁ ସୋମବାର ସକାଳେ ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରାୟ ୩ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ହେବାପରେ ଉନ୍ନତ ଚିକିତ୍ସା ଲାଗି ବୁଧବାର ପାଟନାରୁ ଦିଲ୍ଲୀ ସିଫ୍ଟ କରାଯାଇଥିଲା। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଦେଖାଦେଇଥିବା ବେଳେ ସେ ତାଙ୍କ ବେଡରେ ଏବେ ବସି ପାରୁଛନ୍ତି। ତେବେ ରାହୁଲଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମସ୍‌ ରେ ଚିକିତ୍ସିତ ହେଉଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବୁଧବାର ପାରସ ହସ୍ପିଟାଲକୁ ଯାଇ ଲାଲୁଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ନିତିଶ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ହସ୍ପିଟାଲକୁ ଯାଇଥିଲେ ଓ ଲାଲୁଙ୍କୁ ଆଇସିୟୁରେ ଭେଟିଥିଲେ। ନିତିଶଙ୍କ ବ୍ୟତୀତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେୟ ଓ ଉଦ୍ୟୋଗମନ୍ତ୍ରୀ ଶାହାନୱାଜ ହୁସେନ ପ୍ରମୁଖ ଲାଲୁଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତାଦରାଖ କରିଥିଲେ।      

   Related Posts