ରାହୁଲ ଗାନ୍ଧୀଙ୍କ ମାନସରୋବର ଯାତ୍ରାକୁ ନେଇ ରାଜନୀତି

Published By : Prameya-News7 Bureau | September 01, 2018 IST

ଦିଲ୍ଲୀ ୧/୯ : ଆଜିଠୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାନସରୋବର ଯାତ୍ରା ଆରମ୍ଭ ହୋଇଛି | ରାହୁଲ ଗତକାଲି ନେପାଳ ରାଜଧାନୀ କାଠମାଣ୍ଡୁରେ ପହଂଚିଛନ୍ତି | ଆଜି ସେ ପୁଣି ଯାତ୍ରା ଆରମ୍ଭ କରିବେ | ଆଜି ରାହୁଲ କାଠମାଣ୍ଡୁରୁ ନେପାଳଗଞ୍ଜ ଯିବେ | ତେବେ ରାହୁଲନ୍କ ମାନ ସରୋବର ଯାତ୍ରା ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି | ରାହୁଲଙ୍କ ଯାତ୍ରା ନେଇ ପ୍ରଶ୍ନ ଉଠାଇଛି ବିଜେପି | ରାହୁଲଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ କଣ ଓ ମାନସରୋବର ଆଳରେ ରାହୁଲ ଚୀନ ଯିବାକୁ କାହିଁକି ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର | ସେପଟେ ବିଜେପିକୁ କଡା ଭାଷାରେ ଜବାବ ଦେଇଛି କଂଗ୍ରେସ | ବିଜେପି ଅଯଥାରେ ରାହୁଲଙ୍କୁ ଟାର୍ଗେଟ କରୁଛି ବୋଲି କହିଛି କଂଗ୍ରେସ | ଧାର୍ମିକ ଯାତ୍ରା ପାଇଁ ରାହୁଲଙ୍କୁ କଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅନୁମତି ନେବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.