vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନ କରିଛି ପୋଷ୍ଟର ବୟ, ୩୭୦ ଉଚ୍ଛେଦ ପ୍ରସଂଗରେ ରାହୁଲଙ୍କ ବୟାନକୁ ଅସ୍ତ୍ର ଭାବେ ବ୍ୟବହାର କରି ମୋଦୀଙ୍କୁ ଏଭଳି କରୁଛି ସମାଲୋଚନା…

13/08/2019 at 1:18 PM

ନୂଆଦିଲ୍ଲୀ ୧୩/୮: କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ପୂରାପୂରି ପାକିସ୍ତାନୀ ଭାଷା କୁହନ୍ତି ବୋଲି ପୁଣି ଥରେ ଏହା ସାବ୍ୟସ୍ତ ହୋଇଛି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସଂଯୁକ୍ତ ରାଷ୍ଟ୍ରଠୁ ଆରମ୍ଭ କରି ଚୀନ ଭଳି ଦେଶ ଭାରତକୁ ସମର୍ଥନ କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ପାକିସ୍ତାନ ଭାଷା କହୁଛନ୍ତି। ଜାମ୍ମୁ କାଶ୍ମୀରକୁ ନେଇ ଭାରତ ବିରୋଧରେ ଅମୂଳକ ଅଭିଯୋଗ କରିବା ପାଇଁ ପାକିସ୍ତାନ ରାହୁଲ ଗାନ୍ଧୀଙ୍କ ବୟାନକୁ ବ୍ୟବହାର କରୁଛି।

ଭାରତୀୟ ସେନାଠୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ଲଗାତାର କହୁଛନ୍ତି ଯେ ଜାମ୍ମୁ କାଶ୍ମୀରର ବାତାବରଣ ଶାନ୍ତ ରହିଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନରେ ଗୁଳି ବିନିମୟ ହୋଇନାହିଁ। ମିଡିଆରେ ଏପରି ସବୁ ଭିଡିଓ ଦେଖାଯାଉଛି ଯେଉଁଥିରେ ପରିଷ୍କାର ଭାବେ ଜଣାଯାଉଛି ଯେ ଜାମ୍ମୁ କାଶ୍ମୀରର ଲୋକେ ଚିନ୍ତାମୁକ୍ତ ହୋଇ ବକ୍ରି ଇଦ୍‌ ଉତ୍ସବ ପାଳନ କରିଥିଲେ। କିନ୍ତୁ ରାହୁଲ ଗାନ୍ଧୀଙ୍କୁ କେଉଁଠୁ ସୂଚନା ମିଳିଛି ଯେ ଜାମ୍ମୁ କାଶ୍ମୀରରେ ହିଂସାକାଣ୍ଡ ଚାଲିଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ହିଂସା ଚାଲିଛି। ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୋଦି କାଶ୍ମୀରର ସତ ଲୋକଙ୍କୁ କୁହନ୍ତୁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁହନ୍ତୁ ଯେ କାଶ୍ମୀରରେ କ’ଣ ଚାଲିଛି। ପାକିସ୍ତାନ ରାହୁଲ ଗାନ୍ଧୀଙ୍କ ବୟାନକୁ ଆଧାରଭାବେ ବ୍ୟବହାର କରିଛି ଏବଂ ଏହାକୁ କୋଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏପରି ଶବ୍ଦର ପ୍ରୟୋଗ କରିଛନ୍ତି ଯାହାକୁ କୈାଣସି ଭାରତୀୟଙ୍କ ପାଇଁ ପୁନର୍ବାର କହିବା ଉଚିତ୍ ହେବ ନାହିଁ। ଏକ ଭିଡିଓକୁ ସେୟାର କରି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବିଷୟରେ ଅତ୍ୟନ୍ତ ଲଜ୍ଜାଜନକ ଭାଷା ପ୍ରୟୋଗ କରାଯାଇଛି। ଏହି ଭାଷା ଏତେ ଅଭଦ୍ର ଯାହାକୁ ଆମେ ଲେଖି ପାରିବା ନାହିଁ।  

କେବଳ ଏତିକି ନୁହେଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାର୍ଟି ପାକିସ୍ତାନର ସାଂସଦ ମୁରାଦ ସଇଦ ମଧ୍ୟ ରାହୁଲ ଗାନ୍ଧୀଙ୍କ ଲଜ୍ଜାଜନକ ବୟାନର ଭିଡିଓ ଟ୍ବିଟ କରି ଲେଖିଛନ୍ତି ଯେ ‘ଏମାନଙ୍କ ନିଜ ଲୋକ ଯେତେବେଳେ ବିରୋଧ କରୁଛନ୍ତି ସମଗ୍ର ବିଶ୍ବ ଚୁପ୍ ରହିଛି।’ ସଇଦ ମୁରାଦ ଏବଂ ହାମିଦ ମୀରଙ୍କ ଏହି ଟ୍ବିଟ୍ ଦ୍ବାରା ଜଣାପଡ଼ୁଛି ଯେ ରାହୁଲ ଗାନ୍ଧୀ ପାକିସ୍ତାନର ପୋଷ୍ଟର ବୟ ହୋଇଯାଇଛନ୍ତି।

   Related Posts