ସତୀଶ ଶର୍ମାଙ୍କ ପାର୍ଥୀବ ଶରୀରକୁ କାନ୍ଧଦେଲେ ରାହୁଲ ଗାନ୍ଧୀ, ଅନ୍ତିମ ଯାତ୍ରାରେ ହେଲେ ସାମିଲ

Published By : Prameya-News7 Bureau | February 19, 2021 IST

ନୂଆଦିଲ୍ଲୀ,୧୯/୦୨:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସତୀଶ ଶର୍ମାଙ୍କ ଅନ୍ତିମ ସଂସ୍କାର ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଅନ୍ୟ ନେତାମାନେ ସତୀଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଗାନ୍ଧୀ ପରିବାରର ନିକଟସ୍ଥ ଥିବା ସତୀଶ ଶର୍ମାଙ୍କ ଅନ୍ତିମ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ । ଏପରିକି ସେ ସତୀଶଙ୍କ ପାର୍ଥୀବ ଶରୀରକୁ କାନ୍ଧେଇଥିଲେ ।

ସତୀଶଙ୍କ ଅନ୍ତିମ ଯାତ୍ରାରେ ରାହୁଲ ମୃତଦେହକୁ କାନ୍ଧେଇଥିବା ବେଳେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଥିଲେ ।କଂଗ୍ରେସର ଅନ୍ୟ ନେତାଙ୍କ ସହ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟସ ସତୀଶ ଗତ ୧୭ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଗୋଆରେ ପ୍ରାଣ ହରାଇଥିଲେ ।

wp:html /wp:html

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ଟ୍ୱିଟ୍ କରି ସତୀଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ ଟ୍ୱିଟ୍ କରି ଲେଖିଥିଲେ ଯେ, ଏହି ଖବର ଶୁଣି ସେ ବହୁତ ଦୁଃଖିତ ଅଛନ୍ତି । ତାଙ୍କ ପରିବାର ଓ ବନ୍ଧଙ୍କୁ ପ୍ରତି ସେ ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ସତୀଶ ଶର୍ମା ଗାନ୍ଧୀ ପରିବାରର ସବୁଠାରୁ ଖାସ୍ ଥିଲେ । ସେ ରାୟବରେଲୀ ଓ ଆମେଠୀରେ ଗାନ୍ଧୀ ପରିବାର ତରଫରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ସେ ଲୋକସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ ୩ ଥର ରାଜ୍ୟସଭା ସାଂସଦ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.