suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

୧୧୩ ଥର ନିୟମ ଉଲ୍ଲଘଂନ କରିଛନ୍ତି ରାହୁଲ ଗାନ୍ଧୀ, କଂଗ୍ରେସର ଚିଠିକୁ ନେଇ ସିଆରପିଏଫ୍‌ର ଜବାବ

29/12/2022 at 12:22 PM

ନୂଆଦିଲ୍ଳୀ, ୨୯/୧୨: ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ବ କରୁଥିବା ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କେ ସି ବେଣୁଗୋପାଳଙ୍କ ପ୍ରଶ୍ନରେ ଏଭଳି ଜବାବ୍ ରଖିଛି ସିଆରପିଏଫ୍। ସିଆରପିଏଫ୍ କହିଛି ଯେ ୨୦୨୦ ଠାରୁ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ନିଜେ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି। ସିଆରପିଏଫ୍ ଆହୁରି କହିଛି ଯ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ସଂପୂର୍ଣ୍ଣ ଭାବରେ ପ୍ରୋଟୋକଲର ପାଳନ କରାଯାଇଛି। ତାଙ୍କୁ Z+ ସୁରକ୍ଷା ଦିଆଯାଇଛି ଏବଂ ଏହାର ଗୁଣବତ୍ତାରେ ମଧ୍ୟ କୌଣସି ତ୍ରୁଟି ନାହିଁ। କିନ୍ତୁ ନିଜେ ରାହୁଲ ଗାନ୍ଧୀହିଁ ଅନେକ ଥର ସୁରକ୍ଷା ନିୟମର ଉଲ୍ଲଘଂନ କରିଛନ୍ତି ଏବଂ ଲୋକଙ୍କୁ ଭେଟିବାକୁ ବାହାରିପଡ଼ନ୍ତି।

ପ୍ରକୃତରେ କଂଗ୍ରେସର ଚିଠିକୁ ନେଇ ଗୃହ ମନ୍ତ୍ରାଳୟ ସିଆରପିଏଫ୍ ଠାରୁ ଜବାବ୍ ମାଗିଥିଲେ। ଯାହାର ଉତ୍ତରରେ ସିଆରପିଏଫ୍ ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନିୟମ ଉଲ୍ଲଘଂନ ଅଭିଯୋଗ ରହିଛି। ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗର ମଧ୍ୟ ସିଆରପିଏଫ୍ ଜବାବ ଦେଇଛି। ସିଆରପିଏଫ୍ କହିଛି ଯେ ଦିଲ୍ଳୀ ପୋଲିସକୁ ପୂର୍ବରୁ ହିଁ ପର୍ଯ୍ୟାପ୍ତ ସୁରକ୍ଷା ପାଇଁ କୁହାଯାଇଥିଲା। ସିଆରପିଏଫ୍ ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁବେଳେ ଭଲ ବ୍ୟବସ୍ଥା କରିଥାଏ। ସୁରକ୍ଷା ଏଜେନ୍ସୀ ସ୍ପଷ୍ଟ ଭାବରେ କହିଛି ଯେ ୨୦୨୦ ରୁ ଏପର୍ଯ୍ୟନ୍ତ ୧୧୩ ଥର ଭାଙ୍ଗିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ମହାସଚିବ କେ ସି ବେଣୁଗୋପାଳ ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ସମୟରେ ଅନେକ ଥର ରାହୁଲ ଗାନ୍ଧୀ ଏବଂ ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ତ୍ରୁଟି ବିଷୟରେ କହିଥିଲେ। ଏହି ଚିଠିରେ ଆହୁରି ଅଭିଯୋଗ କରାଯାଇଥିଲା ଯେ ଏଜେନ୍ସୀମାନେ ନାମୀ ବ୍ୟକ୍ତିଙ୍କୁ ଯାତ୍ରାରେ ସାମିଲ୍ ହେବାରୁ ଅଟକାଉଛନ୍ତି। କଂଗ୍ରେସ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉଦାହରଣ ଦେଇ କହିଥିଲେ ଯେ ଆଗାମୀ ପର୍ଯ୍ୟାୟରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀର ଭଳି ସମ୍ବେଦନଶୀଳ ରାଜ୍ୟରେ ପହଞ୍ଚିବ। ଏଭଳି ସ୍ଥିତିରେ ଭଲ ହେବ ଯେ ଉତ୍ତମ ସୁରକ୍ଷା ବ୍ୟବସ୍ଥା କରାଯିବା ଦରକାର।

   Related Posts