ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧି, ମାଲଓ୍ବା ସଭାରେ ବୁଝାଲେ ‘ଜୟ ଶ୍ରୀରାମ ଫିଲୋସଫି’

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: କଂଗ୍ରେସ ସଂସାଦ ରାହୁଲ ଗାନ୍ଧିଙ୍କ ମୁହଁରେ ‘ଜୟ ଶ୍ରୀରାମ’ । ଭାରତ ଯୋଡ଼ ଯାତ୍ରାରେ ‘ଜୟ ଶ୍ରୀରାମ ଫିଲୋସଫି’ ବୁଝାଇଲେ ରାହୁଲ । ମଧ୍ୟପ୍ରଦେଶର ମାଲଓ୍ବା ଜିଲ୍ଲାରେ ରାମଙ୍କର ୩ ମହାମନ୍ତ୍ରର ଅର୍ଥ ବୁଝାଇଛନ୍ତି । ଏହା ସହିତ ଆରଏସଏସ ଓ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ।

କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ତିନି ମାସ ପୂରିବାକୁ ଯାଉଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଛି । ମାଲଓ୍ବା ଜିଲ୍ଲାରେ ଆୟୋଜିତ ସଭାରେ ଆରଏସଏସ ଓ ବିଜେପି ଉପରେ ବର୍ଷିବା ସହିତ ‘ଜୟ ଶ୍ରୀରାମ ଫିଲୋସଫି’ ବୁଝାଇଛନ୍ତି ରାହୁଲ । ‘ହେ ରାମ’ର ଅର୍ଥ ଭଗବାନ ‘ରାମ’ ସେହି ପତସ୍ବୀଙ୍କ ସହିତ ରହିଥାନ୍ତି, ଯିଏ ପୁରା ଜୀବନକୁ ପ୍ରଭୁଙ୍କ ତପସ୍ୟାରେ ନିୟୋଜିତ ହୋଇଥାଏ । ଏହା ସହିତ କହିଛନ୍ତି, ଭଗବାନ ରାମ ଏକ ବ୍ୟକ୍ତି ନଥିଲେ । ସେ ଲୋକଙ୍କ ବଞ୍ଚିବାର ଶୈଳି ଥିଲେ । ଦ୍ବିତୀୟ ମନ୍ତ୍ର ‘ଜୟ ସିୟାରାମ’ର ଅର୍ଥ ମଧ୍ୟ ବୁଝାଇଛନ୍ତି ରାହୁଲ । ‘ଜୟ ସିୟାରାମ’ ମାନେ ସୀତା-ରାମ୍ ଏକ । ‘ଜୟ ସିୟାରାମ’ କହିବା ବେଳେ ଆମେ ମା’ ସୀତାଙ୍କୁ ମନେପକାଇଥାଉ । ସେହିପରି ତୃତୀୟ ନାରା ‘ଜୟ ଶ୍ରୀରାମ’ର ଅର୍ଥ ମଧ୍ୟ ବୁଝାଇଥିଲେ ରାହୁଲ ।  

ରାମଙ୍କର ତିନି ମନ୍ତ୍ରକୁ ନେଇ ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ବିଜେପି ସଦସ୍ୟ ସବୁବେଳେ ‘ଜୟ ଶ୍ରୀରାମ’ କହିଥାନ୍ତି, ହେଲେ ‘ଜୟ ସିୟାରାମ’ କେବେ କହିନଥାନ୍ତି । ପ୍ରଭୁ ରାମଚନ୍ଦ୍ର ଯେଉଁ ଭଳି ଭାବେ ଜୀବନ ଜୀଉ ଥିଲେ, ବିଜେପି ନେତାଙ୍କ ମଧ୍ୟରେ ସେହି ଭଳି ଭବନା ନାହିଁ । ରାମଚନ୍ଦ୍ର କାହା ସହିତ ଅନ୍ୟାୟ କରିନାହାନ୍ତି। ଭଗବାନଙ୍କ ପାଖରେ ଧାନୀ ଓ ଗରିବ ସବୁ ସମାନ । ବିଜେପି ସଦସ୍ୟ ଜୟ ସିୟାରାମ ଓ ଜୟ ସୀତାରାମ କୁହାନ୍ତି ନାହିଁ, କାରଣ ତାଙ୍କ ସଂଗଠନରେ ମହିଳା ନାହାନ୍ତି ବୋଲି କହି ଜୋରଦାର ଟାର୍ଗେଟ୍ କରିଛନ୍ତି ରାହୁଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.