Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଗୁଲମର୍ଗରେ ଭଉଣୀ ପ୍ରିୟଙ୍କା ସହ ସ୍ନୋମୋବାଇଲ୍‌ର ମଜା ଉଠାଇଲେ ରାହୁଲ ଗାନ୍ଧୀ, Video ଭାଇରାଲ୍

20/02/2023 at 3:15 PM

Rahul Gandhi in Gulmarg

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାମ୍ମୁ-କାଶ୍ମୀରର ଗୁଲମର୍ଗରେ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ସ୍ନୋମୋବାଇଲ୍‌ ମଜା ଉଠାଇଛନ୍ତି। ସ୍ନୋମୋବାଇଲ୍ ହେଉଛି ବରଫ ଉପରେ ଚାଲୁଥିବା ଏକ ଯାନ। ଭାଇ-ଭଉଣୀଙ୍କ ବରଫରେ ସ୍ନୋମୋବାଇଲ ଚଲାଉଥିବା ସଦ୍ୟତମ ଭିଡିଓ ଟୁଇଟ୍‌ରେ ପୋଷ୍ଟ କରାଯାଇଛି। ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ଏହି ଭିଡିଓ ସେୟାର କରିଛନ୍ତି। ଏଥିରେ ରାହୁଲଙ୍କୁ କଳା ଚଷମା ପିନ୍ଧି ପ୍ରିୟଙ୍କା ସହ ସ୍ନୋମୋବାଇଲ୍‌ର ମଜା ନେଉଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର କାଶ୍ମୀରର ଗୁଲମର୍ଗରେ ସ୍କିନିଂ କରୁଥିବା ଦେଖିବାକୁ ମିଳିଥିଲା।

ରାହୁଲ ଗାନ୍ଧୀ ବୁଧବାର ଗୋଣ୍ଡୋଲା କେବଲ କାର ଚଳାଇବାର ମଜା ନେଇଥିଲେ। ସେଠାରେ ସେ ପର୍ଯ୍ୟଟକଙ୍କ ସହ ସେଲଫି ଉଠାଇଥିଲେ। ଟ୍ଵିଟରରେ ଭିଡିଓ ସେୟାର ସହ କ୍ୟାପସନରେ ଲେଖା ହୋଇଛି ଯେ, ପୁରସ୍କାର ଭାବେ ରାହୁଲ ଜୀ ସଫଳ ଭାରତ ଯୋଡୋ ଯାତ୍ରା ପରେ ଗୁଲମର୍ଗରେ ଛୁଟି ମନାଉଛନ୍ତି।

ଗତ ମାସରେ ରାହୁଲ ଗାନ୍ଧୀ ୧୨ ରାଜ୍ୟ ଏବଂ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ୩୯୭୦ କିଲୋମିଟର ପଥ ଯାତ୍ରା କରିବା ପରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରାର ସମାପନ କରିଥିଲେ। ଏହା ପରେ ସେ ବ୍ୟକ୍ତିଗତ ଯାତ୍ରାରେ କାଶ୍ମୀର ଆସିଛନ୍ତି। ତାଙ୍କ ଯାତ୍ରା ଜାନୁଆରୀ ୩୦ରେ ସଂପନ୍ନ ହୋଇଥିଲା। ସମାପନ ସମାରୋହରେ ଡିଏମକେ, ଏନସି, ପିଡିପି, ସିପିଆଇ, ଆରଏସପି ଏବଂ ଆଇୟୁଏମଏଲ।

   Related Posts