ଯିଏ ୫୨ ବର୍ଷ ତ୍ରିରଙ୍ଗା ଉଡାଇନାହିଁ, ତାଙ୍କଠୁ... ବିଜୟବର୍ଗୀଙ୍କ ବୟାନ ଉପରେ ରାହୁଲଙ୍କ ପାଲଟା ଜବାବ

Published By : Prameya-News7 Bureau | June 19, 2022 IST

ନୂଆଦିଲ୍ଲୀ: ବିଜେପିର ସାଧାରଣ ସଂପାଦକ କୈଲାଶ ବିଜୟ ବର୍ଗୀୟଙ୍କ ଅଗ୍ନିବୀରଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ପାଲଟା ଜବାବ ଦେଇଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ଯିଏ ସ୍ଵାଧୀନତାର ୫୨ ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନାହିଁ ତାଙ୍କଠୁ ଯବାନଙ୍କ ପ୍ରତି ସମ୍ମାନ ଆଶା କରାଯାଇ ପାରିବ ନାହିଁ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଗ୍ନିପଥ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ରାହୁଲ୍ ଟୁଇଟ୍ କରି ରବିବାର ଏହା କହିଛନ୍ତି। ସେନାରେ ନିଯୁକ୍ତି ହେଉଥିବା ଯୁବ ପିଢିଙ୍କ ବୀରତ୍ଵ ଚୌକିଦାର ହୋଇ ବିଜେପି କାର୍ଯ୍ୟାଳୟର ରକ୍ଷା କରିବା ପାଇଁ ନୁହେଁ, ଦେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀଙ୍କ ନିରବତା ଯବାନଙ୍କ ଅସମ୍ମାନ ପ୍ରତି ମୋହର ମାରୁଛି ବୋଲି ରାହୁଲ କହିଛନ୍ତି।

wp:html /wp:html

କଣ କହିଥିଲେ ବିଜୟବର୍ଗୀୟ

ବିଜୟବର୍ଗୀୟ କହିଛନ୍ତି ଅଗ୍ନିବୀରମାନଙ୍କୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ଯଦି ମୋତେ ବିଜେପି ଅଫିସ୍‌ରେ ସିକ୍ୟୁରିଟି ରଖିବାକୁ ଥିବ ତେବେ ମୁଁ ଆଗ ଅଗ୍ନିବୀରଙ୍କୁ ପ୍ରଧାନ୍ୟ ଦେବି। ଆପଣ ବି ସିକ୍ୟୁରିଟି ରଖିଲେ ଅଗ୍ନିବୀରଙ୍କୁ ପ୍ରଧାନ୍ୟ ଦେବେ ବୋଲି କୈଳାଶ ବିଜୟ ବର୍ଗୀୟ କହିଛନ୍ତି। ଇନ୍ଦୋରରେ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି କୈଳାଶ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।

ବିଜେପି ନେତାଙ୍କର ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। କଂଗ୍ରେସ ସମେତ ଦେଶର ଅନ୍ୟ କେତେକ ରାଜନୈତିକ ଦଳ ଏନେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଅରବିନ୍ଦ କେଜରିୱାଲ୍ ଟ୍ୱିଟ୍ କରି କହିଛନ୍ତି ଯେ ଦେଶର ଯୁବବର୍ଗ ଓ ସେନା ଯବାନଙ୍କର ଏଭଳି ଅପମାନ କର ନାହିଁ। ଆମ ଦେଶର ଯୁବକମାନେ ଦିନ-ରାତି ପରିଶ୍ରମ କରି ଫିଜିକାଲ ପାସ୍ କରନ୍ତି। କାରଣ ସେ ସେନାରେ ଯୋଗ ଦେଇ ସାରା ଜୀବନ ଦେଶର ସେବା କରିବାକୁ ଚାହାଁନ୍ତି। ଏଥିପାଇଁ ନୁହେଁ କି ସେମାନେ ଯାଇ ବିଜେପି ଅଫିସ୍‌ରେ ଗାର୍ଡ ହେବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.