ପ୍ରବଳ ବର୍ଷାରେ ଜନସଭାକୁ ସମ୍ୱୋଧିତ କଲେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ କଥା ମନେ ପକାଇଲେ...

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାରେ ବାହାରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଦିନ ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ୱୋଧିତ କରୁଛନ୍ତି । ଏବେ ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ରବିବାର କର୍ଣ୍ଣାଟକରେ ଯାତ୍ରାର ଥିଲା ତୃତୀୟ ଦିନ । କର୍ଣ୍ଣାଟକରେ ଯାତ୍ରାର ତୃତୀୟ ଦିନରେ ମହୀଶୁରରେ ରାହୁଲ ଗାନ୍ଧୀଙ୍କ କିଛି ଭିନ୍ନ ରୂପ ଦେଖିବାକୁ ମିଳିଛି । ଏଠାରେ ପ୍ରବଳ ବର୍ଷାରେ ରାହୁଲ ଗାନ୍ଧୀ ଜନସଭାକୁ ସମ୍ୱୋଧିତ କରୁଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ କଥା ମନେ ପକାଇଛି।

୨୦୧୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ସତାରାରେ ଏକ ଜନସଭାକୁ ସମ୍ୱୋଧିତ କରୁଥିଲେ । ଏହି ସମୟରେ ପ୍ରବଳ ବର୍ଷ ହୋଇଥିଲା, କିନ୍ତୁ ଶରଦ ପାୱାର ବର୍ଷାରେ ଓଦା ହୋଇ ଜନସଭାକୁ ସମ୍ୱୋଧିତ କରିଥିଲେ । ଏପରିକି ସେ ଛତା ନେବାକୁ ମଧ୍ୟ ମନା କରିଥିଲେ।

ଏବେ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଠିକ୍ ସମାନ ଘଟଣା ଘଟିଛି । ରାହୁଲ କହିଛନ୍ତି, ଭାରତକୁ ଏକଜୁଟ୍ କରିବାରେ, ଆମକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ଭାରତର ସ୍ୱର ଉଠାଇବାରେ, ଆମକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । କନ୍ୟାକୁମାରୀରୁ କାଶ୍ମୀର ଯାଏ ଯିବ, ଭାରତ ଯୋଡୋ ଯାତ୍ରାକୁ କେହି ରୋକି ପାରିବେ ନାହିଁ।

ଭିଡିଓ ସାମନାକୁ ଆସିବା ପରେ କଂଗ୍ରେସ ନେତା ପ୍ରଶଂସା କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ, ରାହୁଲ ଗାନ୍ଧୀଙ୍କ ଭିଡିଓ ସେୟାର କରିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.