ସାଂସଦ ପଦ ଯିବା ପରେ ଟ୍ବିଟରରେ ବାୟୋ ବଦଳାଇଲେ ରାହୁଲ, ଲେଖିଲେ-Dis’Qualified MP
26/03/2023 at 1:35 PM

ନୂଆଦିଲ୍ଳୀ, ୨୬/୦୩: ସୁରଟର ଏକ ଅଦାଲତ ମାନହାନି ମାମଲାରେ ଦୁଇ ବର୍ଷ ସଜା ଶୁଣାଇବା ପରେ ସାଂସଦ ପଦ ହରାଇଛନ୍ତି ରାହୁଲ ଗାନ୍ଧୀ। ଯାହାକୁ କଂଗ୍ରେସ ଲୋକତନ୍ତ୍ରର ହତ୍ୟା କହି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ସାଂସଦ ଟ୍ବିଟରରେ ନିଜର ବାୟୋ ପରିବର୍ତ୍ତନ କରିଛନ୍ତି। ସେ ନିଜକୁ କଂଗ୍ରେସ ପାର୍ଟୀର ସଦସ୍ୟ କହିବା ସହ Dis’Qualified ସାଂସଦ ଘୋଷଣା କରିଛନ୍ତି।
କେରଳର ଓ୍ବାଏନାଡ ସିଟ୍ର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତଙ୍କ ଦ୍ବାରା ୨୦୧୯ର ମାନହାନି ମାମଲାରେ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇବାଥିଲେ। ଉଲ୍ଲେଖଯୋଗ୍ୟ, ସୁରଟ ଏକ ଅଦାଲତ ଏହି ନିଷ୍ପତ୍ତି ‘ମୋଦୀ ଉପନାମ’ ସମ୍ବନ୍ଧୀୟ ଟିପ୍ପଣୀକୁ ନେଇ ଦେଇଥିଲେ। ଆଉ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଲୋକସଭାର ସଦସ୍ୟତା ରଦ୍ଦ କରାଯାଇଥିଲା।.
ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ସଦସ୍ୟତା ରଦ୍ଧ ତଥା ଅଯୋଗ୍ୟ ଘୋଷଣା କରିବାର ପ୍ରତିବାଦ କରି ଦଳ ପକ୍ଷରୁ ରବିବାର ସବୁ ରାଜ୍ୟ ଏବଂ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ଦିବସୀୟ ସତ୍ୟାଗ୍ରହ ଜାରି ରହିଛି।