ପ୍ରଧାନମନ୍ତ୍ରୀ ମୋଦି ସାରା ଦିନ ଟିଭିରେ ଦେଖାଯାଉଛନ୍ତି, କାରଣ ସେ ଆପଣଙ୍କ ପଇସା ଆଦାନୀ ଓ ଅମ୍ବାନୀଙ୍କୁ ଦେଉଛନ୍ତି: ରାହୁଲ ଗାନ୍ଧି
21/11/2023 at 6:56 PM

ବଲ୍ଲଭନଗର ୨୧।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ସମୟ ଯେତିକି ପାଖଉଛି ରାଜନୈତିକ ଦଳମାନଙ୍କର ନିର୍ବାଚନ ପ୍ରଚାର ସେତିକି ବଢିବାରେ ଲାଗିଛି। ରାଜ୍ୟରେ କଂଗ୍ରେସ ସରକାରକୁ ବିଜେପି ନିର୍ବାଚନ ସଭାମାନଙ୍କରେ ଟାର୍ଗେଟ କରୁଥିବା ବେଳେ କଂଗ୍ରେସ ନେତାମାନେ ବି ଛାଡିବାର ନୁହନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଙ୍ଗଳବାର ଉଦୟପୁରର ବଲ୍ଲଭ ନଗରରେ ନିର୍ବାଚନ ପ୍ରଚାର କରିଛନ୍ତି। ଏଥିରେ ରାହୁଲ ଜାତି ଜନଗଣନା ପ୍ରସଙ୍ଗ ଉଠାଇ ଏହାକୁ ଏକ୍ସ-ରେ ବୋଲି କହିଛନ୍ତି।
जिस दिन मैंने जति जनगणना की बात की, उसी दिन से नरेंद्र मोदी जी के भाषण बदल गए।
— Congress (@INCIndia) November 21, 2023
PM मोदी पहले भाषण में खुद को OBC कहते थे। अब कहते हैं- देश में कोई जाति ही नहीं है, सिर्फ गरीब हैं।
मतलब चुनाव लड़ना है तो मैं OBC और भागीदारी देनी है तो सिर्फ एक ही जाति- गरीब।
: राजस्थान में… pic.twitter.com/DATRtB6doO
ବିଶାଳ ଜନସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ କାହାର ଜନସଂଖ୍ୟା କେତେ ଆମେ ଯଦି ନ ଜାଣିବା ତେବେ ଭାଗିଦାରୀର କଥା କହିବା କିପରି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। କହିଛନ୍ତି ସାରା ଦିନ ଟିଭିରେ ପ୍ରଧାନମନ୍ତ୍ରୀଙ୍କ ଛବି ପ୍ରସାରିତ ହେଉଛି, କାରଣ ସେ ଆପଣମାନଙ୍କ ପଇସା ଆଦାନୀ ଓ ଅମ୍ବାନୀଙ୍କୁ ଦେଉଛନ୍ତି। ଏଥିରେ ରାହୁଲ କହିଛନ୍ତି ଆପଣ କେବେବି ଟିଭିରେ କେଉଁଠି ଚାଷୀ ଓ ଶ୍ରମିକଙ୍କୁ ଦେଖିଛନ୍ତି? କେବେ ଦେଖିନଥିବେ କାରଣ ଆପଣଙ୍କୁ କ୍ରିକେଟ ମ୍ୟାଚ୍ ଦେଖାଯିବ ଚାଷୀ କି ଶ୍ରମିକ ନୁହେଁ ।
ଉତ୍ତରାଖଣ୍ଡାରେ ୪୧ ଜଣ ଶ୍ରମିକ ଟନେଲ ତଳେ ଫଶି ରହିଛନ୍ତି, ଏଥିରେ ଦେଶର ଗଣମାଧ୍ୟମ କ୍ରିକେଟର କଥା କହୁଛନ୍ତି। ତେବେ ଏହା ଖରାପ କଥା ନୁହେଁ ହେଲେ ଟନେଲରେ ଫଶି ରହିଥିବା ଶ୍ରମିକଙ୍କୁ ବି ଦୁଇ ଚାରି ମିନିଟ୍ ସମୟ ଦିଅନ୍ତେ। ମିଡିଆରେ ୨୪ ଘଣ୍ଟା ମୋଦି ପ୍ରସାରିତ ହେଉଛନ୍ତି, କାହିଁକି ତାଙ୍କୁ ପ୍ରସାରଣ କରାଯାଉଛି ?କାରଣ ଟିଆରପି ବଢୁଛି ନରେନ୍ଦ୍ର ମୋଦି ସେମାନଙ୍କର କାମ କରୁଛନ୍ତି ବଦଳରେ ସେମାନେ ତାଙ୍କୁ ଟିଭିରେ ପ୍ରସାରଣ କରୁଛନ୍ତି। ଗଣମାଧ୍ୟମ ନିମନ୍ତେ ଆଦାନୀ-ଅମ୍ବାନୀ ଓ ମୋଦିଜୀ ବହୁତ ବଢିଆ କାରବାର ପାଲଟିଛନ୍ତି। ମୋଦିଜି ଜିଏସଟି ପଇସା ସେମାନଙ୍କ ପାଖକୁ ପଠାଉଛନ୍ତି ଏପଟେ ସେମାନେ ଦିନରାତି ମୋଦିଙ୍କ ପ୍ରଚାର ପ୍ରସାର କରୁଛନ୍ତି।
जब दो जेबकतरे किसी की जेब काटना चाहते हैं, तो सबसे पहले वो ध्यान भटकाते हैं।
— Congress (@INCIndia) November 21, 2023
एक जेबकतरा सामने से आकर ध्यान भटकाता है, दूसरा पीछे से जेब काट देता है।
इसी तरह, PM मोदी का काम ध्यान भटकाने का है और अडानी का काम जेब काटने का है।
: राजस्थान में @RahulGandhi जी pic.twitter.com/0FngnrnEV4
ଏଥିରେ ରାହୁଲ ପକେଟମାର ଉଦାହରଣ ଦେବାକୁ ବି ଭୁଲି ନାହାନ୍ତି। ସେ କହିଛନ୍ତି ପକେଟମାର କଣ ଚାହେଁ ଆପଣଙ୍କ ଧ୍ୟାନ ହଟିଲେ ସେ କିପରି ଆପଣଙ୍କ ପକେଟ ସଫା କରିବ। ଆପଣ ଧ୍ୟାନ ଯେପରି ଏପଟ ସେପଟ ହେଉ ସେଥି ପାଇଁ ନରେନ୍ଦ୍ର ମୋଦିଙ୍କୁ ଟେଲିଭିଜନ ପରଦାରେ ପ୍ରସାରଣ କରାଯାଉଛି। ସେ ଆପଣମାନଙ୍କୁ ହିନ୍ଦୁ-ମୁସଲମାନ କରାଉଥିବା ବେଳେ ପଛପଟୁ ଆସି ଆଦାନୀ ଆପଣଙ୍କ ପକେଟ୍ ଚଟ୍ କରିଯାଉଛି। ଦେଖ ଭାଇ କ୍ରିକେଟ୍ ଚାଲିଛି ସେପଟେ ଆପଣଙ୍କ ପକେଟ୍ କଟିଗଲାଣି, ଦେଖ ଭାଇ ଶାହରୁଖ ଡ୍ୟାନ୍ସ କରୁଛି ସେପଟ୍ ଆପଣଙ୍କ ପକେଟ ସଫା।
ଏହି ଅବସରରେ ରାହୁଲ ଜାତୀୟ ଜନଗଣନା କଥା ମଧ୍ୟ ଉଠାଇଥିଲେ। କହିଥିଲେ ପ୍ରଧାନମନ୍ତ୍ରୀ କହୁଥିଲେ ସେ ଓବିସି, ହେଲେ ଯେଉଁଦିନ ମୁଁ ସଂସଦରେ ଜାତି ଜନଗଣନାର କଥି କହିଲି ମୋଦିଜୀ କହିବା ଆରମ୍ଭ କରିଦେଲେ ଦେଶରେ କେବଳ ଗୋଟିଏ ଜାତି ସେ ହେଉଛି ଗରିବ। ସେ କେବଳ କହିଲେ ଦେଶରେ ଗୋଟିଏ ଜାତି ଗରିବ ହେଲେ ଆଉ ଗୋଟିଏ ଜାତି ଧନୀ ବୋଲି କହିଲେ ନାହିଁ। ଏହା ହେଉଛି ଆଦାନୀ ଓ ଅମ୍ବାନୀଙ୍କ ଜାତି ଏହା ଏକ ବିଶେଷ ଜାତି ବୋଲି ରାହୁଲ କହିଛନ୍ତି।
ଆମ ପିଲା ବିଶ୍ୱକପ୍ ଜିତିଥାନ୍ତେ, କିନ୍ତୁ ‘ପନୌତି’ ହରାଇଦେଲା: ରାହୁଲ ଗାନ୍ଧୀ