Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁସଲିମ୍ ଲିଗ୍‌କୁ ଧର୍ମନିରପେକ୍ଷ ଦଳ କହିଲେ ରାହୁଲ ଗାନ୍ଧୀ, ବିଜେପି କହିଲା- ଏହା ତାଙ୍କ ବିବଶତା

2/06/2023 at 3:55 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି । ଏଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏବେ ରାହୁଲ ଗାନ୍ଧୀ ମୁସଲିମ୍ ଲିଗକୁ ଧର୍ମନିରପେକ୍ଷ (ସେକ୍ୟୁଲାର) ପାର୍ଟି ବୋଲି କହିଛନ୍ତି । ଏହାକୁ ନେଇ ବିଜେପି ନେତା ରାହୁଲ ଗାନ୍ଧୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ବିଜେପି ନେତା ଅମିତ୍ ମାଲଭିୟ କହିଛନ୍ତି ଯେ ଯେଉଁ ମୁସଲିମ ପାର୍ଟି ଦେଶ ବିଭାଜନ ପାଇଁ ଦାୟୀ, ତାହା ରାହୁଲ ଗାନ୍ଧୀଙ୍କ ଅନୁସାରେ ସେକ୍ୟୁଲାର ପାର୍ଟି ଅଟେ । ମାଲଭିୟ କହିଛନ୍ତି ଯେ ୱାଇନାଡରେ ଗ୍ରହଣୀୟତା ବଜାୟ ରଖିବା ପାଇଁ ଏହା ତାଙ୍କର ବିବଶତା ଅଟେ ।

ପଢନ୍ତୁ: ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ

ୱାଶିଂଟନ ଡିସିରେ ନ୍ୟାସନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସମୟରେ ରାହୁଲଙ୍କୁ କେରଳରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ସହ କଂଗ୍ରେସର ମେଣ୍ଟ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ରାହୁଲ କହିଥିଲେ, ‘ମୁସଲିମ୍ ଲିଗ୍ ସମ୍ପୂର୍ଣ୍ଣ ରୂପେ ଧର୍ମନିରପେକ୍ଷ ଦଳ ଅଟେ । ଏଥିରେ କିଛି ବି ନନ-ସେକ୍ୟୁଲାର ନାହିଁ’। ଉଲ୍ଲେଖଯୋଗ୍ୟ ଯେ କେରଳରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ସହ କଂଗ୍ରେସର ମେଣ୍ଟ ରହିଛି ।

ଏହି ପ୍ରସଙ୍ଗ ଉପରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ୍ ମାଲଭିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘ଜିନ୍ନାଙ୍କ ମୁସଲିମ୍ ଲିଗ୍, ଯେଉଁ ପାର୍ଟି ଧାର୍ମିକ ଆଧାରରେ ଭାରତର ବିଭାଜନ ପାଇଁ ଦାୟୀ, ତାହା ରାହୁଲ ଗାନ୍ଧୀଙ୍କ ଅନୁସାରେ ସେକ୍ୟୁଲାର ପାର୍ଟି ଅଟେ । ୱାଇନାଡରେ ଗ୍ରହଣୀୟତା ବଜାୟ ରଖିବା ପାଇଁ ଏହା ତାଙ୍କର ବିବଶତା ଅଟେ’ । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଅମେଠୀ ସହ ୱାଇନାଡରୁ ନିର୍ବାଚନ ଲଢିଥିଲେ । ଅମେଠୀରୁ ପରାଜିତ ହୋଇଥିବା ବେଳେ ୱାଇନାଡରୁ ନିର୍ବାଚିତ ହୋଇଥିଲେ । ନିକଟରେ ସୁରଟ କୋର୍ଟ ମାନହାନୀ ମକୋଦ୍ଦମାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଥିଲେ । ଏହାପରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଥିଲା ।  

READ ALSO: ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍‌ ତିଆରି ଆରମ୍ଭ କରିବ ଫକ୍ସକନ; ଜୁଲାଇ ସୁଦ୍ଧା ସରିବ ଜମି ହସ୍ତାନ୍ତର ପ୍ରକ୍ରିୟା

   Related Posts