ଜୟପୁର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ବେଶ ଚର୍ଚ୍ଚାରେ ରହିଛି । ଅନେକ ସାମାଜିକ ସଂଗଠନ ଏବଂ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ରାହୁଲଙ୍କ ଭାରତ ଯୋଡୋ ବର୍ତମାନ ରାଜସ୍ଥାନରେ ଚାଲିଛି । ତେବେ ମଙ୍ଗଳବାର ସକାଳେ ଭାରତ ଯୋଡୋ ଯାତ୍ରା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲଙ୍କ ପଦଯାତ୍ରା ବିଜେପି କାର୍ଯ୍ୟାଳୟ ଦେଇ ଯିବା ସମୟରେ ସେଠାରେ ଉପସ୍ଥିତ ବିଜେପି କର୍ମୀଙ୍କୁ ସେ ଫ୍ଲାଇଙ୍ଗ କିସ୍ ଦେବା ସହ ହାତ ହଲାଇ ଥିଲେ ।
ରାଜସ୍ଥାନ ଝଲାୱର ବିଜେପି କାର୍ଯ୍ୟାଳୟ ଛାତ ଉପରେ ବିଜେପି ପତାକା ଧରି ଠିଆ ହୋଇଥିବା କର୍ମୀଙ୍କୁ ଦେଖି ରାହୁଲ ଗାନ୍ଧୀ ହାତ ହଲାଇଥିଲେ । ଅନେକ ବିଜେପି କର୍ମୀ ମଧ୍ୟ ରାହୁଲଙ୍କ ଆଡକୁ ହତା ହଲାଇ ଥିବା ଦେଖିବାକୁ ମିଳିଥିଲା । ରାଜସ୍ଥାନ ଯୁବ କଂଗ୍ରେସ ପକ୍ଷରୁ ଏହି ସମୟର ଏକ ଭିଡିଓକୁ ଟ୍ୱିଟରରେ ସେୟାର କରାଯାଇଛି।
wp:html/wp:htmlनफ़रत का जवाब सिर्फ़ मोहब्बत है !!❤️🔥💗
— Rajasthan Youth Congress (@Rajasthan_PYC) December 6, 2022
ये तस्वीर देखिये..👇🏻 pic.twitter.com/IHkagK97xW
ଝଲାୱର ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୃହ ସହର । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଜେପିର ଗଢରେ ରାହୁଲଙ୍କ ଏହି ପଦଯାତ୍ରା ବହୁ ଗୁରୁତ୍ୱ ବହନ କରୁଛି । ରାହୁଲ ଗାନ୍ଧୀଙ୍କ ସହ ଏହି ଭାରତ ଯୋଡୋ ଯାତ୍ରାରେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ରାଜ୍ୟରେ ମନ୍ତ୍ରୀ ରାମ ଲାଲ ସାମିଲ ଥିଲେ।