ଗୁଜରାଟ ବିଧାନସଭା ନିର୍ବାଚନର ଭୋଟ ଗଣନା  ଲାଗି ବଦଳିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରାର ମାର୍ଗ

Published By : Prameya-News7 Bureau | December 07, 2022 IST

କୋଟା ୭।୧୨:  ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ଗୁରୁବାର ମାର୍ଗ ପରିବର୍ତ୍ତନ କରାଯାଇଛି। ଗୁଜରାଟ ବିଧାନସଭା ନିର୍ବାଚନ ଭୋଟ ଗଣନା ଯୋଗୁ କୋଟାରେ ଯାତ୍ରାର ରୁଟ ବଦଳିବ। ସେହି ଅନୁସାରେ ଡିସେମ୍ବର ୮ ତାରିଖ ସକାଳେ ଯାତ୍ରା ଜଗପୁରାରୁ ନ ହୋଇ ଅନନ୍ତପୁରା ଏଣ୍ଚ୍ରି ଗେଟରୁ ଆରମ୍ଭ ହେବ। ଏଠାରୁ ଯାତ୍ରା ଭାରତ ଯୋଡୋ ସେତୁ ହୋଇ ରଙ୍ଗପୁର ଚାରି ଛକକୁ ପହଞ୍ଚିବ।

{"id":718422,"width":839,"height":573,"sizeSlug":"full","linkDestination":"none"}

କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିବାରୁ ନୟାପୁରା ଉମ୍ମେଦ ସିଂହ ଷ୍ଟାଡିୟମରେ କରାଯାଇଥିବା ଲଞ୍ଚ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି। ଗୁରୁବାର ଯାତ୍ରା ବିନା ମଧ୍ୟାହ୍ନ ଭୋଜନ ବିରତୀରେ ୨୪ କିଲୋମିଟର ଚାଲିବ। ତେବେ ବୁଧବାର ରାଜସ୍ଥାନରେ ଭାରତ ଯୋଡୋ ଯାତ୍ରାର ତୃତୀୟ ଦିନ ରାହୁଲ ଗାନ୍ଧି ଜନୈକ ଗ୍ରାମୀଣଙ୍କ ଘର ଛାତ ଉପରେ ଚା ପିଇଛନ୍ତି। ପୂର୍ବାହ୍ନରେ ଦରା ଗାଁରୁ ଆରମ୍ଭ ହୋଇଥିବା ଯାତ୍ରା ମଣ୍ଡାନା ନିକଟସ୍ଥ ଏକ ଗ୍ରାମରେ ଅଟକି ଥିଲା। ଏଠାରେ ଚା ପାନ ବିରତୀ ଅନୁଷ୍ଠିତ ହୋଇଥିଲା। ଭାରତ ଯାତ୍ରୀମାନେ ଚାପାନ କରିବା ପରେ ପୁଣି ଯାତ୍ରାରେ ବାହାରିଯାଇଥିଲେ। ଅପରାହ୍ନ ୩ଟା ୩୦ ମିନିଟରେ ଯାତ୍ରାର ଲଞ୍ଚ ବ୍ରେକ ହୋଇଛି।

{"id":718423,"sizeSlug":"full","linkDestination":"none"}

ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଦିନ ମଙ୍ଗଳବାର ରାହୁଲ ଗାନ୍ଧି ଦିନ ତମାମ ଯାତ୍ରା ପରେ ସନ୍ଧ୍ୟାରେ ବିଶ୍ରାମ କରିଥିଲେ। ବିଶ୍ରାମ ସ୍ଥଳରେ ଏକ ବିଶାଳ ଟେଲିଭିଜନ ସ୍କ୍ରିନ ଲାଗିଥିଲା। ଯେଉଁଥିରେ ରାହୁଲ ଫିଫା ବିଶ୍ୱକପ୍ ମ୍ୟାଚ୍‌ ଦେଖିଥିଲେ। ରାହୁଲଙ୍କ ସହ ବିଶ୍ରାମ ମୁଦ୍ରାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମଧ୍ୟ ଫିଫା ବିଶ୍ୱକପ ଦେଖୁଥିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ଗୁରୁବାର ଅର୍ଥାତ ଜାନୁୟାରୀ ୮ ତାରିଖ ଦିନ ଭୋଟ ଗଣନା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.