WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଷ୍ଟେସନରେ ‘କୁଲି’ ହେଲେ ରାହୁଲ ଗାନ୍ଧୀ, ଉଠାଇଲେ ଯାତ୍ରୀଙ୍କ ଜିନିଷପତ୍ର

21/09/2023 at 1:20 PM

ମୁମ୍ୱାଇ ୨୧/୦୯: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ । ରେଳ ଷ୍ଟେସନର କୁଲି ବେଶରେ ନଜର ଆସିଲେ ରାହୁଲ୍ ଗାନ୍ଧୀ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାହୁଲ୍‌ଙ୍କ ଏହି ଭିନ୍ନ ଅନ୍ଦାଜ । କହିବାକୁ ଗଲେ ରାଜଧାନୀ ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ ହଠାତ୍ ନଜର ଆସିଥିଲେ ରାହୁଲ୍ ଗାନ୍ଧୀ । ସଂଗେ ସଂଗେ ଷ୍ଟେସନରେ କାମ କରୁଥିବା କୁଲିକୁ ବି ଭେଟିଥିଲେ ।

ଏହି ସମୟରେ ସେ କିଛି ଯାତ୍ରୀଙ୍କର ଜିନିଷ ପତ୍ର ମଧ୍ୟ ଉଠାଇଥିଲେ । ଖାଲି ସେତିକି ନୁହେଁ କୁଲିଙ୍କ ସହିତ ବସି ତାଙ୍କ ସମ୍ପର୍କରେ ଆଲୋଚନା ବି କରିଥିଲେ । କଂଗ୍ରେସ ପାର୍ଟି ପକ୍ଷରୁ ଏକ ଫଟୋ ଟୁଇଟରରେ ସେୟାର କରିଛି । ଯେଉଁଥିରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀ ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି । କିଛି ଦିନ ତଳେ ସେମାନଙ୍କର ଏକ ଭିଡିଓ ଭାଇରାଲ ହେଇଥିଲା । ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ଜାହିର କରିଥିଲେ । ତେଣୁ ରାହୁଲ ଗାନ୍ଧୀ ଆଜି ସେମାନଙ୍କୁ ଭେଟିବା ସହିତ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଭାରତ ଯୋଡ ଯାତ୍ରା ଜାରି ରହିଛି । ସୂଚନାଥାଉକି, ଗତ କିଛି ସମୟ ଧରି ଲଗାତାର ଲୋକଙ୍କୁ ଭେଟୁଛନ୍ତି ରାହୁଲ ଗାନ୍ଧୀ । ପୂର୍ବରୁ ସେ ହରିୟାଣାରେ ଟ୍ରାକ୍ଟର ଚଲାଇବା ସହିତ ଚାଷୀ ଭାଇ ଭଉଣୀମାନଙ୍କୁ ଭେଟିଥିଲେ । ଏହାସହ ସେ ଜଣେ ମୋଟର ମେକାନିକଙ୍କୁ ମଧ୍ୟ ଭେଟିଥିଲେ । ସେହିଭଳି ଲଦାଖ ଯାଇ ଦେଖାଥିଲେ ନିଜର ସ୍ୱାଗ ଅନ୍ଦାଜ ।

you can also read….

   Related Posts