ଭାରତ ଯୋଡୋ ଯାତ୍ରାରେ ଏହି ନେତାଙ୍କୁ କ୍ଷମା ମାଗିଲେ ରାହୁଲ ଗାନ୍ଧି, ଜାଣନ୍ତୁ କ’ଣ କହିଲେ ଦିଗବିଜୟ ସିଂହ ?
24/01/2023 at 7:24 PM

ଜମ୍ମୁ ୨୪।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜମ୍ମୁ-କାଶ୍ମୀରରେ ଚାଲିଥିବା ଯାତ୍ରାରେ ସାଂସଦ ରାହୁଲ ଗାନ୍ଧି ଲଗାତାର ଜନସଭା କରି ଲୋକଙ୍କ ସାଙ୍ଗରେ ମିଳାମିଶା ବଢାଉଛନ୍ତି। ଏହି ପରି ଏକ ସଭାରେ ରାହୁଲ ଗାନ୍ଧି ମଙ୍ଗଳବାର ତାଙ୍କ ଦଳର ପୂର୍ବତନ ନେତା ତଥା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କୁ କ୍ଷମାଯାଚନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ପ୍ରକାର ଯଦି ମୁଁ ତାଙ୍କୁ ଦୁଃଖିତ କରିଥାଏ ସେଥିପାଇଁ କ୍ଷମା ନିବେଦନ କରୁଛି।

ଯାତ୍ରା କାଳରେ ଆଜାଦଙ୍କୁ କାହିଁକି ଆମନ୍ତ୍ରିତ କରାଯାଇ ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ରାହୁଲ ଏହା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳର ନେତାମାନେ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ କେବଳ ଗୁଲାମ ନବୀ ଆଜାଦ ଏଠାକୁ ଆସି ନାହାନ୍ତି। ତେବେ ରାହୁଲ ତାଙ୍କୁ ସମ୍ମାନ କରୁଥିବା କହିଛନ୍ତି। ତେବେ ଯଦି କୌଣସି କାରଣରୁ ତାଙ୍କୁ ଦୁଃଖିତ କରିଥାଏ ତେବେ ସେଥି ପାଇଁ କ୍ଷମା ଯାଚନା କରୁଛି ବୋଲି ରାହୁଲ ଭରା ସଭାରେ କହିଛନ୍ତି।
କେବଳ ଆଜାଦ ନୁହନ୍ତି ରାହୁଲ ସର୍ଜିକାଲ ଷ୍ଟ୍ରାଇକ୍ ନେଇ ଦିଗବିଜୟ ସିଂହଙ୍କ ବୟାନରୁ ମଧ୍ୟ ନିଜକୁ ଦୂରେଇ ନେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବୟାନ ବୋଲି କହିଛନ୍ତି ରାହୁଲ। ତେବେ ସେନା ପ୍ରତି ତାଙ୍କର ଓ ତାଙ୍କ ଦଳର ଗଭୀର ସମ୍ମାନ ଥିବା ରାହୁଲ କହିଛନ୍ତି। ସେନାର କୌଣସି କାର୍ଯ୍ୟ ପାଇଁ କେବେ ପ୍ରମାଣ ମଗା ଯାଇନି କି ଆମେ ସେ ବାବଦେ ପ୍ରମାଣ ଚହୁଁନା ବୋଲି ରାହୁଲ କହିଛନ୍ତି। ତେବେ ପ୍ରସଙ୍ଗରେ ଦିଗବିଜୟ ସିଂହ ମଧ୍ୟ ନିଜର ମତ ପରିବର୍ତ୍ତନ କରିଛନ୍ତି।
These are my valid questions to the Modi Govt.
— digvijaya singh (@digvijaya_28) January 24, 2023
Don’t I as a responsible citizen have a Right to Know the facts?
Who has been punished for this serious lapse? In any other Country the Home Minister would have been made to resign.
4/n
ଦିଗବିଜୟ ସିଂହ କହିଛନ୍ତି ଯେ ସେ ତାଙ୍କ ବୟାନରେ ସେନା ପ୍ରତି ଅଙ୍ଗୁଳି ଉଠାଇ ନାହାନ୍ତି। ଏ ବାବଦେ ସେ ସରକାରଙ୍କଠାରୁ ଜବାବ ଚାହିଁଥିଲେ ବୋଲି ଦିଗବିଜୟ ତାଙ୍କ ସଫେଇରେ କହିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେନାକୁ ଆମେ ପୁରା ସମ୍ମାନ କରୁଥିବା ଉଲ୍ଲେଖ କରିଛନ୍ତି। ଏଣୁ ସେନାକୁ ପ୍ରଶ୍ନ କରିବାର କଥା ହିଁ ଉଠୁନଥିବା କହିଛନ୍ତି। ତେବେ ମୋର ପ୍ରଶ୍ନ ମୋଦି ସରକାରଙ୍କୁ ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଥମ ପ୍ରଶ୍ନରେ ସେ ସେହି ଇଣ୍ଟେଲିଜେନ୍ସି ଫେଲ୍ୟୋର କଥା ଉଠାଇଛନ୍ତି ଯେଉଁଥି ପାଇଁ ୪୦ ସିଆରପିଏଫ ଜବାନ ଶହିଦ ହେଲେ ବୋଲି ପ୍ରଶ୍ନ କରିଛନ୍ତି।
ସେହିପରି ଦ୍ୱିତୀୟ ପ୍ରଶ୍ନରେ ଆତଙ୍କବାଦୀଙ୍କୁ କେଉଁଠାରୁ ୩୦୦ କେଜି ଆରଡିଏକ୍ସ ମିଳିଲା ବୋଲି ଦିଗବିଜୟ ସିଂହ ପ୍ରଶ୍ନ କରିଛନ୍ତି। ତୃତୀୟ ପ୍ରଶ୍ନରେ ସିଆରପିଏଫ ଜବାନଙ୍କ ଏୟାରଲିଫ୍ଟ ଦାବିକୁ କାହିଁକି ଅଗ୍ରାହ୍ୟ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଚତୁର୍ଥ ପ୍ରଶ୍ନରେ ଯେଉଁ ଦେବେନ୍ଦର ସିଂହକୁ ଜମ୍ମୁ-କାଶ୍ମୀର ପୋଲିସ ଧରିଥିଲା ତାକୁ କାହିଁକି ଛଡାଗଲା। ଏହା ଛଡା ପୁଲବାମା ଏକ ସମ୍ବେଦନଶୀଳ ଅଞ୍ଚଳ, ସେନା ଫେରିବା ପୂର୍ବରୁ ଅଞ୍ଚଳକୁ କାହିଁକି ସାନିଟାଇଜ୍ କରାଯାଇନଥିଲା ବୋଲି ଦିଗବିଜୟ ସିଂହ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଦିଗବିଜୟ ସିଂହ ସର୍ଜିକାଲ ଷ୍ଟ୍ରାଇକ୍ କୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଆମର ୪୦ ଜଣ ସିଆରପିଏଫ ଜବାନ ପୁଲବାମାରେ ଶହିଦ ହୋଇଥିଲେ। ତେବେ ଏହା ପୂର୍ବରୁ ସିଆରପିଏଫ ଅଧିକାରୀମାନେ ଜବାନଙ୍କ ଏୟାରଲିଫ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ଏହାକୁ ଅସ୍ୱୀକାର କରାଯାଇଥିଲା, ଏପରି ଭୁଲ କେମିତି ହେଲା ପୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଏପର୍ଯ୍ୟନ୍ତ ପୁଲବାମା ନେଇ ସରକାର ଏପର୍ଯ୍ୟନ୍ତ ସଂସଦରେ କୌଣସି ରିପୋର୍ଟ ଉପସ୍ଥାପିତ କରିନଥିବା ଦିଗବିଜୟ କହିଥିଲେ। ତେବେ ସେମାନେ ଦାବି କରିଥିଲେ ଯେ ସର୍ଜିକାଲ ଷ୍ଟ୍ରାଇକ୍ କରାଗଲା ହେଲେ ଏହାର ପ୍ରମାଣ ଉପସ୍ଥାପନା କରିନଥିଲେ। ଏଣୁ ଏମାନେ (ବିଜେପି) କେବଳ ଓ କେବଳ ମିଥ୍ୟା ରଟଉଛି ବୋଲି ସେ କହିଥିଲେ।