କେରଳର ଓ୍ବାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢିବେ ରାହୁଲ ! ସେଠାରେ ମଧ୍ୟ ବିପକ୍ଷରେ ଠିଆ ହୋଇ ପାରନ୍ତି ବିଜେପିରୁ ସ୍ମୃତି ଇରାନୀ !!

Published By : Prameya-News7 Bureau | March 26, 2019 IST

ଥିରୁବନ୍ତପୁରମ୍ ୨୬|୩ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତରପ୍ରଦେଶ ଅମେଠି ଆସନ ବ୍ୟତୀତ କେରଳର ଓ୍ବାୟନାଡ ଆସନରୁ ମଧ୍ୟ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଏମିତିରି ଏବେ ଶୁଣିବାକୁ ମିଳୁଛି ଯେ, ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କ ବିପକ୍ଷରେ ଆମେଠିରୁ ନିର୍ବାଚନ ଲଢୁଥିବାବେଳେ ଓ୍ବାୟନାଡରେ ମଧ୍ୟ ରାହୁଲଙ୍କୁ ଟକ୍କର ଦେଇପାରନ୍ତି ।

{"id":97012,"width":577,"height":433}

ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ଏହି ଗୁରୁତ୍ବପୂର୍ଣ୍ଣ ଆସନରେ କୌଣସି ବରିଷ୍ଠ ନେତାଙ୍କୁ ମଇଦାନକୁ ଆଣିବାକୁ ଯାଉଛି । ସେ ସ୍ମୃତି ଇରାନୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତିରେ ଅତ୍ୟଧିକ ଆଶାୟୀ ସଂଖ୍ୟା  ବିଜେପି ଏବଂ ବିଜେଡିଏସ ପାଇଁ ମୁଣ୍ଡବିନ୍ଧା କାରଣ ହୋଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ଶ୍ରୀଧରନ ପିଲ୍ଲଇ କହିଛନ୍ତି ଯେ, ଯଦି କଂଗ୍ରେସ ଏହି ଆସନକୁ ଫାଇନାଲ କରୁଛି ତେବେ ଓ୍ବାୟନାଡରେ ସିରିୟସ ଲଢେଇ ହେବ । ଦଳର କେହି ବରିଷ୍ଠ ନେତା ଏଠାରୁ ନିର୍ବାଚନ ଲଢିବେ ।

ସୂଚନାଯୋଗ୍ୟ ଯେ, ଅମେଠିରେ ଲୋକସଭା ନିର୍ବାଚନରେ ପୁଣି ଥରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିବ । କେନ୍ଦ୍ର ବୟନ ମନ୍ତ୍ରୀ ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ।

{"id":97013,"width":576,"height":432}

ଗତ ୨୦୧୪ ନିର୍ବାଚନରେ ସେ ପ୍ରଥମ ଥର ରାହୁଲ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ । ସେହି ସମୟରେ ଆପ୍ ଟିକେଟ୍ ରେ କବି କୁମାର ବିଶ୍ବାସ ମଧ୍ୟ ନିର୍ବାଚନ ଲଢିଥିଲେ । ୨୦୧୪ରେ ରାହୁଲ ଗାନ୍ଧି ଆମେଠିରୁ ବିଜୟୀ ହୋଇଥିଲେ । ମାତ୍ର ସ୍ମୃତି ଇରାନୀ ଏହି ଆସନରେ କଡା ଟକ୍କରର ସମ୍ମୁଖୀନ ହୋଇଥିଲେ ।  ରାହୁଲ ଗାନ୍ଧିଙ୍କୁ ୪,୦୮,୬୫୧ ଭୋଟ୍ ମିଳିଥିବାବେଳେ ସ୍ମୃତି ଇରାନୀଙ୍କୁ  ୩୦୦,୦୭୪ ଭୋଟ୍ ମିଳିଥିଲା । ରାହୁଲ ମାତ୍ର ୧,୦୭,୦୦୦ ଭୋଟ୍ ରେ ବିଜୟୀ ହୋଇଥିଲେ ।

ଅମେଠି ଆସନକୁ କଂଗ୍ରେସର ଗଡ କୁହାଯାଏ । ଏହି ଆସନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ଟି ଲୋକସଭା ନିର୍ବାଚନ ଏବଂ ୨ ଉପନିର୍ବାଚନ ହୋଇଛି । ଏଥିରୁ ୧୬ଥର କଂଗ୍ରେସ ବିଜୟ ହୋଇଛି । ସେହିଭଳି ୧୯୭୭ ସାଧାରଣ ନିର୍ବାଚନରେ ଲୋକଦଳ ଏବଂ ୧୯୯୮ରେ ବିଜେପି ଏହି ଆସନରେ ପ୍ରଥମଥର ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.