ମୋଦି ଏବଂ ନବୀନଙ୍କ ଉପରେ ବର୍ଷିଲେ ରାହୁଲ ; କହିଲେ ଓଡିଶାରେ କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ ହେବ

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧:  ରାଜଧାନୀ ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ । ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଉପସ୍ଥିତ ନେତା ନେତା ଓ କର୍ମୀଙ୍କୁ ସମ୍ବୋଧନ କଲେ ରାହୁଲ ଗାନ୍ଧି । ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କଲେ ରାହୁଲ । ଉପସ୍ଥିତ ନେତା ଓ କର୍ମୀଙ୍କୁ ସ୍ବାଗତ ଜଣାଇଲେ ରାହୁଲ । ମୋଦି ଏବଂ ନବୀନଙ୍କ ଉପରେ ବର୍ଷିଲେ ରାହୁଲ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର । ଉଭୟଙ୍କର ଚିନ୍ତାଧାରା ଏକ । ବ୍ୟୁରୋକ୍ରାଟଙ୍କ ଦ୍ବାରା ଦେଶ କିମ୍ବା ରାଜ୍ୟକୁ ଚଳାଇବା ସେମାନଙ୍କର ଲକ୍ଷ୍ୟ । ଶାସନକୁ ଆସିଲା ପରେ ଏମାନେ ଭୁଲିଯାଉଛନ୍ତି ପ୍ରତିଶ୍ରୁତି ।

ଆଜି ଦେଶରେ ଯେଉଁଠି ବି ଦେଖ ବିଜେପି, ଆରଏସଏସ ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଶାସନକୁ ଆସିଲା ପରେ ଯୁବକ ଏବଂ ଚାଷୀଙ୍କୁ ଭୁଲିଯାଉଛନ୍ତି ଏ ସରକାର । ଚାଷୀଙ୍କୁ କହୁଛନ୍ତି ତାଙ୍କ କିଛି ନାହିଁ । ଯୁବକଙ୍କୁ କହୁଛନ୍ତି ତାଙ୍କ ପାଇଁ ଚାକିରୀ ନାହିଁ ।

ଓଡିଶାରେ ଜଳ, ଜମି, ଜଙ୍ଗଲ, ଖଣିଜ ପଦାର୍ଥ, ଧନସମ୍ପତ୍ତି ସବୁ ଅଛି । ଓଡିଶା ଗରିବ ରାଜ୍ୟ ନୁହେଁ କିନ୍ତୁ ଓଡିଶାବାସୀ ଗରିବ । ଓଡିଶାବାସୀଙ୍କ ଜଳ, ଧନ ସମ୍ପତ୍ତି, ଖଣିଜ ପଦାର୍ଥ ଆଦି ଲୁଟ୍ ହେଉଛି । ଗତ ୧୫ବର୍ଷ ମଧ୍ୟରେ କେତେ ଜମିକୁ ଜଳ ସେଚନ ହୋଇଛି । ଜଳ ସେଚନ ବିନା ଚାଷ ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । କୃଷି ଓ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ । ଓଡିଶାରେ କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ ହେବ ।

କଂଗ୍ରେସ ମିଥ୍ୟା ଆଶ୍ରୟରେ ବିଶ୍ବାସ ରଖେନାହିଁ । ସେ ମୋଦି କି ନବୀନ ନୁହେଁ ବୋଲି କହିଛନ୍ତି ରାହୁଲ । ଯାହା କହେ ତାହା କାମରେ କରି ଦେଖାଏ । ମୋଦି ସରକାର କହିଥିଲେ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବେ । ନବୀନ କହିଥିଲେ  ୨୦୨୦ ସୁଦ୍ଧା ୨ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । କଂଗ୍ରେସ ଶାସନକୁ ଆସିଲେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ ବୋଲି ରାହୁଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.