ଇସ୍ତଫା ନେଇ ଅଡି ବସିଛନ୍ତି ରାହୁଲ ; ଚାରି ଦିନ ଭିତରେ ସିଡବ୍ଲୁସି ବୈଠକ, ପରବର୍ତ୍ତୀ ଅଧ୍ୟକ୍ଷ ନେଇ ନିଆଯିବ ନିଷ୍ପତ୍ତି

Published By : Prameya-News7 Bureau | May 28, 2019 IST

ନୂଆଦିଲ୍ଲୀ ୨୮|୫: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେ ଝଡ଼ ବହୁଛି । ୬ ଜଣ ପିସିସି ମୁଖ୍ୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ସାରିଥିବା ବେଳେ ଖୋଦ୍ ରାହୁଲ ମଧ୍ୟ ପଦ ଛାଡ଼ିବା ଜିଦରେ ଅଟଳ ଅଛନ୍ତି । ସେଥିପାଇଁ ସେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ଖୋଜିବା ପାଇଁ ମଧ୍ୟ ସିଡବ୍ଲୁସିକୁ ଜଣାଇଛନ୍ତି ।

ଶନିବାର ବସିଥିବା ସିଡବ୍ଲୁସି ବୈଠକରେ ରାହୁଲ ଇସ୍ତଫା ପେଶ କରିଥିଲେ ମଧ୍ୟ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା । କିନ୍ତୁ ରାହୁଲ ସିଡବ୍ଲୁସିର ନିଷ୍ପତ୍ତିକୁ ଖାରଜ କରିବା ସହ ଇସ୍ତଫା ଦେବା ଜିଦରେ ଅଡ଼ି ବସିଛନ୍ତି । ଏପରିକି ତାଙ୍କ ପରିବାର ମଧ୍ୟରୁ କାହାରିକୁ କଂଗ୍ରେସ ଅଧ୍ୟକ୍ଷ କରାଯିବ ନାହିଁ ବୋଲି କହିଛନ୍ତି ରାହୁଲ ।

ଗତକାଲି ଏନେଇ ସେ ବରିଷ୍ଠ ନେତା କେ.ସି. ଭେନୁଗୋପାଳ ଓ ଅହମ୍ମଦ ପଟେଲଙ୍କୁ ସାକ୍ଷାତ କରି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି । ତେଣୁ ଏସବୁ ଭିତରେ ତିନି ଚାରି ଦିନ ମଧ୍ୟରେ ସିଡବ୍ଲୁସି ବୈଠକ ବସିବା ସହ କଂଗ୍ରେସର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବ ସେନେଇ ଆଲୋଚନା ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.