ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ : ବଢିଲା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ, BCCIର ଅଫରରେ ହେଲେ ରାଜି

Published By : Prameya-News7 Bureau | November 29, 2023 IST

ମୁମ୍ବାଇ ୨୯।୧୧ : ଚର୍ଚ୍ଚାରେ ହେଲା ଅନ୍ତ । ରାହୁଲ ଦ୍ରାବିଡ୍‌ ହିଁ ରହିବେ ଭାରତୀୟ ଦଳର କୋଚ୍‌ । ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବଢିବା ନେଇ ମିଳିସାରିଛି ଗ୍ରୀନ୍‌ ସିଗ୍‌ନାଲ୍‌ । ଦ୍ରାବିଡ୍‌ ସହିତ ବୋଲିଂ ଏବଂ ବ୍ୟାଟିଂ କୋଚ୍‌ଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ଖବର ଅନୁଯାୟୀ, ୨୦୨୧ ନଭେମ୍ବର ୧୭ ତାରିଖରୁ ଭାରତୀୟ ସିନିୟର କ୍ରିକେଟ୍‌ ଦଳର କୋଚ ଭାର ସମ୍ଭାଳିଥିଲେ କିମ୍ବଦନ୍ତୀ ବ୍ୟାଟର ରାହୁଲ୍‌ ଦ୍ରାବିଡ୍‌ । ଏହାପରଠାରୁ ଲଗାତର ଭାବେ ସେ ଟିମ୍‌ର ଭଲ ପ୍ରଦର୍ଶନ ଏବଁ ବେଞ୍ଚ ଷ୍ଟ୍ରେନ୍ଥ ବଢାଇବା ଉପରେ କାମ କରିଚାଲିଥିଲେ । ଯାହାର ପରିଣାମ ମଧ୍ୟ ଆମକୁ ଦେଖିବାକୁ ମିଳିଥିଲା । ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି, ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ରେ ଫାଇନାଲ ଖେଳିବା, ଟି-୨୦ ବିଶ୍ୱକପ୍‌ରେ ସେମି ଫାଇନାଲ ଯାଏଁ ଯାତ୍ରା ଆଉ ଏବେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଫାଇନାଲ ଯାଏଁ ଟିମ୍‌ ଇଣ୍ଡିଆର ଯାତ୍ରା ରହିଥିଲା । ଏହି ଦୁଇ ବର୍ଷରେ ଟିମ୍‌ ଅନେକ ଉପଲବ୍ଧି ହାସଲ କରିଛି ।

wp:embed {"url":"https://www.prameyanews7.com/virat-kohli-may-be-take-a-break-from-white-ball-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-may-be-take-a-break-from-white-ball-format/
/wp:embed

ବିଶ୍ୱକପ୍‌ ୨୦୨୩ ଯାଏଁ ଟିମ୍‌ ଇଣ୍ଡିଆ ସହିତ କୋଚ ଭାବେ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ରହିଥିଲେ । ବିଶ୍ୱକପ୍‌ ଶେଷ ପରେ ରାହୁଲ୍‌ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ତେଣୁ ତାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିସିସିଆଇ ଅଫର ଦେଇଥିଲା । କିନ୍ତୁ ଦ୍ରାବିଡ୍‌ ଏହାକୁ ମନା କରିଦେଇଥିଲେ । ଶେଷରେ ପୁଣି ଥରେ ଦ୍ରାବିଡ୍‌ଙ୍କ କୋଚ୍‌ ରହିବା ଲାଗି ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏଥର ଆସିଥିବା ଅଫରରେ ଦ୍ରାବିଡ୍‌ ରାଜି ହୋଇଥିଲେ । ଆଉ କୋଚ୍‌ ଭାବେ ଟିମ୍‌ ଇଣ୍ଡିଆ ସହିତ ୨ୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ କେତେବର୍ଷ ଯାଏଁ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ରହୁଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି । ଆଗାମୀ ୨୦୨୪ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଯାଏଁ ଦ୍ରାବିଡ୍‌ କାର୍ଯ୍ୟକାଳ ବଢିଛି ବୋଲି ସୂଚନା ମିଳିଛି ।

ସେହିପରି ବୋଲିଂ କୋଚ ପାରାସ ମାହାମ୍‌ମ୍ବ୍ରେ, ବ୍ୟାଟିଂ ବିକ୍ରମ ରାଠୋକ ଏବଂ ସହଯୋଗୀ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବ ପରି ଏହି ସବୁ ସଦସ୍ୟ ଟିମ୍‌ ଇଣ୍ଡିଆ ସହିତ ଜଡିତ ହୋଇରହିବେ ।  

ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଦ୍ରାବିଡ ଏବଂ ସହଯୋଗୀ ଷ୍ଟାଫ୍‌ଙ୍କ ୨ୟ ଇନିଂସ ଆରମ୍ଭ ହେବ । ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ । ପ୍ରଥମ ଟି-୨୦ ସିରିଜ୍‌, ପରେ ଦିନିକିଆ ସିରିଜ୍‌, ଆଉ ଶେଷରେ ଟେଷ୍ଟ ସିରିଜ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/rubina-dilaik-reveal-she-and-abhinav-shukla-is-expecting-twins/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rubina-dilaik-reveal-she-and-abhinav-shukla-is-expecting-twins/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.