ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

IND vs AUS ପ୍ରଥମ ଟେଷ୍ଟ: ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ରାହୁଲ ଦ୍ରାବିଡ, କ୍ୟୁରେଟରଙ୍କ ସହ ହେଲା ଯୁକ୍ତିତର୍କ

8/02/2023 at 3:58 PM

ନୂଆଦିଲ୍ଲୀ: ଭାରତୀୟ ଟିମର ମ୍ୟାନେଜମେଣ୍ଟ ନାଗପୁର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ନୂଆ ପିଚ୍ ଦାବି କରିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏହି ପଡିଆରେ ଫେବ୍ରୁଆରୀ ୯ରେ ଖେଳାଯିବ । ପିଚ୍ କ୍ୟୁରେଟର ଅଭିଜିତ ପିପରୋଡଙ୍କ ସହ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ବଡ଼ ଯୁକ୍ତି ହୋଇଥିବା ନେଇ ଖବର ସାମନାକୁ ଆସୁଛି । ଭାରତୀୟ କ୍ରିକେଟ୍ ଟିମ୍ ଗତ କିଛି ଦିନ ଧରି ନାଗପୁରରେ ଅଭ୍ୟାସ କରୁଛି, ଏବେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ପିଚ୍‌ରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ହିଁ ପିଚ୍‌କୁ ନେଇ ଅନେକ ବିବାଦ ଆରମ୍ଭ ହୋଇ ସାରିଛି ।

ରିପୋର୍ଟ ଅନୁସାରେ ରାହୁଲ ଦ୍ରାବିଡ ନାଗପୁର ପିଚ୍‌କୁ ନେଇ ଖୁସି ନାହାନ୍ତି । ବିସିଏ ଷ୍ଟାଡିୟମ ଅଥରିଟି ଏବଂ ପିଚ୍ କ୍ୟୁରେଟର ଏବେ ପିଚ୍ ତିଆରିର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ନାଗପୁରରେ ଏକ ସ୍ପିନିଂ ଟ୍ରାକ୍ ପାଇଁ ରାହୁଲ ଦାବି କରୁଛନ୍ତି । ଭାରତ ପାଇଁ ଏହି ଟେଷ୍ଟ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ଯଦି ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲ କରିବାକୁ ଚାହୁଁଛି, ତେବେ ଏହି ସିରିଜ ଜିତିବା ଜରୁରୀ ଅଟେ ।  

ଅନ୍ୟପଟେ ଏହି ଟେଷ୍ଟ ସିରିଜ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋହିତ ତିନି ଫର୍ମାଟର ଅଧିନାୟକ ହେବା ପରେ ଏହା ତାଙ୍କ ପାଇଁ ସବୁଠୁ ବଡ଼ ସିରିଜ୍ ।

   Related Posts