AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ରାହୁଲ ଦ୍ରାବିଡଙ୍କ ରୋକ୍ ଠୋକ୍- ଦୁଇଟି ପରାଜୟରେ ଦଳ ଖରାପ ହୋଇଯାଏ ନାହିଁ

9/09/2022 at 4:48 PM

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି। ସଞ୍ଜୟ ମାଞ୍ଜରେକରଙ୍କ ସହିତ ଏକ ସାକ୍ଷାତକାରରେ ଦ୍ରାବିଡ ଜୋର ଦେଇ କହିଛନ୍ତି, ଦଳ ଏହି ପରି ବିଫଳତା ଉପରେ ପ୍ରତିକ୍ରିୟାଶୀଳ ହେବାକୁ ଚେଷ୍ଟା କରେ ନାହିଁ। କେବଳ ଦୁଇଟି ମ୍ୟାଚ୍ ହାରିଗଲେ କେହି ଖରାପ ଦଳ ହୁଏ ନାହିଁ। ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର ଆରମ୍ଭ ଦମଦାର ରହିଥିଲା। ଲିଗ୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଜିତିଥିଲେ ହେଁ ସୁପର ୪ ରାଉଣ୍ଡରେ ଭାରତକୁ କ୍ରମାଗତ ଦୁଇଟି ପରାଜୟ ଭୋଗିବାକୁ ପଡିଥିଲା। ସୁପର ୪ ରାଉଣ୍ଡରେ ଦୁଇଟି ପରାଜୟ ପରେ ଏସିଆ କପ୍‌ରୁ ଭାରତୀୟ ଦଳ ବାଦ୍ ପଡି ସାରିଛି।

ଏସିଆ କପ୍‌ର ସୁପର-୪ରେ ନିରାଶଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି ଦ୍ରାବିଡ କହିଛନ୍ତି, ଟି-୨୦ ସବୁଠୁ ଛୋଟ ଫର୍ମାଟର ଖେଳ। କଠିନ ପରିସ୍ଥିତି ସତ୍ଵେ ଆମେ ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସଫଳ ରହିଛୁ। ମ୍ୟାଚ୍‌ରେ ଜୟ ଏବଂ ପରାଜୟ ରହିଛି। ତଥାପି ଆମକୁ ନିଜର ତ୍ରୁଟି ସୁଧାରିବା ଉପରେ କାମ କରିବା ଉଚିତ୍। କେବଳ ଗୋଟିଏ ଦୁଇଟି ମ୍ୟାଚ୍ ହାରିଗଲେ ଦଳକୁ ଖରାପ କୁହାଯାଇ ପାରିବ ନାହିଁ ବୋଲି ଦ୍ରାବିଡ କହିଛନ୍ତି।

ଦଳ ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ସହ ଏସିଆ କପ୍‌ ୨୦୨୨ର ଅଭିଯାନ ସମାପ୍ତ କରିଛି। ଏହି ମ୍ୟାଚ୍‌ରେ ଦଳ ତାରକା ବ୍ୟାଟସମ୍ୟାନ ମାତ୍ର ୬୧ଟି ବଲ୍‌ରୁ ଅପରାଜିତ ୧୨୨ ରନର ବିସ୍ପୋରକ ଶତକୀୟ ଇନିଂସ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ଏହା ୭୧ତମ ଶତକ।କେଏଲ ରାହୁଲ ମଧ୍ୟ ୪୦ ବଲ୍‌୍ରୁ ୬୨ ରନର ଭଲ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା।

   Related Posts