ଶୁଭମନ୍ ଜଣେ ଷ୍ଟାର ଖେଳାଳି, ମୁଁ ତାଙ୍କ ଖେଳ U-19ରୁ ଦେଖିଛି- କୋଚ୍ ଦ୍ରାବିଡ୍
6/06/2023 at 9:10 AM

ମୁମ୍ବାଇ ୦୬।୦୬ : ଆଉ ଦିନକ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ । ଉଭୟ ଟିମ୍ ଓଭାଲ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରୁଛନ୍ତି । ଏହିସମୟରେ ଭାରତୀୟ ଯୁବ ବ୍ୟାଟର ଶୁଭମନ ଗିଲ୍ଙ୍କ ଭୁରି ଭୁରି ପ୍ରଂଶସା କରିଛନ୍ତି କୋଚ୍ ଦ୍ରାବିଡ ।

ସେ କହିଛନ୍ତି ଯେ, ଶୁଭମନ୍ ଜଣେ ଷ୍ଟାର ଖେଳାଳି । ତାଙ୍କର କମ୍ ବୟସ ଥିବା ବେଳଠୁ ମୁଁ ଜାଣିଛି । ୨୦୧୯ରେ ସେ ଡେବ୍ୟୁ କରିଥିଲେ । କିନ୍ତୁ ମାତ୍ର କମ୍ ବୟସରେ ବିଶ୍ୱ କ୍ରିକେଟ୍ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କୁ ମାତ୍ର ୨୩ ବର୍ଷ । ଆଗକୁ ତାଙ୍କର ବଡ଼ କ୍ୟାରିୟର ପଡିଛି । U-19 ଖେଳୁଥିବା ସମୟରେ ତାଙ୍କର କ୍ଲାସ ଖେଳ ଆମ ଦେଖିଥିଲୁ । ଅନେକ ବର୍ଷ ଧରି ସେ ଟିମ୍ ଇଣ୍ଡିଆ ସହିତ ଜଡିତ ହୋଇ ରହିଛନ୍ତି । ଜଣେ ଦକ୍ଷ ଖେଳାଳି ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ।

ସେହିପରି ଫାଇନାଲ ପୂର୍ବରୁ ଟିମ୍ ବିଷୟରେ ଦ୍ରାବିଡ କହିଛନ୍ତି ଯେ, ଫାଇନାଲ ମ୍ୟାଚ୍ ନେଇ ସମସ୍ତ ଖେଳାଳି ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ଉପରେ କୌଣସି ପ୍ରକାରର ଚାପ ନାହିଁ । ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଖେଳାଳିମାନେ ଅନେକ ପରିଶ୍ରମ କରିଛନ୍ତି । ତେଣୁ ଫାଇନାଲ ଜିତି ଆମେ ସେହି ପରିଶ୍ରମକୁ ସାର୍ଥକତା କରିବାକୁ ଚେଷ୍ଟ କରିବୁ । ଇଂଲଣ୍ଡରେ କ୍ରିକେଟ୍ ଖେଳାବ ଏକ ସ୍ୱତନ୍ତ୍ର ଅନୁଭବ ଥାଏ । ଯାହାକି ପ୍ରତ୍ୟେକ ଖେଳାଳି ଜାଣିଛନ୍ତି ।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ ଓ ଇଶାନ କିଷନ।
ଷ୍ଟାଣ୍ଡବାଏ କ୍ରିକେଟର : ଯଶସ୍ଵୀ ଜୟସଓ୍ଵାଲ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବ
You Can Read :