AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ରାହୁଲ ଦ୍ରାବିଡ କରୋନା ପଜିଟିଭ୍ : ଏସିଆ କପ୍ ପୂର୍ବରୁ ଭାରତକୁ ବଡ ଝଟ୍‌କା

23/08/2022 at 11:27 AM

ନୂଆଦିଲ୍ଲୀ, ୨୩|୦୮:  ଏସିଆ କପ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏସିଆ କପ୍ ପାଇଁ ଦୁବାଇ ଗସ୍ତ କରିପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଦଳ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ଏହି ଟୁର୍ଣ୍ଣାମେଣ୍ଟ ଶନିବାର ଅର୍ଥାତ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଭାରତ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।  

ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ଖେଳିଥିଲା । ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା । କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା ।

ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ । ଯାହା ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ରହିଛନ୍ତି । ଭାରତୀୟ ସମୟାନୁସାରେ ଏହା ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

ଏସିଆ କପରେ ଦେଖିବାକୁ ମିଳିବେନି କି ଦ୍ରାବିଡ ?

ଦଳ ପାଇଁ ରାହୁଲ କରୋନା ପଜିଟିଭ୍ ହେଲା ପରେ ଚିନ୍ତା ବଢିଯାଇଛି । କାରଣ ତାଙ୍କର ରିପୋର୍ଟ ନେଗେଟିଭ୍ ନ ଆସିବା ଯାଏଁ ସେ ପିଟ୍ ହେବେନି । ଦଳ ସହ ଯୋଡି ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣ ଦଳ ସହ ଦୁବାଇ ଯାଇପାରନ୍ତି । ତେବେ ଏନେଇ ବିସିସିଆଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।

   Related Posts