ଯଶପ୍ରୀତ ବୁମରାଙ୍କ T20 World Cupରେ ଖେଳିବା ନେଇ ବଡ ବୟାନ ଦେଲେ ରାହୁଲ ଦ୍ରାବିଡ, ଜାଣନ୍ତୁ କ'ଣ କହିଲେ

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା। ବୁମରା ବର୍ତ୍ତମାନ ବିସିସିଆଇର ଡାକ୍ତରୀ ଦଳର ତତ୍ବାବଧାନରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରହିବେ। ତେବେ ସେ ବିଶ୍ଵ କପ୍ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ଏବଂ ବିଶ୍ଵ କପ୍ ଖେଳିବେ କି ନାହିଁ ଏହା ଉପରେ ଅଦ୍ୟାବଧି ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ।

ତେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର କହିଛନ୍ତି, ବୁମରା ଏବେ ମଧ୍ୟ ବିଶ୍ଵ କପ୍‌ରୁ ବାଦ୍ ପଡି ନାହାନ୍ତି। ତାଙ୍କ ଆଘାତ ସମସ୍ୟା ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଆଗାମୀ କିଛି ଦିନରେ ବୁମରା ବିଶ୍ଵ କପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଥିଲେ।

ଏବେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଯଶପ୍ରୀତ ବୁମରାଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ତାଙ୍କ ମତରେ ଯେ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବୁମରା ବିଶ୍ଵ କପ୍‌ ଦଳରୁ ବାଦ୍ ପଡି ନାହାନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ କରିବାର ଆଶା କରାଯାଉଛି।

ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀରେ ବୁମରାଙ୍କ ଫିଟନେସ୍ ଏବଂ ଅଷ୍ଟ୍ରେଲିଆରେ ବିଶ୍ଵ କପ୍‌ ଦଳ ସହିତ ରହିବେ କି ନାହିଁ ପ୍ରଶ୍ନ ଉପରେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟନ୍ତ ମୋତେ   ବୁମରାଙ୍କ ବାଦ୍ ପଡିବା ନେଇ ଆନୁଷ୍ଠାନିକ ସୂଚନା ମିଳିନାହିଁ, ଆମେ ତାଙ୍କର ଖେଳିବା ନେଇ ଆଶା ରଖିବୁ।

ଦ୍ରାବିଡ କହିଛନ୍ତି, ଆମେ ପରବର୍ତ୍ତୀ ଆନୁଷ୍ଠାନିକ ସୂଚନାକୁ ଅପେକ୍ଷା କରୁଛୁ। ଏ ପର୍ଯ୍ୟନ୍ତ ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍  ପଡିଛନ୍ତି। ଆଗାମୀ କିଛି ଦିନରେ ବୁମରାଙ୍କ ଆଘାତ ସମସ୍ୟାରେ ସୁଧାର ଆସୁଛି କି ନାହିଁ ଦେଖିବାକୁ ପଡିବ। ଏହା ପରେ ଯାଇ କୌଣସି ନିଷ୍କର୍ସରେ ପହଞ୍ଚି ପାରିବୁ ବୋଲି ଭାରତର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.