ସଙ୍କେତ ଦେଲେ ରାହୁଲ ଦ୍ରାବିଡ, ବଡ ଟୁର୍ଣ୍ଣାମେଣ୍ଟ ପାଇଁ ୧୭-୧୮ ଖେଳାଳିଙ୍କୁ ନେଇ ଆଗକୁ ବଢିବ ଦଳ

Published By : Prameya-News7 Bureau | March 21, 2023 IST

ନୂଆଦିଲ୍ଲୀ: ଚଳିତ ବର୍ଷ କ୍ରିକେଟ୍‌ର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି। ତେଣୁ ଦଳ କେମିତି ଭଲ ପ୍ରଦର୍ଶନ କରିବ ସେ ନେଇ ଥିଙ୍କ ଟ୍ୟାଙ୍କ ୧୭-୧୮ ଖେଳାଳିଙ୍କୁ ନେଇ ଆଗକୁ ବଢିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସଙ୍କେତ ଦେଇଛନ୍ତି। ଘରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳା ବହୁତ ଗୁରୁତ୍ଵପୂର୍ଣ୍ଣ। ସବୁଠୁ ମହତ୍ଵପୂର୍ଣ୍ଣ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ପୂର୍ବରୁ ଖେଳାଳି ଆଇପିଏଲ୍ ଖେଳିବେ ବୋଲି ରାହୁଲ କହିଛନ୍ତି।

ପୁଣି ଚଳିତ ବର୍ଷ ଦିନିକିଆ ଏସିଆ କପ୍ ସମ୍ଭବତଃ ଦୁବାଇରେ ଖେଳାଯିବ। ଦିନିକିଆ ବିଶ୍ଵକପ୍ ପୂର୍ବରୁ ଏସବୁ ମ୍ୟାଚ୍ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଇପିଏଲରୁ ହଟି ଆମେ ଏହାକୁ ନେଇ ବହୁତ ସ୍ପଷ୍ଟ ଯେ, ଆମକୁ କେଉଁ ଭଳି ଦଳ ଏବଂ କେଉଁ ଧରଣର ଖେଳାଳି ଦରକାର। ଆମେ ଦଳକୁ ୧୭-୧୮ ଖେଳାଳି ପର୍ଯ୍ୟନ୍ତ ସୀମିତ ରଖିଛୁ ବୋଲି ରାହୁଲ ଦ୍ରାବିଡ କହିଛନ୍ତି।

ଯଶପ୍ରୀତ ବୁମରା, ଶ୍ରେୟସ ଆୟର, ପ୍ରସିଦ୍ଧ କୃଷ୍ଣା, ଦୀପକ ଚହରଙ୍କ ଆହତଜନିତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ତଥାପି ଦଳ ଭଲ ସ୍ଥିତିରେ ରହିଛି। ଆମର କିଛି ଖେଳାଳି ଆହତରୁ ସୁସ୍ଥ ହେଉଛନ୍ତି। ସେମାନେ ସୁସ୍ଥ ହେବା ପରେ ଦଳର ଶକ୍ତି ବୃଦ୍ଧି ଘଟିବ। ମୋଟାମୋଟି ଆମେ ଭଲ ସ୍ଥିତିରୁ ଅଛୁ ବୋଲି ଦ୍ରାବିଡ କହିଛନ୍ତି।

ଆମେ ଦଳରେ ଭିନ୍ନ ରଣନୀତି ଆପଣେଇବାକୁ ଚାହୁଁଛୁ। ଭାରତରେ ବିଶ୍ଵକପ୍ ପରି ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି। ଆମେ ଦଳକୁ ଏମିତି ପ୍ରସ୍ତୁତ ରଖିବାକୁ ଚାହୁଁଛୁ ଯେମିତି କେତେବେଳେ ଚାରି ଦ୍ରୁତ ବୋଲର ତ ଆଉ କେତେବେଳେ ତିନି ସ୍ପିନର ନେଇ ପଡିଆକୁ ଓହ୍ଲାଇବୁ। ଏହା ସୁନିଶ୍ଚିତ କରିବା ପାଇଁ ଆମେ ଏବେଠୁ ଭିନ୍ନ ଭିନ୍ନ ରଣନୀତି ଉପରେ କାମ କରୁଛୁ ବୋଲି ରାହୁଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.