ଭୁବନେଶ୍ବର୨୫|୧: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏକ ସଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ବଡ଼େ ପାର୍ଟନର ଛୋଟ ପାର୍ଟନର କହି ଆକ୍ଷେପ କରିଥିଲେ। କ୍ଷମତାକୁ ଆସିଲେ କଂଗ୍ରେସ କୃଷକଙ୍କୁ ଋଣ ଛାଡ଼ କରିବ ବୋଲି ଏଲାନ କରିଥିଲେ। ତମାଣ୍ଡୋରେ ସମାବେଶରେ ରାହୁଲ ଗର୍ଜିଥିବା ବେଳେ ଏହା ପୂର୍ବରୁ ବୁଦ୍ଧିଜୀବୀ ସମ୍ମିଳନୀରେ ମଧ୍ୟ ସମାନ ଧରଣର ଆକ୍ଷେପ କରିଥିଲେ। ….
{"id":78004}
ଜୟ ଜଗନ୍ନାଥ କହି ଆରମ୍ଭ କଲେ ପରେ-ପରେ କେବଳ ମୋଦି ଓ ନବୀନ, ମୋଦି ଓ ନବୀନ କହି ସିଧା ବର୍ଷିଥିଲେ। ଭୁବନେଶ୍ବର ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୋଟି ଗୋଟି କରି ଟାର୍ଗେଟ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।
{"id":78003}
ଅଧ୍ୟକ୍ଷ ହେବା ପରେ ଏହା ଥିଲା ପ୍ରଥମ ଗସ୍ତ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ମୁଖିଆ ବି ପ୍ରଥମ ସାଥୀରେ ଓଡ଼ିଶା ମାଟିରେ ଠିଆ ହୋଇଛନ୍ତି । ଜୋସ ଭରିବାକୁ ଚେଷ୍ଟା କରିଥିଲେ ରାହୁଲ । ମୋଦି ଓ ନବୀନଙ୍କୁ ବଡ଼େ ପାର୍ଟନର ଛୋଟେ ପାର୍ଟନର କରି ଆକ୍ଷେପ କରିଥିଲେ। କହିଥିଲେ କ୍ଷମତାକୁ ଆସିଲେ ୧୦ ଦିନ ଭିତରେ ଓଡ଼ିଶାରେ କୃଷି ଋଣ ଛାଡ଼ କରିବ କଂଗ୍ରେସ।
ରାହୁଲ ରାଜ୍ୟ ସରକାରଙ୍କୁ କେମିତି ଟାର୍ଗେଟ କରୁଛନ୍ତି ତାହା ଉପରେ ଥିଲା ନଜର, ଆଉ ରାହୁଲ ତାହାର ନଜାରା ପୂର୍ବରୁ ଅବଶ୍ୟ ଦେଇସାରିଥିଲେ। ତେଣୁ ତମାଣ୍ଡୋ ସଭାରେ କଂଗ୍ରେସର ନେତାମାନେ ରାଜ୍ୟ ସରକାରଙ୍କ ଉପରେ ଲଗାତର ବର୍ଷିଥିଲେ।
{"id":78005}
ତମାଣ୍ଡୋ ସମାବେଶ ପୂର୍ବରୁ ରାହୁଲ ଯାଇଥିଲେ ସ୍ଥାନୀୟ ଏକ ହୋଟେଲରେ ହୋଇଥିବା ବୁଦ୍ଧିଜୀବୀ ସମ୍ମିଳନୀକୁ । ପ୍ରଶ୍ନୋତ୍ତର ମାଧ୍ୟମରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଆଉ ସେଠାରେ ମଧ୍ୟ ସେ ସେହି ଏକା କଥା କହିଥିଲେ। ମୋଦି ଏବଂ ନବୀନଙ୍କ ମଡେଲ ସମାନ। ଛତିଶଗଡ଼ରେ କୃଷି ଋଣ ମାଫ କରାଯିବା ପରେ ଏଠାରେ ରାଜ୍ୟ ସରକାର ଚିହିଁକି ଉଠିଛନ୍ତି।
ଦିନ ସାରା ରାହୁଲ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ରାହୁଲଙ୍କ ଗସ୍ତ ଓଡ଼ିଶାର କଂଗ୍ରେସରେ ଜାଗରଣ ଆଣୁଛି ନା ପରେ ପରେ ପୁଣି ପୁରୁଣା ରୋଗ ମାଡିବସିବ, ତାହା ଭୋଟ ହିଁ କହିବ।