ବାୟୋଟେକ୍ନୋଲୋଜିରେ OJEE ଟପ୍ପର ହେଲେ ରାହୁଲ; ଛୋଟ ବେଳୁ ଥିଲା ଜୀବବିଜ୍ଞାନୀ ହେବାର ସ୍ୱପ୍ନ
2/06/2023 at 4:37 PM

ଢେଙ୍କାନାଳ ୦୨/୦୬: ଶୁକ୍ରବାର ଓଜେଇର ଫଳାଫଳ ଘୋଷଣା ହୋଇଛି। ଚଳିତ ବର୍ଷ ବାଇଓଟେକ୍ନୋଲୋଜିରେ aଢେଙ୍କାନାଳର ରାହୁଲ ନାୟକ ଟପ୍ପର ହୋଇଥିବା ଜଣାପଡ଼ିଛି। ଟପ୍ପର ହୋଇନ୍ତି ବୋଲି ଜାଣିବା ପରେ ରାହୁଲ୍ ବିଶ୍ୱାସ କରିନଥିଲେ। ରେଜଲ୍ଟକୁ ନେଇ ସେ ବେଶ ଉତ୍ସାହିତ ଥିବାବେଳେ ଭବିଷ୍ୟତରେ ଜଣେ ଭଲ ବାୟୋ ଜୀବ ବିଜ୍ଞାନି ହେବାକୁ ଲକ୍ଷ ରଖିଥିବା ରାହୁଲ କହିଛନ୍ତି। ବାପା-ମା’, ବଡ଼ ଭଉଣୀଙ୍କ ପ୍ରେରଣା, ସ୍ବର୍ଗତ ଜେଜେଙ୍କ ଆଶୀର୍ବାଦ ତାଙ୍କୁ ଏହି ଜାଗାରେ ପହଞ୍ଚାଇଥିବାକୁ ସେମାନଙ୍କୁ ରାହୁଲ ସଫଳତାର ଶ୍ରେୟ ଦେଇଛନ୍ତି।

ଅନ୍ୟପଟେ ନିଷ୍ଠା, ଏକାଗ୍ରତା ସହ ପରିଶ୍ରମ ଓ ସ୍କୁଲ୍ ଯୁକ୍ତ ୩ ଅଧ୍ୟାପକ ଅଧ୍ୟାପିକାଙ୍କ ଆଶ୍ରିବାଦ ଓ ବନ୍ଧୁମାନଙ୍କ ପାଇଁ ସେ ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି। ତେବେ ପୁଅର ଏପରି ସଫଳତା ଶୁଭେଚ୍ଛା ପାଇଁ ରାହୁଲଙ୍କ ପରିବାର, ବନ୍ଧୁ ବାନ୍ଧବ ମହରେ ଖୁସିର ଲହରୀ ଖେଳିଯାଇଛି।
ସୂଚନା ଥାଉକି, ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ଗାଁର ଶ୍ରୀନିବାସ ନାୟକ ଓ ମାତା ସବିତା ନାୟକଙ୍କର ଏକମାତ୍ର ପୁଅ ରାହୁଲ। ବାପା ଶ୍ରୀନିବାସ ଜଣେ ପ୍ରାଥମିକ ଶିକ୍ଷକ ଓ ମାତା ଗୃହିଣୀ। ନିଜ ଗାଁ ସନ୍ଥପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକରେ ୮୯% ରଖି ଉତୀର୍ଣ୍ଣ ହେବା ପରେ ଏକ ଆବାସିକ କଲେଜ୍ରୁ ୭୮ ପ୍ରତିଶତ ରଖି ଯୁକ୍ତ ଦୁଇ ପାସ୍ କରିଥିଲେ।

ପିଲା ଦିନରୁ ଜଣେ ବାଇଓଲୋଜିଷ୍ଠ ହେବାର ସ୍ୱପ୍ନ ସହ ତାଙ୍କର ଜଣେ ମଉସା(ବୈଜ୍ଞାନିକ) ତାଙ୍କୁ ପ୍ରେରଣା ଦେଇଥିଲେ। ଫଳରେ ଢେଙ୍କାନାଲ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଜୀବ ବିଜ୍ଞାନ ସମ୍ମାନରେ ପ୍ରଥମ ଶେଣୀରେ ପାସ କରିଥିଲେ। ପରେ ଚଳିତ ଥର ପ୍ରଥମ ଥରରେ ସେ ବାଇଓଟେକ୍ନୋଲୋଜିରେ ଓଜେଇ ଟପ୍ପର ହୋଇଛନ୍ତି।