ଭବାନୀପାଟଣା ଓ ରାଉରକେଲାରେ ଭାଷଣ ଦେବାବେଳେ କାହିଁକି ରାହୁଲ ହଡବଡାଉଥିଲେ ଆଉ ଭୁଲ ଭାଲ କହୁଥିଲେ -ଜାଣନ୍ତୁ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର୬|୨: ରାହୁଲ ଆଜି ଭବାନୀପାଟଣା ଓ ରାଉରକେଲାରେ ମୋଦି ଓ ନବୀନଙ୍କ ଉପରେ ବେଶ୍‌ ବର୍ଷିଛନ୍ତି ।କିନ୍ତୁ ତାଙ୍କର ଭାଷଣ ବେଳେ ସେ ଅନେକ ସମୟରେ ହଡ଼ବଡ଼େଇ ଯାଉଥିବା ଦେଖିବାକୁ ମିଳିଥିଲା ।ଗତ ମାସରେ ଭୁବନେଶ୍ବର ଆସିଥିବା ବେଳେ ରାହୁଲ ଯେଉଁ ଭଳି ଦମ୍‌ଦାର ଭାଷଣ ଦେଇଥିଲେ ଆଜି କିନ୍ତୁ ତାଙ୍କର ସେଭଳି ଜୋଶ୍‌ ଜଣାପଡୁନଥିଲା । …

{"id":82574}

ରାହୁଲଙ୍କ ଦାନ ମାଝୀ ପ୍ରସଂଗ- ଦାନ ମାଝୀ ୧୦ ଦିନ ଧରି ତାଙ୍କର ପତ୍ନୀଙ୍କୁ କାନ୍ଧରେ ବୁହାଇ ନେଇଥିଲେ ।- ୧୦ ଦିନ- ଏକଥା ଭାଷଣରେ କହିଛନ୍ତି ରାହୁଲ ।ଦାନମାଝୀ ପ୍ରସଙ୍ଗର ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ହୋଇଥିବା ବେଳେ ରାହୁଲ କିନ୍ତୁ ଭାଷଣରେ କହିଥିଲେ ଯେ ଦାନମାଝୀ ୧୦ ଦିନ ଧରି କାନ୍ଧରେ ପତ୍ନୀଙ୍କୁ ବୋହିଥିଲେ ଆଉ ରାଜ୍ୟ ସରକାର ତାଙ୍କୁ ଆମ୍ବୁଲାନ୍‌ସ ଯୋଗାଇ ଦେଇପାରିନଥିଲେ ।କିନ୍ତୁ ଏହା କହିବା ବେଳେ ରାହୁଲ ଜାଣିପାରିନଥିଲେ ଯେ ସେ ଭୁଲ୍‌ରେ ୧୦ ଦିନ କହିଛନ୍ତି ଆଉ ମଞ୍ଚ ଉପରେ ଥିବା ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କୁ ଏ ବିଷୟରେ ଜଣାଇନଥିଲେ ।….

{"id":82575}

ରାହୁଲଙ୍କ ମୋଦି-ନବୀନ ରିମୋଟ୍‌

ସେହିପରି ଭୁବନେଶ୍ବରରେ ନବୀନଙ୍କ ରିମୋଟ୍‌ ମୋଦିଙ୍କ ହାତରେ ବୋଲି କହି ଜୋରଦାର ଆଟାକ୍‌ କରିଥିଲେ କଂଗ୍ରେସ ସଭାପତି ।କିନ୍ତୁ ଆଜି ମୋଦି-ନବୀନଙ୍କୁ ଆଟାକ୍‌ କରିବା ବେଳେ ଏହାକୁ ସ୍ପଷ୍ଟ ଭାବେ ବୁଝାଇ ପାରିନଥିଲେ ରାହୁଲ ।ଆଟାକ୍‌ ତ କରିଥିଲେ କିନ୍ତୁ ପୂର୍ବଭଳି ସେହି ଜୋସ୍‌ ନଥିଲା ।ଏହାକଣ ଭଦ୍ରା ଇଫେକ୍ଟ ନୁହେଁତ ? କାରଣ ରାହୁଲ ଓଡ଼ିଶା ଆସିଥିବା ବେଳେ ସେପଟେ ଦିଲ୍ଲୀରେ ତାଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ଇଡି ଡକାଇ ଜେରା କରିଛି ।…

{"id":82577}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.