suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଲି ଆକ୍ସନ ଆଜି ରିଆକ୍ସନ, କୋର୍ଟ ଜେଲ୍ ଦଣ୍ଡ ଶୁଣାଇବାର ୨୪ ଘଣ୍ଟା ପରେ ସଂସଦରେ ପହଞ୍ଚିଲେ ରାହୁଲ୍

24/03/2023 at 2:07 PM

Rahul Gandhi

ନୂଆଦିଲ୍ଲୀ ୨୪/୦୩: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଦିନକ ପରେ ସଂସଦରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେଉଁ ସମୟରେ ତାଙ୍କର ସଦସ୍ୟଦା ରଦ୍ଦ ହେବା ଭୟ ରହିଥିଲା ସେ ସମୟରେ ସେ ସଂସଦ ଆସିଥିଲେ । ତେବେ ଗୃହରେ ବିରୋଧ ହେବାରୁ ମୁଲତବୀ ହୋଇଥିଲା । ଏହାପରେ ଚାଲିଯାଇଥିଲେ ରାହୁଲ୍ ।

‘ମୋଦୀ’ ସରନେମ୍ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କେରଳ ୱାୟାନାଡର ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଏହି ରାୟ ବିରୋଧରେ ଆବେଦନ କରିବାରୁ ଗୁଜୁରାଟର ଏକ କୋର୍ଟ ତାଙ୍କୁ ୩୦ ଦିନ ଜାମିନ ବି ପ୍ରଦାନ କରିଛନ୍ତି ।

ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଧାରା ୮(୩) ଅନୁଯାୟୀ ଯଦି ଜଣେ ସାଂସଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ସେ ଅଯୋଗ୍ୟ ଘୋଷିତ ହୋଇଥାନ୍ତି । କିଛି ଆଇନ ବିଶେଷଜ୍ଞ କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ କାରାଗାରରେ ଦଣ୍ଡିତ ହେବା ପରେ ରାହୁଲ ସ୍ୱତଃସ୍ପୃତ ଭାବେ ଅଯୋଗ୍ୟ ହୋଇପଡିଛନ୍ତି । ଥିବା ବେଳେ ଅନ୍ୟମାନେ କହିଛନ୍ତି ଯେ ଯଦି ସେ ଏହି ଦଣ୍ଡକୁ ରଦ୍ଦ କରିବାରେ ସଫଳ ହୁଅନ୍ତି, ତେବେ ସେ ନିଲମ୍ବନକୁ ଏଡାଇ ପାରିବେ। ସେହିପରି ଆଉ କିଛି କହିଛନ୍ତି ଯଦି ସେ ଦଣ୍ଡ ବିଧାନକୁ ରଦ୍ଦ କରିବାରେ ସଫଳ ହୋଇଯାଆନ୍ତି, ତେବେ ନିଲମ୍ୱନକୁ ଏଡାଇ ଦିଆଯାଇପାରେ ।

ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ, ସୁରଟ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଲୋକସଭା ସଚିବାଳୟ ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି । କିନ୍ତୁ ସେ ଏ ବାବଦରେ କୌଣସି ଘୋଷଣା କରିନାହାଁନ୍ତି । ବିଶିଷ୍ଟ ଆଇନଜୀବୀ ତଥା ବିଜେପି ସାଂସଦ ମହେଶ ଜେଠ୍‌ମାଲାନି କହିଛନ୍ତି ଯେ ଗାନ୍ଧୀଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ କରାଯାଇଛି । କିନ୍ତୁ ବାଚସ୍ପତି ଏହି ଘୋଷଣା କରିବା ଦରକାର ।

ପୂର୍ବତନ କଂଗ୍ରେସ ସାଂସଦ ତଥା ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ମଧ୍ୟ କହିଛନ୍ତି ଯେ ଗାନ୍ଧୀ ସ୍ୱୟଂଚାଳିତ ଭାବରେ ସାଂସଦ ଭାବରେ ଅଯୋଗ୍ୟ ଅଟନ୍ତି । କେବଳ ଜେଲ ଦଣ୍ଡ ସ୍ଥଗିତ ରଖିବା ପର୍ଯ୍ୟାପ୍ତ ନୁହେଁ । ରାହୁଲ ଗାନ୍ଧୀ କେବଳ ସାଂସଦ ଭାବରେ କାର୍ଯ୍ୟ ଜାରି ରଖିପାରିବେ ଯଦି ସେ ଦୋଷୀ ସାବ୍ୟସ୍ତ ନ ହୁଅନ୍ତି । ଯଦି ସେ ଦୋଷୀ ବୋଲି ଉଚ୍ଚ ନ୍ୟାୟାଳୟରେ ରଦ୍ଦ ନହୁଏ ତେବେ ତାଙ୍କୁ ଆସନ୍ତା ଆଠ ବର୍ଷ ପାଇଁ ନିର୍ବାଚନ ଲଢିବାକୁ ବାରଣ କରାଯାଇପାରେ ।

କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ସେ ବର୍ତ୍ତମାନ ସ୍ଥାନୀୟ ଅଦାଲତର ନିଷ୍ପତ୍ତିକୁ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯୋଜନା କରୁଛନ୍ତି । ଯଦି ଏହି ଆଦେଶରେ ସେ ରୋକ୍ ଲଗାଇବାକୁ ତାଙ୍କ ଅପିଲ୍‌କୁ ଗ୍ରହଣ କରାନଯାଏ ତେବେ ସେ ସୁପ୍ରିମକୋର୍ଟ ଯାଇପାରନ୍ତି ।

ସୂଚନା ଥାଉକି, ୨୦୧୯ ଏପ୍ରିଲ୍ ୧୩ରେ କର୍ଣ୍ଣାଟକର କୋଲାରର ନିର୍ବାଚନୀ ରାଲିରେ ମୋଦୀ ସରନେମ୍ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାର ଶୁଣାଣି କରି ସୁରଟ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେପଟେ ରାୟ ପରେ ତାଙ୍କର ୱାୟନାଡା ସାଂସଦ ଟୁଇଟ୍ କରି ମହାତ୍ମା ଗାନ୍ଧୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି, “ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ହାସଲ କରିବାର ମାଧ୍ୟମ।”

   Related Posts